ଭୁବନେଶ୍ବର: ଆଜି(ସୋମବାର) ସନ୍ଧ୍ୟା ସୁଦ୍ଧା ବାତ୍ୟା ୟାସ୍ ତୀବ୍ର ସାମୁଦ୍ରିକ ଝଡ଼ରେ ପରିଣତ ହେବ ବୋଲି ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି । ବର୍ତ୍ତମାନ ପାରାଦ୍ବୀପଠାରୁ ଦକ୍ଷିଣ ଓ ଦକ୍ଷିଣ-ପୂର୍ବକୁ ପାଖାପାଖି ୫୪୦ କିମି ଦୂରରେ ରହିଛି । କିନ୍ତୁ ଗତ 6 ଘଣ୍ଟା ଧରି ଏହା ସ୍ଥିର ରହିଛି ବୋଲି ସେ ସୂଚନା ଦେଇଛନ୍ତି ।
ବର୍ତ୍ତମାନ ସୁଦ୍ଧା ବାତ୍ୟା ବାଲେଶ୍ବରଠାରୁ ଦକ୍ଷିଣ ଓ ଦକ୍ଷିଣ-ପୂର୍ବରୁ 640 କିଲୋମିଟର ଦୂରରେ ରହିଥିବା ବେଳେ ଦୀଘାଠାରୁ 630 କିଲୋମିଟର ଦୂରରେ ରହିଛି । ତେବେ ସୋମବାର 5ଟା 30 ସୁଦ୍ଧା ତୀବ୍ର ବାତ୍ୟାରେ ପରିଣତ ହେବ । ମଙ୍ଗଳବାର ସୁଦ୍ଧା ଏହା ଆହୁରି ଘନୀଭୂତ ହୋଇ ଭୀଷଣ ବାତ୍ୟାର ରୂପ ନେବ ବୋଲି ସେ ଆକଳନ କରିଛନ୍ତି । ବାତ୍ୟା ପ୍ରଭାବରେ ବିଶେଷ କରି ଉତ୍ତର ଓଡିଶାର ଉପକୂଳବର୍ତ୍ତୀ ସମସ୍ତ ଜିଲ୍ଲାଗୁଡିକ ପ୍ରଭାବିତ ହେବାର ସମ୍ଭାବନା ରହିଛି ।