ଭୁବନେଶ୍ବର: ଆଜି ହେଉଛି ବିଶ୍ବ କର୍କଟ ଦିବସ । 1933 ମସିହାରେ ଜେନିଭାରେ ପ୍ରଥମେ ଏହି ଦିବସକୁ ପାଳନ କରାଯାଇଥିଲା ।ନିଜର ମୂଲ୍ୟବାନ ଜୀବନ ବଞ୍ଚାଇବାକୁ ହେଲେ ଜଣେ ବ୍ୟକ୍ତିଙ୍କୁ ଅଧିକ ସଚେତନତାର ଆବଶ୍ୟକ ରହିଛି। ଏହି ଉପଲକ୍ଷେ ଆପୋଲୋ ହସ୍ପିଟାଲ ପକ୍ଷରୁ ଏକ ସାଇକ୍ଲୋଥନ ଆୟୋଜନ କରାଯାଇଛି ।
ଲୋକମାନେ ଏହି ରୋଗର ନାଁ ଶୁଣିବା ମାତ୍ରେ ଡରି ଯାଇଥାନ୍ତି । ରୋଗୀକୁ ଦୃଢ଼ ମନୋବଳ ରହିବା ସହ ତାକୁ ଏହି ରୋଗର ପ୍ରାଥମିକ ଅବସ୍ଥାରୁ ଚିହ୍ନଟ କରିବା ସହ ସଠିକ ଚିକିତ୍ସା କରିବା ଦରକାର। ତାହାହେଲେ ଯାଇ ଏହି ରୋଗକୁ ଜିଣିପାରିବା । ଏହି ଉପଲକ୍ଷେ ଆପୋଲୋ ହସ୍ପିଟାଲ ପକ୍ଷରୁ ଗଣ ଦୌଡ ସହ ସାଇକ୍ଲୋଥନ ଆୟୋଜନ କରାଯିବା ସହ ମୁଖ୍ୟତଃ ଯୁବ ପିଢିମାନଙ୍କୁ ସଚେତନତା କରାଯାଇଛି । ଚଳିତଥର ଏହାର ଥିମ୍ ରହିଛି "ଏକାଠି କ୍ୟାନ୍ସର ଜିଣିବା ' ।