ETV Bharat Odisha

ଓଡିଶା

odisha

ETV Bharat / city

୫ଟି ଜିଲ୍ଲାର ପୌରସଂସ୍ଥା ଉପରେ ନଗର ଉନ୍ନୟନ ବିଭାଗର ଫୋକସ୍ - ପୌରସଂସ୍ଥା ଉପରେ ନଗର ଉନ୍ନୟନ ବିଭାଗର ଫୋକସ

ବାତ୍ୟା ପାଇଁ ହାଇ ଆଲର୍ଟରେ ଥିବା ୫ ଜିଲ୍ଲା ପୌରାସଂସ୍ଥା ଉପରେ ନଗର ଉନ୍ନୟନ ବିଭାଗର ଫୋକସ୍ । ଜିରୋ କାଜୁଆଲିଟି ନିଶ୍ଚିତ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ । ଅଧିକ ପଢନ୍ତୁ...

୫ଟି ଜିଲ୍ଲାର ପୌରସଂସ୍ଥା ଉପରେ ନଗର ଉନ୍ନୟନ ବିଭାଗର ଫୋକସ୍
୫ଟି ଜିଲ୍ଲାର ପୌରସଂସ୍ଥା ଉପରେ ନଗର ଉନ୍ନୟନ ବିଭାଗର ଫୋକସ୍
author img

By

Published : May 26, 2021, 7:41 AM IST

ଭୁବନେଶ୍ବର: ବାତ୍ୟା ପାଇଁ ହାଇଆଲର୍ଟରେ ଥିବା ୫ଟି ଜିଲ୍ଲାର ପୌରାସଂସ୍ଥା ଉପରେ ନଗର ଉନ୍ନୟନ ବିଭାଗର ଫୋକସ୍ । ଜଗସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ଯାଜପୁର ଏବଂ ବାଲେଶ୍ୱରରେ ଯେଭଳି କୌଣସି ଜୀବନହାନୀ ନ ହୁଏ ସେଥିପାଇଁ ଫୁଲ୍‍-ପ୍ରୁଫ୍ ସ୍ଥାନାନ୍ତର ପ୍ରଣାଳୀ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛି ବିଭାଗ । ଜିରୋ କାଜୁଆଲିଟି ନିଶ୍ଚିତ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ରହିଛି । ଗୃହ ଏବଂ ନଗର ଉନ୍ନୟନ ବିଭାଗ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ପୌରସଂସ୍ଥାଗୁଡ଼ିକୁ ବିସ୍ତୃତ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରଣାଳୀ (ଏସ୍‍ଓପି) ଜାରି କରିସାରିଛି । ପୌରାଞ୍ଚଳରେ ଥିବା ୧ ହଜାର ୧୩୭ ୱାର୍ଡର ପ୍ରାୟ ୩୭ ଲକ୍ଷ ଜନସଂଖ୍ୟା ଉପରେ ବାତ୍ୟା ପ୍ରଭାବ ପକାଇପାରେ । ସେଥିମଧ୍ୟରୁ ୯୩ ୱାର୍ଡର ୨.୭ ଲକ୍ଷ ଜନସଂଖ୍ୟା ଅଧିକ ପ୍ରଭାବିତ ହେବାର ଆଶଙ୍କା ରହିଛି ।

ଏଠାରେ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା ନିଶ୍ଚିତ ହୋଇଛି ଏବଂ ନିରନ୍ତର ତଦାରଖ କରାଯାଉଛି । ଭଦ୍ରକ, ବାଲେଶ୍ୱର, ଜଗସିଂହପୁର, କେନ୍ଦ୍ରାପଡା, ଯାଜପୁର ପୌରାଞ୍ଚଳ ବାତ୍ୟା ‘ୟସ’ ଦ୍ୱାରା ଅଧିକ ପ୍ରଭାବିତ ହେବାର ସମ୍ଭାବନା ଅଛି । ଉତ୍ସର୍ଗୀକୃତ ସହରୀ ଦଳ ବରିଷ୍ଠ ଅଧିକାରୀଙ୍କ ତତ୍ତ୍ୱାବଧାନରେ ସକ୍ରିୟ ଭାବେ କାର୍ଯ୍ୟରତ ଅଛନ୍ତି । ଦିଆଯାଇଥିବା ଏସ୍‍ଓପିକୁ ଏଠାରେ ପ୍ରାଥମିକତା ଆଧାରରେ କାର୍ଯ୍ୟକାରୀ କରାଯାଉଛି ।

