ଓଡିଶା

odisha

ETV Bharat / city

ପୋଲିସ ଡିଜିଙ୍କ ବାତ୍ୟା ବୈଠକ, ଜିରୋ କାଜୁଆଲିଟିକୁ ଗୁରୁତ୍ବ - Cyclone Yaas

ସମ୍ଭାବ୍ୟ ବାତ୍ୟା 'ୟାସ' ମୁକାବିଲାକୁ ନେଇ ପୋଲିସ ମହାନିର୍ଦ୍ଦେଶକଙ୍କ ବୈଠକ। ବାତ୍ୟା ' ୟାସ' ପ୍ରଭାବିତ ହେବାକୁ ଥିବା ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକର ଏସପି ମାନଙ୍କ ସହ ଭର୍ଚ୍ଚୁଆଲି ବୈଠକ କରିଛନ୍ତି ଡିଜିପି । ଅଧିକ ପଢନ୍ତୁ...

Cyclone Yaas meeting by DGP  Abhaya
ପୋଲିସ ଡିଜିଙ୍କ ବାତ୍ୟା ବୈଠକ,ଜିରୋ କାଜୁଆଲିଟିକୁ ଗୁରୁତ୍ବ

By

Published : May 23, 2021, 8:01 PM IST

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା 'ୟାସ' ମୁକାବିଲାକୁ ନେଇ ପୋଲିସ ମହାନିର୍ଦ୍ଦେଶକଙ୍କ ବୈଠକ। ବାତ୍ୟା ' ୟାସ' ପ୍ରଭାବିତ ହେବାକୁ ଥିବା ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକର ଏସପି ମାନଙ୍କ ସହ ଭର୍ଚ୍ଚୁଆଲରେ ବୈଠକ କରିଛନ୍ତି ଡିଜିପି ଶ୍ରୀ ଅଭୟ । ବାତ୍ୟା ମୁକାବିଲା ନେଇ ସମସ୍ତ ପ୍ରସ୍ତୁତି ଥିବା କହିଛନ୍ତି ଡିଜିପି ।

ପୋଲିସ ଡିଜିଙ୍କ ବାତ୍ୟା ବୈଠକ,ଜିରୋ କାଜୁଆଲିଟିକୁ ଗୁରୁତ୍ବ

ପୋଲିସ ଡିଜିପ ଶ୍ରୀ ଅଭୟ ରାଜ୍ୟର ବାତ୍ୟା ପ୍ରଭାବିତ ଜିଲ୍ଲା ତଥା ବ୍ରହ୍ମପୁର,ପୁରୀ, ଗଞ୍ଜାମ,କେନ୍ଦ୍ରାପଡ଼ା,ଜଗତସିଂହପୁର,ବାଲେଶ୍ବର,ଭଦ୍ରକ,କେନ୍ଦ୍ରାପଡା ଗୁଡିକର ଏସପି ସହ ରେଳ ଡିଜି,ଆଇଜି ଓ ଏଡିଜି କମ୍ୟୁନିକେସନ ଓ ଆଇନ ଶୃଙ୍ଖଳା ଡିଜି, ମେରାଇନ ଏଡିଜି ସହ ବୈଠକ କରିଥିଲେ । ବାତ୍ୟା ସମୟରେ ଜିରୋ କାଜୁଆଲିଟି ଉପରେ ଫୋକସ ଦେବା ପାଇଁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି । ୬୦ଟି ଟି ଓଡ୍ରାଫ ମୁତୟନ କରାଯାଇଛି। ଏଥିପାଇ ଆବଶ୍ୟକୀୟ ସରଞ୍ଜାମ ଓ ସହ ଉଦ୍ଧାରକାର୍ଯ୍ୟ ସହ ଯୋଗାଯୋଗ କିପରି ହେବ ସେଥିରେ ଅଧିକ ଫୋକସ ଦିଆଯିବ ବୋଲି ଡିଜିପି କହିଛନ୍ତି । ବାତ୍ୟା ସମୟରେ ସମସ୍ତ ପ୍ରକାରର ଚ୍ୟାଲେଞ୍ଜକୁ ସମ୍ମୁଖୀନ ହେବା ପାଇଁ ପୋଲିସ ବିଭାଗ ପ୍ରସ୍ତୁତି ଅଛି । ସେହିପରି ଓଡିଶା ପ୍ରକୃତିକ ବିପର୍ଯ୍ୟୟ ମୁକାବିଲାରେ ପାରଦର୍ଶୀତା ହାସଲ କରିଛି ଯାହା ପ୍ରଧାନମନ୍ତ୍ରୀ ମଧ୍ୟ ପ୍ରଶାଂସା କରିଛନ୍ତି ବୋଲି ଡିଜିପି କହିଛନ୍ତି ।

ସୂଚନାଥାଉକି ଆସନ୍ତା 26 ତାରିଖରେ ଓଡିଶାର ପାରାଦ୍ବୀପ ଓ ସାଗର ଦ୍ବୀପ ମଧ୍ୟରେ ଲ୍ୟାଣ୍ଡଫଲ କରିବ ବାତ୍ୟା 'ୟାସ' । ଏହାକୁ ନଜରରେ ରଖି ସରକାର ମଧ୍ୟ ସମସ୍ତ ପ୍ରକାରର ପ୍ରସ୍ତୁତି କରିଛନ୍ତି । ବାତ୍ୟା ପ୍ରଭାବରେ କେନ୍ଦ୍ରାପଡା,ଜଗତସିଂହପୁର, ବାଲେଶ୍ବର, ଭଦ୍ରକ ଜିଲ୍ଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବାତ୍ୟା ଓଡିଶାରେ ଲ୍ୟାଣ୍ଡ କଲାପରେ ଏହା ପଶ୍ଚିମବଙ୍ଗ ଓ ବାଂଲାଦେଶ ଅଭିମୁଖେ ଯିବାର ସମ୍ଭାବନା ରହିଛି ।

ଭୁବନେଶ୍ବରରୁ ତାପସ ପରିଡା,ଇଟିଭି ଭାରତ

ABOUT THE AUTHOR

...view details