ଓଡିଶା

odisha

ETV Bharat / city

Cyclone Jawad Impact: ବାତ୍ୟା କ୍ଷୟକ୍ଷତି ରିପୋର୍ଟ ମାଗିଲା ରାଜସ୍ୱ ବିଭାଗ, ଉତ୍ତର ଦେଲେ ମନ୍ତ୍ରୀ - ବାତ୍ୟା କ୍ଷୟକ୍ଷତି ଓଡିଶା

ବାତ୍ୟା ଜଓ୍ବାଦ(Cyclone Jawad Impact) କ୍ଷୟକ୍ଷତି ନେଇ ଜିଲ୍ଲାପାଳଙ୍କୁ ରିପୋର୍ଟ ମାଗିଲା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ । ଅଧିକ ପଢନ୍ତୁ

Cyclone Jawad Impact:  କ୍ଷୟକ୍ଷତି ଆକଳନ ରିପୋର୍ଟ ତଲବ କଲା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ
Cyclone Jawad Impact: କ୍ଷୟକ୍ଷତି ଆକଳନ ରିପୋର୍ଟ ତଲବ କଲା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ

By

Published : Dec 6, 2021, 1:44 PM IST

ଭୁବନେଶ୍ବର: ବାତ୍ୟା ଜଓ୍ବାଦ(Cyclone Jawad Impact) ପ୍ରଭାବରେ ରାଜ୍ୟର କିଛି ଜିଲ୍ଲାରେ ବର୍ଷା ଲାଗି (heavy rainfall )ରହିଥିଲା । ତେବେ ଏଥିରେ କେତେ କ୍ଷୟକ୍ଷତି (Cyclone Damage) ହୋଇଛି ସେ ନେଇ ଜିଲ୍ଲାପାଳ ମାନଙ୍କୁ ରିପୋର୍ଟ ମାଗିଛି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ (Revenue and Disaster Management Department ) । ଖୁବଶୀଘ୍ର ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ରହିଥିବା ବେଳେ ରିଲିଫ କୋର୍ଡ ଅନୁଯାୟୀ ଚାଷୀଙ୍କୁ ସହାୟତା ମିଳିବ । ଏ ନେଇ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି।

କ୍ଷୟକ୍ଷତି ଆକଳନ ରିପୋର୍ଟ ତଲବ କଲା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ

ଗତ ଦୁଇ ଦିନ ହେବ ସାମୁଦ୍ରିକ ଝଡ଼ ଜଓ୍ବାଦ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ଉତ୍ତର ଉପକୂଳ ଜିଲ୍ଲା ଗୁଡିକରେ ପ୍ରବଳ ବର୍ଷାରେ ଧାନ ଫସଲ ନଷ୍ଟ ହୋଇଛି । ଶହ ଶହ ହେକ୍ଟର ଜମିରେ ବର୍ଷା ଜଳ ଏବେବି ଜମି ରହିଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details