ଭୁବନେଶ୍ବର:କ୍ରମଶଃ ଦୁର୍ବଳ ହେବାରେ ଲାଗିଛି ଜୱାଦ (Cyclone Jawad) । ଶକ୍ତି ବଢିବା ବଦଳରେ ହେଉଛି ଦୁର୍ବଳ । ପୁରୀରେ ପହଞ୍ଚିଲା ବେଳକୁ ଅବପାତରେ ପରିଣତ ହେବ ଜୱାଦ । ଘଣ୍ଟାକୁ ବହିବ 60 ରୁ 70 କିମି ପବନ । ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା (Special Relief Commissioner Pradeep Jena on cyclone jawad) ।
ବାତ୍ୟା ୧୨ ଘଣ୍ଟା ପର୍ଯ୍ୟନ୍ତ ଉତ୍ତର ଦିଗରେ ଗତି କରିବ ଏବଂ କ୍ରମଶଃ ଦୁର୍ବଳ ହେବ ଭାରତୀୟ ପାଣିପାଗ ବିଭାଗ (Indian Metrological Department) ସୂଚନା ଅନୁସାରେ ବିଶାଖାପାଟନମ ଠାରୁ 210 କିମି, ଗୋପାଳପୁର ଠାରୁ 320 କିମି, ପୁରୀରୁ 390, ପାରାଦୀପଠୁ 470 କିମି ଦୂରରେ ବତ୍ୟାର ଅବସ୍ଥିତି ଅଛି । ଘଣ୍ଟା କୁ 6 କିମି ବେଗରେ ବତ୍ୟା ଗତି କରୁଛି । ମଧ୍ୟରାତ୍ରରୁ ଉତ୍ତର-ଉତ୍ତର ପୂର୍ବ ଦିଗକୁ ରିକର୍ଭ କରିବ । ଆସନ୍ତା ମଧ୍ୟାହ୍ନ ବେଳକୁ ପୁରୀ କୁଳରେ ପହଞ୍ଚିବ । ବାତ୍ୟାର ତୀବ୍ରତା ହ୍ରାସ ପାଉଛି । ପୁରୀରେ ପହଞ୍ଚିଲା ବେଳକୁ ଅବପାତରେ ପରିଣତ ହେବ । ଘଣ୍ଟାକୁ 60 ରୁ 70 କିମି ପବନ ରହିବ । ସ୍ଥଳଭାଗରେ ପଶି ସମୁଦ୍ରକୁ ଚାଲିଯିବ । ପଶ୍ଚିମବଙ୍ଗ ଦେଇ ବାଙ୍ଗଲାଦେଶ ଆଡକୁ ଚାଲିଯିବ ଜୱାଦ । ରିକର୍ଭ କରି ବେଗ କମିବ ବୋଲି ଏସଆରସି କହିଛନ୍ତି ।
ଗଞ୍ଜାମ, ପୂରୀ, ଜଗତସିଂହପୁର, ଖୋର୍ଦ୍ଧାରେ ପ୍ରବଳରୁ ଅତିପ୍ରବଳ ବର୍ଷା । କଟକ ଓ ଭୁବନେଶ୍ୱରରେ ହୋଇପାରେ 200 ମିମି ବର୍ଷା । ବାତ୍ୟାର ପ୍ରଭାବ କମୁଥିବାରୁ ଭିତ୍ତିଭୂମି କ୍ଷତି ହେବାର ସମ୍ଭାବନା କମ । ହେଲେ ଫସଲ ନଷ୍ଟ ହେବାର ସମ୍ଭାବନା ଅଧିକ ରହିଛି । ଅନେକ ସ୍ଥାନରେ ଧାନ ଅମଳ ହେବା ଅବସ୍ଥାରେ ଥିଲା । ପବନରେ ଶୋଇଯିବ । ଚାଷ ଅଧିକ କ୍ଷତି ହେବ । ପନିପରିବା କ୍ଷତି ହେବ । ଆସନ୍ତାକାଲି ସଂଧ୍ୟା ସୁଦ୍ଧା ଓଡିଶା ଉପକୂଳ ଅତିକ୍ରମ କରି ସାରିଥିବ । ରାତି ସୁଦ୍ଧା ପ୍ରଭାବ କମିଯିବ । ବର୍ଷା ଦେଖି ତଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରାଯିବ ।
