ଓଡିଶା

odisha

ETV Bharat / city

ଘଣ୍ଟାପ୍ରତି 6 କିମି ବେଗରେ ମାଡି ଆସୁଛି ‘ବୁଲବୁଲ’, ଓଡିଶାକୁ ନାହିଁ ବିପଦ

ପାରାଦ୍ବୀପର ଦକ୍ଷିଣ ପୂର୍ବ ଦିଗଠାରୁ 750 କିଲୋମିଟର ଦୂରରେ ରହିଛି ବାତ୍ୟା ‘ବୁଲବୁଲ’ । ଓଡିଶାରେ କେବଳ ବର୍ଷା ସମ୍ଭାବନା ।

By

Published : Nov 7, 2019, 9:20 AM IST

ଫାଇଲ ଫଟୋ

ଭୁବନେଶ୍ବର: ବାତ୍ୟା ‘ବୁଲବୁଲ’ ଧୀରେ ଧୀରେ ଉଗ୍ର ରୂପ ଧାରଣା କରୁଛି । ଗତ 6 ଘଣ୍ଟାରେ ଘଣ୍ଟାପ୍ରତି 6 କିଲୋମିଟର ବେଗରେ ମାଡି ଆସୁଛି ବାତ୍ୟା । ବର୍ତ୍ତମାନ ଏହା ପାରାଦ୍ୱୀପର ଦକ୍ଷିଣ ପୂର୍ବ ଦିଗଠାରୁ 750 କିଲୋମିଟର ଦୂରରେ ରହିଛି । ଏହା ବାତ୍ୟାର ରୂପ ନେଇ ସାରିଥିବା ବେଳେ ଗୁରୁବାର ଭୟଙ୍କର ରୂପ ନେବ ବୋଲି IMD ଆକଳନ କରିଛି । ନଭେମ୍ବର 9ରେ ଏହା ଅତି ଭୟଙ୍କର ରୂପ ନେବ ।

ତେବେ ଓଡିଶା ଉପରେ ଏହାର ପ୍ରଭାବ କମ ରହିବ। 9 ଓ 10ରେ ଉତ୍ତର ଓଡ଼ିଶାରେ କିଛି ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବ। ଏହା ପଶ୍ଚିମବଙ୍ଗ ଦେଇ ବାଂଲାଦେଶ ଆଡକୁ ଗତି କରିବ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details