ଓଡିଶା

odisha

ETV Bharat / city

ସିଭିଅର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେଲା ଅମ୍ଫାନ

ଭେରୀ ସିଭିଅର ସାଇକ୍ଲୋନିକ ଷ୍ଟର୍ମ ଭାବେ ଭୀଷଣ ସାମୁଦ୍ରିକ ଝଡରେ ପରିଣତ ହୋଇଛି "ଅମ୍ଫାନ" । ସାଗର ଦୀପ ଓ ବାଂଲାଦେଶର ହାତିଆ ଦୀପ ମଧ୍ୟରେ ୨୦ ତାରିଖ ମଧ୍ୟାହ୍ନରେ ସ୍ଥଳ ଭାଗ ଛୁଇଁବ। ଅଧିକ ପଢନ୍ତୁ...

cyclonic-storm-aphan
cyclonic-storm-aphan

By

Published : May 17, 2020, 4:23 PM IST

ଭୁବନେଶ୍ବର: ପାରାଦୀପ ଠାରୁ ୯୮୦ କିମି ଦୂରରେ ରହିଛି ବାତ୍ୟା ଅମ୍ଫାନ। ଭେରୀ ସିଭିଅର ସାଇକ୍ଲୋନିକ ଷ୍ଟର୍ମ ଭାବେ ଭୀଷଣ ସାମୁଦ୍ରିକ ଝଡରେ ପରିଣତ ହୋଇଛି। ସାଗର ଦୀପ ଓ ବାଂଲାଦେଶର ହାତିଆ ଦୀପ ମଧ୍ୟରେ ୨୦ ତାରିଖ ମଧ୍ୟାହ୍ନରେ ସ୍ଥଳ ଭାଗ ଛୁଇଁବ।

ସିଭୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେଲା ଅମ୍ଫାନ

ଉପକୂଳର ୧୨ ଟି ଜିଲ୍ଲାକୁ ସତର୍କ ସୂଚନା ଦିଆଯାଇଛି। ସମସ୍ତ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦେଶ ଦିଆଯାଇଛି। ୧୧ ଲକ୍ଷ ପର୍ଯ୍ୟନ୍ତ ଲୋକଙ୍କୁ ସ୍ଥାନାନ୍ତରିତ କରିହେବ। ଆଗକୁ ଆହୁରି ଆଶ୍ରୟସ୍ଥଳୀ କରାଯିବ। କରୋନାକୁ ଆଖି ଆଗରେ ରଖି ବ୍ୟବସ୍ଥା କରାଯାଉଛି।

ସାମାଜିକ ଦୂରତା ଉପରେ ଗୁରୁତ୍ବ ଦିଆଯାଇଛି। ସମୁଦ୍ର ଭିତରକୁ ଯାଇଥିବା ସମସ୍ତ ମତ୍ସ୍ୟଜୀବୀ ମାନେ ଫେରି ଆସିଛନ୍ତି। ଓଡ୍ରାଫ ଟିମ ପହଞ୍ଚି ସାରିଛନ୍ତି। ଅତିରିକ୍ତ ଟିମ ପହଞ୍ଚିବେ। ଏବେ ସୁଦ୍ଧା ପ୍ରାୟ ୭୦୯୨ ବାତ୍ୟା ଆଶ୍ରୟସ୍ଥଳୀ ଚିହ୍ନଟ ସରିଥିବା ସୂଚନା ଦେଇଛନ୍ତି ଏସଆରସି।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details