ସ୍ଵାଭାବିକ ଠାରୁ ଅଧା ମିଟର ଅଧିକ ଉଚ୍ଚର ଜୁଆର ଆସିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଜୁଆରର ଉଚ୍ଚତା ମାତ୍ର ଦେଢ଼ ଫୁଟରୁ 2 ଫୁଟ ବଢିବ । ପୂର୍ବ ପ୍ରସ୍ତୁତି ଅନୁଯାୟୀ, ବିଭିନ୍ନ ସ୍ଥାନରୁ 1500 ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । 300 ଗର୍ଭବତୀଙ୍କୁ ସ୍ଥାନାନ୍ତର କରାଯାଇଛି । ଓଡ୍ରାଫ, ଏନଡିଆରଫ ମୁତୟନ ଅଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକଙ୍କୁ କଚ୍ଚା ଘର ଛାଡିବା ପାଇଁ କୁହାଯାଉଛି । ଗଛ ଭାଙ୍ଗିବା ସମ୍ଭାବନା ଅଛି । ପବନ ସମୟରେ କେହି ଘରୁ ବାହାରନ୍ତୁ ନାହିଁ । ଘର ପାଖ କୋଠା ଘରେ ରୁହନ୍ତୁ । ବତ୍ୟା ସରିବା ପରେ ଚାଷ ଜନିତ କ୍ଷତିକୁ ପ୍ରାଥମିକତା ଭିତ୍ତିରେ 7 ଦିନ ଭିତରେ ଆକଳନ କରାଯିବ । ଏ ନେଇ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ବାତ୍ୟା ୧୨ ଘଣ୍ଟା ପର୍ଯ୍ୟନ୍ତ ଉତ୍ତର ଦିଗରେ ଗତି କରିବ ଏବଂ କ୍ରମଶଃ ଦୁର୍ବଳ ହେବ ସେପଟେ ବାତ୍ୟା ଜୱାଦକୁ ନେଇ ଅଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ବରର (Regional Metrological Center Bhubaneswar) ନିର୍ଦ୍ଦେଶକ ଏଚଆର ବିଶ୍ବାସ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ବାତ୍ୟା ଜୱାଦ ବର୍ତମାନ ଉତ୍ତର ଦିଗରେ ଗତି କରୁଛି । ୧୨ଘଣ୍ଟା ପର୍ଯ୍ୟନ୍ତ ଉତ୍ତର ଦିଗରେ ଗତି କରିବ ଏହା ପରେ ବାତ୍ୟା ଦୁର୍ବଳ ହେବ। ଉତ୍ତର ଦିଗରେ ଗତି କରୁଛି ବାତ୍ୟା। କାଲି ପୁରୀରେ ମଧ୍ୟାହ୍ନ ସୁଦ୍ଧା ପହଞ୍ଚିବ। ପହଞ୍ଚିବା ପରେ କ୍ରମେ ଆହୁରି ଦୁର୍ବଳ ହେବ ବାତ୍ୟା। ସେହି ସମୟରେ ପବନର ବେଗ ୫୫ କିମି ରୁ ୬୫ କିମି ଏବଂ ଝଟକା ପବନ ୭୫ କିମି ବେଗରେ ପବନ ସମୁଦ୍ର ତଟରେ ବହିବ। ଆଜି ପ୍ରାୟ ସମସ୍ତ ଜିଲ୍ଲାରେ ବର୍ଷା ହେବ। ଆସନ୍ତାକାଲି ଉତ୍ତର ଓଡ଼ିଶାରେ ବର୍ଷା ଅଧିକ ହେବ। ୬ ରୁ ବର୍ଷା କମିବ। ବିପଦ ସଂକେତ ନମ୍ବର ୪ ବନ୍ଦର ଗୁଡିକରେ ଜାରି ରହିଛି। ୫ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଯିବାକୁ ମତ୍ସ୍ୟଜୀବୀଙ୍କୁ ମନା କରାଯାଇଛି।
ଭୁବନେଶ୍ବରରୁ ଭବାନୀଶଙ୍କର ଦାସ ଓ ବିକାଶ ଦାସ,ଇଟିଭି ଭାରତ