ଭୁବନେଶ୍ବର: ବାତ୍ୟା ୟସର ସ୍ଥିତି ଓ ଲ୍ୟାଣ୍ଡଫଲର ସମୟ ଓ ସ୍ଥାନ ସ୍ପଷ୍ଟ କଲେ ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୀକ୍ଷା ପରେ ବାତ୍ୟା ସ୍ଥିତି ନେଇ ପ୍ରତିକ୍ରିୟା ରଖିଲେ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା । ବାସୁଦେବପୁରରୁ ବାହାନଗା ମଧ୍ୟରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା । ଲ୍ୟାଣ୍ଡଫଲବେଳେ ପବନର ବେଗ 140 ରୁ 155 ରହିବ ବୋଲି ପୂର୍ବାନୁମାନ କରାଯାଇଛି । ବେଳେବେଳେ ଘଣ୍ଟା ପ୍ରତି 180 କିଲୋମିଟର ଝଟକା(ଗଷ୍ଟିଙ୍ଗ)ଦେଇ ପାରେ ପବନର ବେଗ ହୋଇପାରେ ବୋଲି ମଧ୍ୟ ଅନୁମାନ କରାଯାଇଛି । ଆସନ୍ତାକାଲି ଭୋର 4ରୁ ସକାଳ 8ଟା ଭିତରେ ଲ୍ୟାଣ୍ଡଫଲ କରିବାର ଆଶଙ୍କା ରହିଛି ।
ଭୋର 4ରୁ ସକାଳ 8ଟା ମଧ୍ୟରେ ବାସୁଦେବପୁରରୁ ବାହାନଗା ମଧ୍ୟରେ ଲ୍ୟାଣ୍ଡଫଲ - ବାତ୍ୟା ୟସ ଲ୍ୟାଣ୍ଡଫଲ ସୂଚନା
ବାତ୍ୟା ୟସର ସ୍ଥିତି ଓ ଲ୍ୟାଣ୍ଡଫଲର ସମୟ ଏବଂ ସ୍ଥାନ ସ୍ପଷ୍ଟ କଲେ ରାଜ୍ୟ ସରକାର । ବାସୁଦେବପୁରରୁ ବାହାନଗା ମଧ୍ୟରେ ଲ୍ୟାଣ୍ଡଫଲ । ଭୟଭୀତ ନହୋଇ ସତର୍କ ରହିବାକୁ ପରାମର୍ଶ ଦେଲେ ସ୍ବତନ୍ତ୍ର ରିଲିଫ କମିଶନର । ଅଧିକ ପଢନ୍ତୁ...

ଆସନ୍ତାକାଲି ଭୋର 4 ରୁ ସକାଳ 8 ଟା ଭିତରେ ବାସୁଦେବପୁରରୁ ବାହାନାଗା ମଧ୍ୟରେ ଲ୍ୟାଣ୍ଡଫଲ
ଆସନ୍ତାକାଲି ଭୋର 4 ରୁ ସକାଳ 8 ଟା ଭିତରେ ବାସୁଦେବପୁରରୁ ବାହାନାଗା ମଧ୍ୟରେ ଲ୍ୟାଣ୍ଡଫଲ
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ , ଇଟିଭି ଭାରତ