ଭୁବନେଶ୍ୱର ରାଜ୍ୟ ସହରାଞ୍ଚଳ ବିକାଶ ଏଜେନ୍ସି (ସୁଡା)ରେ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏକ ଉତ୍ସର୍ଗୀକୃତ ରାଜ୍ୟ ସ୍ତରୀୟ କଣ୍ଟ୍ରୋଲ ରୁମ୍ ପ୍ରତିଷ୍ଠା କରାଯାଇଛି । ଦିନରାତି ସକ୍ରିୟ ଭାବେ ଏହି କଣ୍ଟ୍ରୋଲ ରୁମ କାର୍ଯ୍ୟରତ । ଅନୁରୂପ ଭାବେ ବାତ୍ୟା ପ୍ରଭାବିତ ଆଶଙ୍କା ଥିବା ୬୧ଟି ପୌରସଂସ୍ଥାରେ ମଧ୍ୟ ନିୟନ୍ତ୍ରଣ କକ୍ଷ ପ୍ରତିଷ୍ଠା କରାଯାଇଛି । ବାତ୍ୟା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନମାନେ ଉତ୍ସର୍ଗୀକୃତ ଟିମ୍‍ ଗଠନ କରିଛନ୍ତି ।

ଅଧିକ ପ୍ରଭାବିତ ହେବାକୁ ଥିବା ଉପରୋକ୍ତ ୫ଟି ଜିଲ୍ଲାର ପୌରାଞ୍ଚଳ ଉପରେ ବିଶେଷ ଧ୍ୟାନ ଦିଆଯାଉଛି । ସ୍ଥିତି ନିୟନ୍ତ୍ରଣ ପାଇଁ ଅନ୍ୟ ୧୭ଟି ପୌରସଂସ୍ଥାରୁ ଅତିରିକ୍ତ ଇଓଏସ୍ ବା ଯନ୍ତ୍ରୀମାନଙ୍କୁ ଗୁରୁତର ପ୍ରଭାବିତ ଆଶଙ୍କା ଥିବା ପୌରାଞ୍ଚଳରେ ଅବସ୍ଥାପିତ କରାଯାଇଛି । ସେହି ସବୁ ପୌରାଞ୍ଚଳରେ ପର୍ଯ୍ୟାପ୍ତ ରହିବା କ୍ଷମତା ବିଶିଷ୍ଟ ୫୨୦ରୁ ଅଧିକ ବାତ୍ୟା ଆଶ୍ରୟସ୍ଥଳ ଗୁଡିକ ପ୍ରତିଷ୍ଠା କରାଯାଇଛି । ସେଠାରେ ସମସ୍ତ ଆବଶ୍ୟକୀୟ ସାମଗ୍ରୀ ଯେପରିକି ଶୁଖିଲା ଖାଦ୍ୟ, ପାନୀୟ ଜଳ, ଶୌଚାଳୟ, ମେଡିକାଲ୍ କିଟ୍ ଇତ୍ୟାଦି ଗଚ୍ଛିତ ରଖାଯାଇଛି । ମହିଳା ଏବଂ ଶିଶୁମାନଙ୍କ ପାଇଁ ସ୍ୱତନ୍ତ୍ର ଯତ୍ନ ବ୍ୟବସ୍ଥା ସୁନିଶ୍ଚିତ ହୋଇଛି ଏବଂ କୋଭିଡ କଟକଣାର କଡା ଅନୁକରଣ ନିଶ୍ଚିତ କରାଯାଇଛି । ଶେଷ ମୁହୂର୍ତ୍ତରେ କୌଣସି ପ୍ରକାର ମେଡିକାଲ ସ୍ଥିତିକୁ ଏଡାଇବା ପାଇଁ ସମସ୍ତ ଚିକିତ୍ସା ଜରୁରୀକାଳୀନ ସୁବିଧା ବ୍ୟବସ୍ଥା କରାଯାଇଛି ।

