ଓଡିଶା

odisha

ETV Bharat / city

ଭିତରକନିକା-ଚାନ୍ଦବାଲି-ଧାମରାରେ ସ୍ଥଳଭାଗ ଛୁଇଁବ ବାତ୍ୟା ୟସ୍‌ ! - ଧାମରା

ବାତ୍ୟା ୟସ୍‌ ଭିତରକନିକା-ଚାନ୍ଦବାଲି-ଧାମରାରେ ସ୍ଥଳଭାଗ ଛୁଇଁବା ନେଇ ଆକଳନ କରାଯାଉଛି ବୋଲି ଏସଆରସି କହିଛନ୍ତି । ଅଧିକ ପଢନ୍ତୁ...

ଭିତରକନିକା-ଚାନ୍ଦବାଲି-ଧାମରାରେ ସ୍ଥଳଭାଗ ଛୁଇଁବ ବାତ୍ୟା ୟସ୍‌ !
ଭିତରକନିକା-ଚାନ୍ଦବାଲି-ଧାମରାରେ ସ୍ଥଳଭାଗ ଛୁଇଁବ ବାତ୍ୟା ୟସ୍‌ !

By

Published : May 25, 2021, 1:39 PM IST

ଭୁବନେଶ୍ବର: ବାତ୍ୟା ୟସ୍‌ ସ୍ଥିତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା । ଭିତରକନିକା, ଚାନ୍ଦବାଲି ଓ ଧାମରାରେ ବାତ୍ୟା ଲ୍ୟାଣ୍ଡଫଲ କରିବ ବୋଲି ଆକଳନ କରି ସମସ୍ତ ପ୍ରସ୍ତୁତି କରାଯାଉଛି ବୋଲି ଏସଆରସି କହିଛନ୍ତି । ତେବେ ରାଜ୍ୟ ସରକାର ପ୍ରଭାବିତ ଅଞ୍ଚଳକୁ ହାଇଆଲର୍ଟ ଜୋନରେ ରଖାଯାଇଛି ।

ଭିତରକନିକା-ଚାନ୍ଦବାଲି-ଧାମରାରେ ସ୍ଥଳଭାଗ ଛୁଇଁବ ବାତ୍ୟା ୟସ୍‌ !

କେନ୍ଦ୍ରାପଡା, ଜଗତସିଂହପୁର, ଭଦ୍ରକ, ବାଲେଶ୍ଵରକୁ ହାଇଆଲର୍ଟ ଜୋନରେ ରଖାଯିବା ସହିତ କେନ୍ଦୁଝର, ମୟୂରଭଞ୍ଜକୁ ମଧ୍ୟ ଆଲର୍ଟ କରାଯାଇଛି । ଆଉ ସୁନ୍ଦରଗଡ(ଲହୁଣୀପଡା ଓ ବଣେଇ) ଢେଙ୍କାନାଳର 3ବ୍ଲକ କଙ୍କଡାହାଡ଼, ଭୁବନ, କାମାକ୍ଷାନଗର) ଓ ଅନୁଗୋଳର (ପଲଲହାଡ ଓ କଣିହାଁ) କିଛି ବ୍ଲକକୁ ଆଲର୍ଟ ରଖିବା ପାଇଁ କୁହାଯାଇଥିବା ସେ କହିଛନ୍ତି । ଏପର୍ଯ୍ୟନ୍ତ 30ଟି ଜିଲ୍ଲାରେ 50 ମିଲି ମିଟର ବର୍ଷା ହୋଇଛି । ଜଗତସିଂହପୁରରେ ସର୍ବାଧିକ ବର୍ଷା ହୋଇଛି । ବର୍ତ୍ତମାନ ଠୁ ପବନ ଆରମ୍ଭ ହୋଇଛି । ଆଜି(ମଙ୍ଗଳବାର) ଅପରାହ୍ନରୁ ପବନର ବେଗ ଆହୁରି ବଢ଼ିବ ବୋଲି ସେ କହିଛନ୍ତି ।

50ରୁ 60 ହଜାର ଲୋକ ବର୍ତ୍ତମାନ ସୁଦ୍ଧା ସ୍ଥାନାନ୍ତରିତ ହୋଇ ସାରିଛନ୍ତି । 860 ସ୍ଥାୟୀ ବାତ୍ୟା ଆଶ୍ରୟ ସ୍ଥଳ ରହିଛି ଓ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳ ମଧ୍ୟ ପ୍ରସ୍ତୁତ ରହିଛି । 6900 ବାତ୍ୟା ଆଶ୍ରୟସ୍ଥଳ ପ୍ରସ୍ତୁତ କରି ରଖାଯାଇଛି ଯେଉଁଥିରେ 7.50 ଲକ୍ଷ ଲୋକଙ୍କୁ ରହିପାରିବେ । ଏହାପରେ ପବ୍ଲିକ ବିଲ୍ଡିଂଗୁଡିକୁ ଖୋଲା ରଖିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି ବୋଲି କହିଛନ୍ତି । ଯେଉଁମାନେ ଶେଷ ମୁହୂର୍ତ୍ତରେ ଚାହିଁବେ ସେମାନଙ୍କୁ ସ୍ଥାନାନ୍ତର କରାଯିବ । ବିଭିନ୍ନ ଜିଲ୍ଲାକୁ 710 ଡ଼ିଜି ସେଟ ପଠାଯାଇଛି । ସେହିପରି 813 ପାଣି ଟ୍ୟାଙ୍କର ମଧ୍ୟ ପଠାଯାଇଛି ବୋଲି ସେ ସୂଚନା ଦେଇଛନ୍ତି ।

ବିଦ୍ୟୁତ ବିଭାଗର ପ୍ରସ୍ତୁତି-

ବିଦ୍ୟୁତ ବିଭାଗର 10 ହଜାର ଲୋକ ମୁତୟନ ହୋଇ ସାରିଛନ୍ତି । ଆଉ 2 ହଜାର ଲୋକ ଖୁବଶୀଘ୍ର ପହଞ୍ଚିବେ ।

ସ୍ବାସ୍ଥ୍ୟ ବିଭାଗର ପ୍ରସ୍ତୁତି -

308 ହେଲଥ ଟିମ ଗଠନ କରାଯାଇଛି । 215 ଜେନେରେଟର ରହିଛି । 4500 ଗର୍ଭବତୀ ମହିଳାମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ବ୍ୟବସ୍ଥା କରାଯାଇଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details