ଭୁବନେଶ୍ବର: ଟଳିଲା ବାତ୍ୟା ଭୟ, ଓଡିଶା ପାଇଁ ଆଶ୍ୱସ୍ତିକର ଖବର । ବାତ୍ୟା ଓଡିଶାର କୌଣସି ସ୍ଥଳଭାଗ ଛୁଇଁବ ନାହିଁ । କେବଳ ଓଡିଶା ଉପକୂଳ ଦେଇ ସମୁଦ୍ର ମଧ୍ୟରେ ଗତିକରିବ । ଫଳରେ ପ୍ରଭାବରେ ରାଜ୍ୟର କିଛି ଜିଲ୍ଲାରେ ବର୍ଷା ହେବା ନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ(IMD) । ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ଅବପାତରେ ପରିଣତ ହୋଇସାରିଛି ।
ନିକୋବର ଦ୍ବୀପ ଠାରୁ ୧୮୦ କିଲୋମିଟର ଦୂରରେ ରହିଛି ଅବପାତ । ଏହା ଉତ୍ତର-ପୂର୍ବ, ଉତ୍ତର ପଶ୍ଚିମ ବଙ୍ଗୋପସାଗର ସମୁଦ୍ର ମଧ୍ୟରେ ଓଡିଶା ଉପକୂଳ ମୁହାଁ ହେବ । ତେବେ ଓଡିଶାର କୌଣସି ଉପକୂଳରେ ସ୍ଥଳଭାଗ ଛୁଇଁବ ନାହିଁ ବୋଲି ଆକଳନ କରିଛି IMD । ମାତ୍ର ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଶାନ୍ତ ରହିବ ।