ଓଡିଶା

odisha

ETV Bharat / city

Cyclone Jawad Update: ସ୍ଥଳଭାଗ ମୁହାଁ ଜଓ୍ବାଦ, ସନ୍ଧ୍ୟା ସୁଦ୍ଧା 4 ଜିଲ୍ଲାରେ ବଢିବ ପବନ

ଧୀରେ ଧୀରେ ସ୍ଥଳଭାଗ ମୁହାଁ ହେଉଛି ବାତ୍ୟା ଜଓ୍ବାଦ (Cyclone Jawad) । ଏବେ ସମୁଦ୍ର ଭିତରେ ଏହାର ବେଗ ଘଣ୍ଟା ପ୍ରତି 6 କିମି ରହିଛି । ଗଞ୍ଜାମ, ଗଜପତି, ପୁରୀ ଓ ଜଗତସିଂହପୁର ଜିଲ୍ଲାକୁ ରେଡ଼ ୱାର୍ଣ୍ଣିଂ ଜାରି । ଅଧିକ ପଢନ୍ତୁ

By

Published : Dec 4, 2021, 9:05 AM IST

Updated : Dec 4, 2021, 10:41 AM IST

Cyclone Jawad Update: ସ୍ଥଳଭାଗ ମୁହାଁ  ଜଓ୍ବାଦ, ଗୋପାଳପୁରଠୁ ୩୬୦ କିମି ଦୂରରେ ବାତ୍ୟା
Cyclone Jawad Update: ସ୍ଥଳଭାଗ ମୁହାଁ ଜଓ୍ବାଦ, ଗୋପାଳପୁରଠୁ ୩୬୦ କିମି ଦୂରରେ ବାତ୍ୟା

ଭୁବନେଶ୍ବର: ମାଡି ଆସୁଛି ବାତ୍ୟା ଜଓ୍ବାଦ (Cyclone Jawad) । ଧୀରେ ଧୀରେ ସ୍ଥଳଭାଗ ମୁହାଁ ହେଉଛି । ଏବେ ସମୁଦ୍ର ଭିତରେ ଏହାର ବେଗ ଘଣ୍ଟା ପ୍ରତି 6 କିମି ରହିଛି । ଏହା ବିଶାଖାପାଟଣାଠାରୁ 250 କିମି ଦୂରରେ ଥିବା ବେଳେ ଗୋପାଳପୁର ଠାରୁ 360 କିମି ଦୂରରେ, ପାରାଦୀପ ଠାରୁ 510 ଓ ପୁରୀ ଠାରୁ 430 କିଲୋମିଟର ଦୂରରେ ରହିଛି। ଏହାର ଗତି ଉତ୍ତର ଓ ଉତ୍ତର ପଶ୍ଚିମ ଦିଗରେ ଥିବା ବେଳେ ଏଥିପାଇଁ ମୋଟ 14 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି।

ସ୍ଥଳଭାଗ ମୁହାଁ ଜଓ୍ବାଦ, ସନ୍ଧ୍ୟା ସୁଦ୍ଧା 4 ଜିଲ୍ଲାରେ ବଢିବ ପବନ

ବିଶେଷ କରି ଗଞ୍ଜାମ, ଗଜପତି, ପୁରୀ ଓ ଜଗତସିଂହପୁର ଜିଲ୍ଲାକୁ ରେଡ଼ ୱାର୍ଣ୍ଣିଂ ଜାରି କରାଯାଇଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ସୂଚନା ଅନୁସାରେ ଗତ 12 ଘଣ୍ଟା ମଧ୍ୟରେ ପାରାଦୀପରେ ସର୍ବାଧିକ 62 ମିଲି ମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ପୁରୀ ରେ 40 ମିଲି ମିଟର ଓ ଭୁବନେଶ୍ବର ରେ 10 ମିଲି ମିଟର ରୁ ଅଧିକ ବର୍ଷା ରେକର୍ଡ କରାଯାଇଛି । ବାତ୍ୟା ଯେତେ ପାଖକୁ ଆସିବ ସେହି ଅନୁସାରେ ବର୍ଷାର ପରିମାଣ ବଢିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର (meteorological department )କହିଛି । ବିଶେଷ କରି ସନ୍ଧ୍ୟା ସୁଦ୍ଧା ପୁରୀ, ଜଗତସିଂହପୁର, ଗଞ୍ଜାମ ଓ ଗଜପତି ଆଦି ଜିଲ୍ଲାରେ ପବନର ବେଗ ବଢ଼ିବା ନେଇ ଅନୁମାନ କରାଯାଉଛି । ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି 80 ରୁ 95 ପର୍ଯ୍ୟନ୍ତ ରହିବା ନେଇ ସୂଚନା ମିଳିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Dec 4, 2021, 10:41 AM IST

ABOUT THE AUTHOR

...view details