ଭୁବନେଶ୍ବର: ସ୍ମାର୍ଟସିଟିରେ ଆରମ୍ଭ ହେଲା ସାଇକେଲଗିରି ବା ଚେଞ୍ଜ ଫର ଚ୍ୟାଲେଞ୍ଜ। ସାମିଲ ହେଲେ ପ୍ରାୟ ୧୦୦ ରୁ ଊର୍ଦ୍ଧ୍ବ ସାଇକେଲ ଆରୋହୀ। ସ୍ମାର୍ଟସିଟିରୁ ଶାନ୍ତି ସ୍ତୁପ ପର୍ଯ୍ୟନ୍ତ ସାଇକେଲ ମାଧ୍ୟମରେ ବାଣ୍ଟିଲେ ସାଇକେଲଗିରି ବାର୍ତ୍ତା । କୋରୋନା ମହାମାରୀ ସମୟରେ ଜୀବନକୁ ବାଜି ଲଗାଇ ଘରେ ଘରେ ବୁଲି କୋରୋନା ସଚେତନ କରାଇଥିବା ପିଅର ଲିଡର ମାନଙ୍କୁ ମିଳିଲା ସାଇକେଲ ।
ଭୁବନେଶ୍ବର ଶିଶୁ ଭବନ ଛକ ଏକାମ୍ର ପ୍ଳାଜା ଠାରୁ ଶାନ୍ତି ସ୍ତୁପ ଧଉଳି ଅଭିମୁଖେ ବାହାରିଛି ସାଇକେଲଗିରି । ଶୁକ୍ରବାର ଭୁବନେଶ୍ବର ମହାନଗର ନିଗମ କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ରାଜଧାନୀକୁ ସ୍ବଚ୍ଛ ଆଉ ସୁନ୍ଦର କରି ଗଢିବାକୁ ଏହି ସାଇକେଲ ଗିରି ଅଭିଯାନ । ପ୍ରଦୂଷଣ କମିବ, ପରିବେଶ ସୁସ୍ଥ ରହିବ ଏଭଳି ବାର୍ତ୍ତା ନେଇ ସ୍ମାର୍ଟସିଟି ବାସିନ୍ଦା ପ୍ରତି ଶୁକ୍ରବାର ସାଇକେଲଗିରିରେ ଅଂଶଗ୍ରହଣ କରିପାରିବେ। ବିଏମସିର ଏପରି ପ୍ରୟାସକୁ ସ୍ମାର୍ଟସିଟି ବାସିନ୍ଦା ସ୍ବାଗତ କରିଛନ୍ତି ।