ଓଡିଶା

odisha

Cyclone Jawad Impact: BPUT entrance ଘୁଞ୍ଚିଲା, 2 ଜିଲ୍ଲାରେ ସ୍କୁଲ ଛୁଟି

By

Published : Dec 3, 2021, 8:28 PM IST

ବାତ୍ୟା ଜୱାଦ ପାଇଁ ଘୁଞ୍ଚିଲା ବିପିୟୁଟି ପରିଚାଳିତ Ph.D ଏଣ୍ଟ୍ରାନ୍ସ ପରୀକ୍ଷା । ଅଧିକ ପଢନ୍ତୁ

Cyclone Jawad
Cyclone Jawad

ଭୁବନେଶ୍ବର: ବାତ୍ୟା ଜୱାଦ ପାଇଁ ଘୁଞ୍ଚିଲା ବିପିୟୁଟି (Biju Patnaik University of Technology) ପରିଚାଳିତ Ph.D ଏଣ୍ଟ୍ରାନ୍ସ ପରୀକ୍ଷା ।

ରବିବାର ଦିନ ହେବାକୁ ଥିବା ଏଣ୍ଟ୍ରାନ୍ସ (entrance) ପରୀକ୍ଷା ଆସନ୍ତା 12 ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ବାତ୍ୟା ଜୱାଦ (Cyclone Jawad) ପାଇଁ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନେଇଛି ବିପିୟୁଟି ।

Cyclone Jawad ପ୍ରଭାବ, BPUT entrance ଘୁଞ୍ଚିଲା, 2 ଜିଲ୍ଲାରେ ସ୍କୁଲ ଛୁଟି

ସେପଟେ ବାତ୍ୟାର ପ୍ରଭାବ କଣ ହେବ? କେତେ ହେବ? କେଉଁଠି ଏହାର କ୍ଷୟକ୍ଷତି ସର୍ବାଧିକ ହେବ, ସ୍ପଷ୍ଟ ହୋଇନଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ପରାମର୍ଶ ଅନୁସାରେ ଗଞ୍ଜାମ ପୁରୀ ଜିଲ୍ଲା (Ganjam Puri Dist) ପ୍ରଶାସନ ଜିଲ୍ଲାର ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି । ତେବେ ସ୍କୁଲ ବନ୍ଦ ହୋଇଥିଲେ ମଧ୍ୟ ଶିକ୍ଷକ ଶିକ୍ଷୟତ୍ରୀ ଓ ଅନ୍ୟାନ୍ୟ କର୍ମଚାର ସ୍କୁଲ ଆସିବେ । କେବଳ ଛାତ୍ରଛାତ୍ରୀ ଆସିବେ ନାହିଁ ।

ବାତ୍ୟାକୁ ନେଇ SRC ଙ୍କ ସୂଚନା

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details