ଓଡିଶା

odisha

ETV Bharat / city

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ - ମାଡ଼ି ଆସୁଛି ଆଉ ଏକ ବାତ୍ୟା

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ ! ଦେଶର ବିଭିନ୍ନ ରାଜ୍ୟରେ ବାତ୍ୟା ତାଉ’ତେ ର ତାଣ୍ଡବ ପରେ ଏବେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତା ମେ 23ରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଛି । ଅଧିକ ପଢନ୍ତୁ...

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ବାତ୍ୟା
ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ବାତ୍ୟା

By

Published : May 18, 2021, 1:10 PM IST

Updated : May 18, 2021, 3:30 PM IST

ଭୁବନେଶ୍ବର: ଦେଶର ବିଭିନ୍ନ ରାଜ୍ୟରେ ବାତ୍ୟା ତାଉ’ତେ ର ତାଣ୍ଡବ ପରେ ଏବେ ଓଡ଼ିଶା ମୁହାଁ ଆଉ ଏକ ବାତ୍ୟା !

ସୂଚନାମୁତାବକ, ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତା ମେ 23ରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଛି । ଫଳରେ ୨୭ ରୁ ୨୮ ତାରିଖ ମଧ୍ୟରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି । ତେବେ ଓଡିଶା ଓ ପଶ୍ଚିମବଙ୍ଗ ଉପରେ ଏହି ବାତ୍ୟାର ପ୍ରଭାବ ରହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଓଡିଶା ମୁହାଁ ଆଉ ଏକ ବାତ୍ୟା

ପୂର୍ବରୁ ହୋଇଥିବା ବାତ୍ୟା ଅମ୍ଫାନ ଓ ଫନିର ତାଣ୍ଡବ ଲୋକଙ୍କ ମନରୁ ଲିଭି ନଥିବା ବେଳେ ଆଉ ଏକ ବାତ୍ୟା ଖବର ରାଜ୍ୟବାସୀଙ୍କୁ ଡରାଇ ଦେଇଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Last Updated : May 18, 2021, 3:30 PM IST

ABOUT THE AUTHOR

...view details