ଓଡିଶା

odisha

ETV Bharat / city

ବିଜୁଙ୍କ ପାଇଁ ସାଇକେଲ ଯାତ୍ରାର ରିହରସଲ - Biju Patnaik's birth anniversery

ମାର୍ଚ୍ଚ ୫ ତାରିଖରେ ଓଡ଼ିଶାର ବରପୁତ୍ର ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜନ୍ମ ଦିନ । ତାଙ୍କର ସୃତି ଚାରଣ କରିବା ପାଇଁ ବିଜେଡ଼ି କଟକ ଆନନ୍ଦ ଭବନରୁ ଭୁବନେଶ୍ବର ପର୍ଯ୍ୟନ୍ତ କରିବ ଏକ ବିଶାଳ ସାଇକେଲ ଯାତ୍ରା। ଅଧିକ ପଢନ୍ତୁ...

ବିଜୁଙ୍କ ପାଇଁ ସାଇକେଲ ଯାତ୍ରାର ରିହରସଲ
ବିଜୁଙ୍କ ପାଇଁ ସାଇକେଲ ଯାତ୍ରାର ରିହରସଲ

By

Published : Feb 27, 2021, 1:05 PM IST

ଭୁବନେଶ୍ବର: ମାର୍ଚ୍ଚ ୫ ତାରିଖରେ ଓଡ଼ିଶାର ବରପୁତ୍ର ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜନ୍ମ ଦିନ । ତାଙ୍କର ସୃତି ଚାରଣ କରିବା ପାଇଁ କଟକ ଆନନ୍ଦ ଭବନରୁ ଭୁବନେଶ୍ବର ପର୍ଯ୍ୟନ୍ତ ହେବ ଏକ ବିଶାଳ ସାଇକେଲ ଯାତ୍ରା । ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଭୁବନେଶ୍ବର ବିମାନ ବନ୍ଦର ନିକଟରେ ଥିବା ବିଜୁଙ୍କ ପ୍ରତିମୂର୍ତ୍ତି ପାଖରୁ ଏନେଇ ଏକ ରିହରସଲ କରିଥିଲେ ।

ବିଜୁଙ୍କ ସ୍ମୃତି ଉଦ୍ଦେଶ୍ୟରେ ହେବାକୁ ଥିବା ଏହି ସାଇକେଲ ଶୋଭାଯାତ୍ରାରେ ଅଧିକରୁ ଅଧିକ ଯୁବଛାତ୍ର କିଭଳି ଯୋଗଦେବେ, ସେନେଇ ବାର୍ତ୍ତା ଦେବା ପାଇଁ ଏକ ରିହରସାଲ ସାଇକେଲ ଶୋଭାଯାତ୍ରା କରିଥିଲେ । ଏହି ଯାତ୍ରାରେ ବିଜେଡି ଯୁବ ସଭାପତି ବୈମୋକେଶ ରାୟ , ଛାତ୍ର ସଭାପତି ଦେବୀରଞ୍ଜନ ତ୍ରିପାଠୀ, ବିଧାୟକ ପ୍ରଣବ ବଳବନ୍ତ ରାୟ ପ୍ରମୁଖ ଯୋଗଦେଇଥିଲେ ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details