ଭୁବନେଶ୍ବର :ପୁରୀର ନିକଟତର ହେଉଛି ସାମୁଦ୍ରିକ ଝଡ଼ (ଜଓ୍ବାଦ) jawad। ପୁରୀରୁ ଦକ୍ଷିଣ ପୂର୍ବରେ 50 କିମି ଦୂରରେ ଜଓ୍ବାଦ ରହିଛି । ଦୁର୍ବଳ ହୋଇ ଅବପାତରେ ପରିଣତ ହେଲା । ଉତ୍ତର ପୂର୍ବ ଦିଗକୁ ଗତି କରି ପଶ୍ଚିମବଙ୍ଗ ଉପକୂଳ ଆଡକୁ ମୁହାଁଇବ । ପରବର୍ତ୍ତୀ ସମୟରେ ଉତ୍ତର ପୂର୍ବ ଦିଗକୁ ଗତି କରି ମଧ୍ୟରାତ୍ରୀ ସୁଦ୍ଧା ଅଧିକ ଦୁର୍ବଳ ହେବ। ଜଓ୍ବାଦ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ପାଇଁ 9 ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ଅବପାତରେ ପରିଣତ ହେଲା CYCLONE JAWAD : 9 ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ - ଅବପାତରେ ପରିଣତ ହେଲା ଜଓ୍ବାଦ
ପୁରୀର ନିକଟତର ହେଉଛି ସାମୁଦ୍ରିକ ଝଡ଼ (ଜଓ୍ବାଦ) jawad। ପୁରୀରୁ ଦକ୍ଷିଣ ପୂର୍ବରେ 50 କିମି ଦୂରରେ ଜଓ୍ବାଦ ରହିଛି । ଦୁର୍ବଳ ହୋଇ ଅବପାତରେ ପରିଣତ ହେଲା । ଅଧିକ ପଢନ୍ତୁ
ଅବପାତରେ ପରିଣତ ହେଲା CYCLONE JAWAD : 9 ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ
ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର ,ଭଦ୍ରକ,ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଗଞ୍ଜାମ,ନୟାଗଡ଼,କେନ୍ଦୁଝର, ଅନୁଗୁଳ ଓ ଢେଙ୍କାନାଳରେ ପ୍ରବଳ ବର୍ଷା ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର। ଜଓ୍ବାଦ ପ୍ରଭାବରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ପାରାଦୀପରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ୧୦୩ ମିମି ବର୍ଷା ରେକର୍ଡ ହୋଇଥିବାବେଳେ ବାଲେଶ୍ୱରରେ ୨୭୦ ମିଲିମିଟର ବର୍ଷା ହୋଇଛି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