ଭୁବନେଶ୍ବର:ସମ୍ଭାବ୍ୟ ବାତ୍ୟା 'ଗୁଲାବ' ଘଣ୍ଟାକୁ ୧୪ କିମି ବେଗରେ ଆଗକୁ ବଢୁଛି । ଏହା ଗୋପାଳପୁର ଠାରୁ ୪୭୦ ଓ କଳିଙ୍ଗପଟନମଠାରୁ ୫୪୦ କିମି ଦୂରରେ ଅଛି । ଏହା ଆସନ୍ତା କାଲି ସଂଧ୍ୟା ସୁଦ୍ଧା ପଶ୍ଚିମକୁ ଗତି କରି ଉପକୂଳ ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ବର୍ତ୍ତମାନ ସମୁଦ୍ରରେ ପବନର ବେଗ ୫୫ରୁ ୬୫ କିମି ପ୍ରତିଘଣ୍ଟା ରହିଛି । ଓଡିଶା ଗଞ୍ଜାମ, ଗଜପତି ଜିଲ୍ଲାରେ ଏହା ୭୫ରୁ ୮୫ କିମି ପ୍ରତି ଘଣ୍ଟା ସହ ଝଟକା ପବନର ସର୍ବାଧିକ ୯୫ କିମି ଘଣ୍ଟା ପ୍ରତି ରହିବ । ମତ୍ସଜୀବୀମାନଙ୍କୁ ସମୁଦ୍ର ସଂପୂର୍ଣ ବାରଣ କରାଯାଇଛି । ସବୁ ବନ୍ଦରରେ ୩ ନମ୍ବର ବିପଦ ସଂକେତ ଦିଆଯାଇଛି । ଲ୍ୟାଣ୍ଡଫଲ୍ ବେଳେ ଜୁଆର ଗଞ୍ଜମ ଜିଲ୍ଲାର ତଳି ଅଞ୍ଚଳରେ ସର୍ବାଧିକ ୫ ମିଟର ଉଚ୍ଚତା ଦେଖା ଦେଇପାରେ ।