ଓଡିଶା

odisha

ETV Bharat / city

ବାତ୍ୟାରେ ରୂପାନ୍ତରିତ ହେଲା ସାମୁଦ୍ରିକ ଝଡ ୟାସ୍‌ - ସାମୁଦ୍ରିକ ଝଡ଼ରେ ରୂପାନ୍ତରିତ ହେବ ବାତ୍ୟା ୟାସ୍‌

ସାମୁଦ୍ରିକ ଝଡରେ ରୂପାନ୍ତରିତ ହେଲା ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ୟାସ୍‌ । ଅଧିକ ପଢନ୍ତୁ...

ଆଜି ସାମୁଦ୍ରିକ ଝଡ଼ରେ ରୂପାନ୍ତରିତ ହେବ ବାତ୍ୟା ୟାସ୍‌
ଆଜି ସାମୁଦ୍ରିକ ଝଡ଼ରେ ରୂପାନ୍ତରିତ ହେବ ବାତ୍ୟା ୟାସ୍‌

By

Published : May 24, 2021, 8:14 AM IST

Updated : May 24, 2021, 9:30 AM IST

ଭୁବନେଶ୍ବର:ବୋଝ ଉପରେ ନଳିତା ବିଡା ପରି ମହାମାରୀ କାଳରେ ମାଡି ଆସୁଛି ବାତ୍ୟା ୟାସ୍‌ । ତେବେ ଏହା ଭୀଷଣ ରୂପ ନେବ ବୋଲି ଆଶଙ୍କା କରାଯାଇଛି । ରବିବାର ଏହା ଅବପାତରେ ପରିଣତ ହୋଇସାରିଥିବା ବେଳେ ଆଜି(ସୋମବାର) ଏହା ବାତ୍ୟାରେ ରୂପାନ୍ତରିତ ହୋଇଛି ।

ଭୀଷଣ ବାତ୍ୟାର ରୂପ ନେଇ ଓଡିଶା, ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡକୁ ମାଡି ଆସୁଛି ସାମୁଦ୍ରିକ ଝଡ ୟାସ୍‌ । 26 ତାରିଖରେ ଏହା ଜଗତସିଂହପୁରର ପାରାଦ୍ବୀପ କିମ୍ବା ପଶ୍ଚିମବଙ୍ଗର ସାଗରଦ୍ବୀପଠାରେ ଲ୍ୟାଣ୍ଡଫଲ କରିପାରେ ବୋଲି ଆକଳନ କରାଯାଇଛି । ତେବେ ଓଡିଶାରେ ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ବର ଜିଲ୍ଲା ଅଧିକ ପ୍ରଭାବିତ ହେବ । ସର୍ବାଧିକ 185 କିଲୋମିଟର ବେଗରେ ପବନ ବହିବା ସହିତ ଘଡଘଡି ବର୍ଷା ହେବ । ବାତ୍ୟା ପ୍ରଭାବରୁ ଉତ୍ତର ଉପକୂଳ ଜିଲ୍ଲାଗୁଡିକରେ ପ୍ରବଳ ବର୍ଷା ହେବ । ବାତ୍ୟା ରାଜ୍ୟରେ ପ୍ରାୟ 72 ଘଣ୍ଟା ପର୍ଯ୍ୟନ୍ତ ତାଣ୍ଡବ ରଚିବ ବୋଲି ଆକଳନ କରାଯାଇଛି ।

ଆଜିଠାରୁ 26 ତାରିଖ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବ । ତେଣୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ବାରଣ କରାଯାଇଛି । ସେପଟେ ବାତ୍ୟା ପାଇଁ ଡାକବାଜୀ ଯନ୍ତ୍ରରେ ଉପକୂଳବର୍ତ୍ତୀ ସ୍ଥାନମାନଙ୍କରେ ସତର୍କ କରାଯାଉଛି । ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ଗୁରୁତ୍ବପୂର୍ଣ୍ଣ ବୈଠକ କରି ସମ୍ପୂ୍ର୍ଣ୍ଣ ପ୍ରସ୍ତୁତ ରହିଛନ୍ତି । କୋଭିଡ ମହାମାରୀ ସମୟରେ ବାତ୍ୟା ଆଶ୍ରୟସ୍ଥଳୀଗୁଡିକରେ ମଧ୍ୟ ବ୍ୟାପକ ବ୍ୟବସ୍ଥା କରିଛି ପ୍ରଶାସନ । ସେପଟେ କୋଭିଡ ହସ୍ପିଟାଲକୁ ବାତ୍ୟା ସମୟରେ ନିରନ୍ତର ବିଦ୍ୟୁତ ସରବରାହ ଉପରେ ଧ୍ୟାନ ଦେଇଛି ଶକ୍ତି ବିଭାଗ ।

ରାଜ୍ୟକୁ 32ଟି NDRF ଟିମ ପଠାଯାଇଛି । ଯଦି ବାତ୍ୟାର ପ୍ରଭାବ ରାଜ୍ୟରେ ପଡେ ତେବେ ବିଦ୍ୟୁତ ଖୁଣ୍ଟ, ଗଛ ଭାଙ୍ଗିବା ସହିତ କଚ୍ଚାଘର ଭାଙ୍ଗିଯିବାର ସମ୍ଭାବନା ରହିଛି । ଏଣୁ ବାତ୍ୟା ଆଶ୍ରୟସ୍ଥଳୀକୁ ଯିବା ପାଇଁ ପ୍ରଶାସନ ସତର୍କ କରାଇବା ମାତ୍ରେ ସମସ୍ତେ ଘର ଛାଡିବାକୁ ପ୍ରଶାସନ ଲୋକମାନଙ୍କୁ ଅନୁରୋଧ କରିଛି । ବାତ୍ୟା ପାଇଁ ସମୁଦ୍ରରେ 3ରୁ 4 ମିଟର ଉଚ୍ଚ ଜୁଆର ଉଠିବାର ମଧ୍ୟ ଆକଳନ କରାଯାଇଛି । ଏଥିଲାଗି ଉପକୂଳବାସୀଙ୍କ ଥଇଥାନ ଉପରେ ଅଧିକ ଗୁରୁତ୍ବ ଦେଇଛି ପ୍ରଶାସନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 24, 2021, 9:30 AM IST

ABOUT THE AUTHOR

...view details