ନିରବଚ୍ଛିନ୍ନ ଜଳ ଯୋଗାଣକୁ ସୁନିଶ୍ଚିତ କରିବା ସହିତ ଷ୍ଟୋରେଜ୍ ଜଳଭଣ୍ଡାରଗୁଡ଼ିକ ପୂରଣ କରାଯାଇଛି । ଜଳ ଯୋଗାଣ ସମସ୍ୟାର ସମାଧାନ ପାଇଁ ଉତ୍ସର୍ଗୀକୃତ ନିୟନ୍ତ୍ରଣ କକ୍ଷଗୁଡ଼ିକ ଅଛି । ଏହାର ନମ୍ବର ସୋସିଆଲ ମିଡିଆରେ ଲୋକଙ୍କ ଅବଗତି ପାଇଁ ସେୟାର କରାଯାଇଛି । ପାୱାର ବ୍ୟାକ୍‌ଅପ୍‍ ଯଥେଷ୍ଟ ହେବା ପାଇଁ ବିଭିନ୍ନ ଜିଲ୍ଲା ତଥା ପଡୋଶୀ ରାଜ୍ୟରୁ ୫୫୦ ରୁ ଅଧିକ ଡିଜି ସେଟ୍ ଅଣାଯାଇଛି । ସମ୍ବେଦନଶୀଳ ପୌରସଂସ୍ଥାଗୁଡିକରେ ଅଣାଯାଇଥିବା ୧୮୦ ରୁ ଅଧିକ ୱାଟର ଟ୍ୟାଙ୍କର୍ ନିୟୋଜିତ କରାଯାଇଛି ।

ଡିଜି ସେଟ୍ ଏବଂ ଜେନେରେଟର ଇତ୍ୟାଦି ଆବଶ୍ୟକ ବ୍ୟାକଅପ୍ ବ୍ୟବସ୍ଥା କରାଯାଇଛି । ବାତ୍ୟାର ସମ୍ମୁଖୀନ ହେବାକୁ ଥିବା ପୌରସଂସ୍ଥାଗୁଡିକରେ ୫୦୦ ରୁ ଅଧିକ ଆସ୍କା ଲାଇଟ୍ ଏବଂ ୫୦୦ ଜେନରେଟର ସେଟ୍ ଉପଲବ୍ଧ କରାଯାଇଛି । ଜଳ ନିଷ୍କାସନ ପାଇଁ ୫୫୦ ପମ୍ପ-ସେଟ୍ ପୂର୍ବରୁ ରଖାଯାଇଛି । ମୁକାବିଲା ପାଇଁ ଅନ୍ୟ ଲାଇନ୍‍ ବିଭାଗ ଦ୍ୱାରା ଅଧିକ କାର୍ଯ୍ୟ ଚାଲିଛି ।


ସାମାଜିକ ଦୂରତାକୁ ସଠିକ ଭାବେ ପାଳନ କରିବା ପାଇଁ ସମସ୍ତ ଜଳ ଅଭାବ ଅଞ୍ଚଳରେ ୭୦୦ରୁ ଅଧିକ ପିଭିସି ପାଣିଟାଙ୍କି ବସାଯାଇଛି । ଏହାକୁ ନିୟମିତ ଭାବେ ପୂର୍ଣ୍ଣ କରାଯିବାର ବ୍ୟବସ୍ଥା ହୋଇଛି । ଅତିରିକ୍ତ ଭାବରେ, ହ୍ୟାଣ୍ଡ୍ ପମ୍ପ୍ ଟ୍ୟୁବ୍ ୱେଲଗୁଡିକ କାର୍ଯ୍ୟକାରୀ ହେବା ସହିତ ଏହା ଯେଭଳି ନିୟମିତ ଭାବେ କାର୍ଯ୍ୟକରିବ ସେଥିପାଇଁ ଟିମ୍‍ ମୁତୟନ କରାଯାଇଛି ।

କୌଣସି ଠାରେ ଜଳଯୋଗାଣରେ ସମସ୍ୟା ଦେଖାଦେଲେ ତାହାର ତୁରନ୍ତ ମରାମତି ପାଇଁ ଦାୟିତ୍ୱରେ ଥିବା ଯନ୍ତ୍ରୀଙ୍କ ଅଧୀନରେ ମୋବାଇଲ୍ ରାପିଡ୍ ଆକ୍ସନ ଟିମ୍‍ ଗଠନ କରାଯାଇଛି । ବାତ୍ୟା ପୁନର୍ବାସ କେନ୍ଦ୍ର ଏବଂ ଆଶ୍ରୟସ୍ଥଳୀକୁ ଯୋଗାଣ ନିଶ୍ଚିତ କରିବାକୁ ନୋଡାଲ୍ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି । ବରିଷ୍ଠ ଅଧିକାରୀମାନେ ବାତ୍ୟା ମୁକାବିଲା ଲାଗି ଅନ୍ୟାନ୍ୟ ଲାଇନ୍‍ ବିଭାଗ ସହିତ ସମନ୍ୱୟ ରକ୍ଷା କରିବା ଏବଂ ଯେକୌଣସି ଆହ୍ୱାନକୁ ଦୂର କରିବା ଦିଗରେ ପଦକ୍ଷେପ ନେବା ଲାଗି ନିର୍ଦ୍ଦେଶ ଦିଆଯାଇଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details