ଭୁବନେଶ୍ବର: ଟଳିଲା ବାତ୍ୟା ସଂକଟ । ବଙ୍ଗୋପସାଗର (Bay of Bengal)ରେ ବଳ ଗୋଟାଇ ଓଡିଶା ଉପକୂଳକୁ ମାଡି ଆସୁଥିବା ବାତ୍ୟା ‘ଜୱାଦ’ ସେହି ସମୁଦ୍ରରେ ହିଁ ଦୁର୍ବଳ ହେବାରେ ଲାଗିଛି । ବର୍ତ୍ତମାନ ଜୱାଦ ଗଭୀର ଅବପାତ (Deep Depression)ରେ ପରିଣତ ହୋଇଥିବା ଟ୍ବିଟ ଯୋଗେ ସୂଚନା ଦେଇଛି ଭାରତୀୟ ପାଣିପାଗ କେନ୍ଦ୍ର (India Meteorological Department )
Cyclone Jawad Update: ଟଳିଲା ବାତ୍ୟା ଭୟ, ଜଓ୍ବାଦ ହେଲା ଡିପ୍ ଡିପ୍ରେସନ - ଟଳିଲା ବାତ୍ୟା ସଂକଟ
ବଙ୍ଗୋପସାଗରରେ ବଳ ଗୋଟାଇ ଓଡିଶା ଉପକୂଳକୁ ମାଡି ଆସୁଥିବା ବାତ୍ୟା ‘ଜୱାଦ’ ସେହି ସମୁଦ୍ରରେ ହିଁ ଦୁର୍ବଳ ହେବାରେ ଲାଗିଛି । ବର୍ତ୍ତମାନ ଜୱାଦ ଗଭୀର ଅବପାତ (Deep Depression)ରେ ପରିଣତ ହୋଇଥିବା ଟ୍ବିଟ ଯୋଗେ ସୂଚନା ଦେଇଛି ଭାରତୀୟ ପାଣିପାଗ କେନ୍ଦ୍ର । ଅଧିକ ପଢନ୍ତୁ
Cyclone Jawad Update
IMD ସୂଚନା ଅନୁସାରେ ସଂଧ୍ୟା 5.30ରେ ଜୱାଦ ଗଭୀର ଅବପାତରେ ପରିଣତ ହୋଇଛି । ସେତେବେଳକୁ ଏହା ବିଶାଖାପାଟଣା ଠାରୁ 180 କିମି ଓ ଓଡିଶାର ଗୋପାଳପୁରରୁ ଠାରୁ 260 କିମି ଦୂରରେ ରହିଥିଲା । ଏହାସହ ପୁରୀ ଉପକୂଳ ଠାରୁ 330 କିମି ଓ ପାରାଦୀପ ଉପକୂଳରୁ 420 କିମି ଦୂରରେ ସମୁଦ୍ର ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