ଓଡିଶା

odisha

ETV Bharat / city

Cyclone Sitrang : ପ୍ରଭାବିତ ଆଶଙ୍କା ଜିଲ୍ଲାର ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡିବାକୁ ପରାମର୍ଶ - India Meteorological Departments

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଆକ୍ସନକୁ ଆସିଛନ୍ତି ରାଜ୍ୟ ସରକାର । ଏନେଇ ଆଜି ଅପରାହ୍ନରେ ବସିଛି ଗୁରୁତ୍ୱପୂର୍ଣ୍ଣ ବୈଠକ । ଏସଆରସି ( Special Relief Commissioner) ଦାୟିତ୍ୱରେ ଥିବା ବରିଷ୍ଠ ପ୍ରଶାସକ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ସମ୍ଭାବ୍ୟ ବାତ୍ୟା ପ୍ରଭାବିତ ହେବାର ଆଶଙ୍କା ଥିବା ଜିଲ୍ଲାର ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି । ଅଧିକ ପଢନ୍ତୁ

Cyclone Sitrang : ପ୍ରଭାବିତ ଆଶଙ୍କା ଜିଲ୍ଲାର ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡିବାକୁ ପରାମର୍ଶ
Cyclone Sitrang : ପ୍ରଭାବିତ ଆଶଙ୍କା ଜିଲ୍ଲାର ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡିବାକୁ ପରାମର୍ଶ

By

Published : Oct 18, 2022, 8:33 PM IST

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଆକ୍ସନକୁ ଆସିଛନ୍ତି ରାଜ୍ୟ ସରକାର । ଏନେଇ ଆଜି ଅପରାହ୍ନରେ ବସିଛି ଗୁରୁତ୍ୱପୂର୍ଣ୍ଣ ବୈଠକ । ଏସଆରସି ( Special Relief Commissioner) ଦାୟିତ୍ୱରେ ଥିବା ବରିଷ୍ଠ ପ୍ରଶାସକ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ସମ୍ଭାବ୍ୟ ବାତ୍ୟା ପ୍ରଭାବିତ ହେବାର ଆଶଙ୍କା ଥିବା ଜିଲ୍ଲାର ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି । ଏହା ସହ ମୁଖ୍ୟାଳୟ (headquarters) ନଛାଡିବାକୁ ପରାମର୍ଶ ଦିଆଯାଇଛି ।

Cyclone Sitrang : ପ୍ରଭାବିତ ଆଶଙ୍କା ଜିଲ୍ଲାର ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡିବାକୁ ପରାମର୍ଶ

ଅତିରିକ୍ତ ମୁଖ୍ୟ ଶାସନ ସଚିବ (ACS) ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଶକ୍ତି, ଜଳ ସମ୍ପଦ, ପଞ୍ଚାୟତିରାଜ, ସ୍ବାସ୍ଥ୍ୟ, ନଗର ଉନ୍ନୟନ, ମତ୍ସ୍ୟ ଏବଂ ପଶୁପାଳନ ବିଭାଗର ଅଧିକାରୀ ଓ ଆଞ୍ଚଳିକ ପାଣିପାଗ କେନ୍ଦ୍ର ( India Meteorological Departments) ର ବୈଜ୍ଞାନିକ ଉପସ୍ଥିତ ଥିଲେ । ସତର୍କତାମୂଳକ ପଦକ୍ଷେପ ସ୍ୱରୁପ ସ୍ୱତନ୍ତ୍ର ରିଲିଫ କମିଶନର ବିଭିନ୍ନ ବିଭାଗ ଏବଂ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକର ଜିଲ୍ଲା ପ୍ରଶାସନ ସହିତ ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ଆଜି ପ୍ରାକ ପ୍ରସ୍ତୁତି ସମ୍ବନ୍ଧରେ ଆଲୋଚନା କରିଛନ୍ତି ।

ଏନେଇ ପ୍ରତିକ୍ରିୟା ରଖିଛନ୍ତି OSDMAର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଜ୍ଞାନ ଦାସ । ସେ କହିଛନ୍ତି ଯେ, ରାଜ୍ୟ ସରକାର ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି । ବୈଠକରେ ଜିଲ୍ଲାପାଳମାନଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସମ୍ଭାବ୍ୟ ବାତ୍ୟା ପ୍ରଭାବିତ ଥିବା ଜିଲ୍ଲାରେ 3 ଦିନିଆ ଦୀପାବଳୀ ଛୁଟି ବାତିଲ କରାଯାଇଛି । ସମ୍ପୃକ୍ତ ପଦାଧିକାରୀମାନଙ୍କୁ ନିଜର ମୁଖ୍ୟାଳୟ ନଛାଡିବା ପାଇଁ ପରାମର୍ଶ ଦିଆଯାଇଛି । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଉତ୍ତର ଆଣ୍ଡାମାନ ସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ଆସନ୍ତା 48 ଘଣ୍ଟା ମଧ୍ୟରେ ସୃଷ୍ଟି ହେବାର ସମ୍ଭାବନା ଅଛି ।

ଆସନ୍ତା 22 ତାରିଖ ସୁଦ୍ଧା ଏହା ଅବପାତରେ ପରିଣତ ହେବାର ସମ୍ଭାବନା ଅଛି । ପରବର୍ତ୍ତୀ ସମୟରେ ଏହା କେନ୍ଦ୍ରୀଭୂତ ହୋଇ ଏକ Cyclonic-Storm ରେ ପରିଣତ ହେବାର ସମ୍ଭାବନା ରହିଛି । କିନ୍ତୁ ଏହା କେଉଁ ଦିଗରେ ଗତି କରିବ ଓ ତାହାର ତୀବ୍ରତା ଏବଂ ପ୍ରଭାବ ଏପର୍ଯ୍ୟନ୍ତ ପୂର୍ବାନୁମାନ କରାଯାଇନାହିଁ । ଆସନ୍ତା ଦୁଇରୁ ତିନି ଦିନ ମଧ୍ୟରେ ଏହା ଉପରେ ସ୍ପଷ୍ଟ ଚିତ୍ର ମିଳିବାର ସମ୍ଭାବନା ଅଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details