ଓଡିଶା

odisha

By

Published : May 6, 2022, 3:49 PM IST

ETV Bharat / city

Cyclone Alert: ରବିବାର ବାତ୍ୟା ! ମଙ୍ଗଳବାର ଛୁଇଁପାରେ ସ୍ଥଳଭାଗ, 4 ଜିଲ୍ଲାକୁ ପ୍ରବଳ ବର୍ଷା

ଦକ୍ଷିଣ-ଆଣ୍ଡାମାନ ସାଗର ଓ ଏହାର ପାର୍ଶ୍ଵବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ପରେ ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି । କ୍ରମେ ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ୭ ତାରିଖରେ ଅବପାତ ରୂପ ନେବ । ଆସନ୍ତା (ରବିବାର) ୮ ତାରିଖ ସନ୍ଧ୍ୟା ସୁଦ୍ଧା ଏହା ବାତ୍ୟା ରୂପ ନେଇପାରେ । ଏହାର ପ୍ରଭାବରେ 10 ତାରିଖରେ 4 ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଆକଳନ କରାଯାଇଛି । ଏହି ଜିଲ୍ଲା ଗୁଡିକ ହେଉଛି ଗଞ୍ଜାମ, ପୁରୀ, ଜଗତସିଂହପୁର ଓ ଖୋର୍ଦ୍ଧା । ଅଧିକ ପଢନ୍ତୁ

ମଙ୍ଗଳବାର ଛୁଇଁପାରେ ସ୍ଥଳଭାଗ
ମଙ୍ଗଳବାର ଛୁଇଁପାରେ ସ୍ଥଳଭାଗ

ଭୁବନେଶ୍ବର: ଦକ୍ଷିଣ-ଆଣ୍ଡାମାନ ସାଗର ଓ ଏହାର ପାର୍ଶ୍ଵବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ପରେ ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି । କ୍ରମେ ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ୭ ତାରିଖରେ ଅବପାତ ରୂପ ନେବ । ଆସନ୍ତା (ରବିବାର) ୮ ତାରିଖ ସନ୍ଧ୍ୟା ସୁଦ୍ଧା ଏହା ବାତ୍ୟା ରୂପ ନେଇପାରେ ।

ବାତ୍ୟା ରୂପ ନେଇ କ୍ରମଶଃ ଉତ୍ତର ପଶ୍ଚିମ ଦିଗକୁ ଗତି କରି ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଉତ୍ତରଆନ୍ଧ୍ର ଓ ଓଡିଶା ଉପକୂଳକୁ ୧୦ ତାରିଖରେ ଛୁଆଁପାରେ ବୋଲି ଆଳନ କରିଛି ଭାରତୀୟ ପାଣିପାଗ ବିଭାଗ । ଆଜି ଏନେଇ ଭାରତୀୟ ପାଣିପାଗ ବିଭାଗ ସମେତ ଆଞ୍ଚଳିକ ପାଣିପାଗ ବିଭାଗ, ଭୁବନେଶ୍ୱର ଏହି ସୂଚନା ଦେଇଛନ୍ତି । ଏହାର ପ୍ରଭାବରେ 10 ତାରିଖରେ 4 ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଆକଳନ କରାଯାଇଛି । ଏହି ଜିଲ୍ଲା ଗୁଡିକ ହେଉଛି ଗଞ୍ଜାମ, ପୁରୀ, ଜଗତସିଂହପୁର ଓ ଖୋର୍ଦ୍ଧା ।

ଅନ୍ୟପଟେ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ଲାଗି ରହିଛି । ଏହାର ପ୍ରଭାବରେ ଉପକୂଳ ଓଡିଶା ସମେତ ଆଭ୍ୟନ୍ତରଣ ଓଡିଶାର କିଛି ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ହେଉଛି। ବର୍ତ୍ତମାନ ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । ୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ବର୍ଷାର ପରିମାଣ ବଢିବ। ତେଣୁ 10 ତାରିଖ ପୂର୍ବରୁ ସ୍ଥଳଭାଗକୁ ଫେରି ଆସିବାକୁ ମତ୍ସ୍ୟଜୀବୀ ଙ୍କୁ ପରାମର୍ଶ ଦିଆଯାଇଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

...view details