ଓଡିଶା

odisha

ETV Bharat / city

ସାଇବର ଠକ ବଦଳାଉଛନ୍ତି ଠକାମୀର ଚାଲ୍,କମିଶନରେଟ ପୋଲିସ କହିଲା ୧୩ ଉପାୟ - କମିଶନରେଟ ପୋଲିସ କହିଲା ୧୩ ଉପାୟ

ସାମ୍ନାକୁ ଆସିଛି ନୂଆ ଟେକନିକର ଠକାମୀର ଚାଲ। ଘରଭଡା ଦେବା ବାହାନାରେ ଏବେ ସାଇବର ଠକ ଦେଉଛନ୍ତି ଷ୍ଟାଟସ । ଅନଲାଇନରେ ଟୁ ଲେଟ ନାଁରେ ଦେଉଛନ୍ତି ଘର ଫାଙ୍କା ଥିବାର ପୋଷ୍ଟ। ଯାହାକୁ ଯୋଗାଯୋଗ କଲେ କିଛି ଠିକଣାର ଫଟୋ ସହ ଘର ମାଲିକ ବାହାରେ ଥିବା ଦର୍ଶାଇ ମାଗୁଛନ୍ତି ଆଡଭାନ୍ସ। ଠକେଇର ଟେକନିକ ବଦଳାଉଛନ୍ତି ସାଇବର ଠକ। ନୂଆ ନୂଆ ଉପାୟରେ ବିଛାଉଛନ୍ତି ଠକେଇର ଜାଲ। ଅଧିକ ପଢନ୍ତୁ...

Cybore crime increase in bhubaneswar ,Commissionerate police says 13 way on online fraud
ସାଇବର ଠକ ବଦଳାଉଛନ୍ତି ଠକାମିର ଚାଲ,କମିଶନରେଟ ପୋଲିସ କହିଲା ୧୩ ଉପାୟ

By

Published : Aug 2, 2021, 9:12 PM IST

ଭୁବନେଶ୍ବର: ଠକେଇର ଟେକନିକ ବଦଳାଉଛନ୍ତି ସାଇବର ଠକ। ନୂଆ ନୂଆ ଉପାୟରେ ବିଛାଉଛନ୍ତି ଠକେଇର ଜାଲ। ସାଧାରଣ ଲୋକଟିଏ ନବୁଝି ହେଉଛି ଠକେଇର ଶିକାର। ଏଥିପାଇ ଠକାମୀର କିଛି ଟେକନିକରୁ ବର୍ତିବାକୁ ପୋଲିସ କରାଇଛି ସତର୍କ।

ସାମ୍ନାକୁ ଆସିଛି ନୂଆ ଟେକନିକର ଠକାମୀର ଚାଲ। ଘରଭଡା ଦେବା ବାହାନାରେ ଏବେ ସାଇବର ଠକ ଦେଉଛନ୍ତି ଷ୍ଟାଟସ । ଅନଲାଇନରେ ଟୁ ଲେଟ ନାରେ ଦେଉଛନ୍ତି ଘର ଫାଙ୍କା ଥିବାର ପୋଷ୍ଟ। ଯାହାକୁ ଯୋଗାଯୋଗ କଲେ କିଛି ଠିକଣାର ଫଟୋ ସହ ଘରର ମାଲିକ ବାହାରେ ଥିବା ଦର୍ଶାଇ ମାଗୁଛନ୍ତି ଆଡଭାନ୍ସ। ମାର୍କେଟ ଠାରୁ ଦୁଇଗୁଣା କମରେ ଦେଉଛନ୍ତି ଘର ଭଡାର ପ୍ରଲୋଭନ।କେବଳ ସେତିକି ନୁହେଁ ବେକାର ଯୁବକ ଯୁବତୀ ପାଇଁ ମଧ୍ୟ ଠକାମୀ ପାଇ ରଚୁଛନ୍ତି ଷଡଯନ୍ତ୍ର । ଏନେଇ ଅନଲାଇନରେ କୁଇକର ,ଲିଙ୍କଡ ଇନ ,ଓଏଲଏକ୍ସ ଭଳି ଫିସିଙ୍ଗ ଓ୍ବେବସାଇଟ ଜରିଆରେ ହାଇଅରିଂ ପ୍ରଲୋଭନ ଦେଇ ଯୁବପୀଢିଙ୍କୁ ଠକାମୀର ଶିକାର କରୁଛନ୍ତି।

ସାଇବର ଠକ ବଦଳାଉଛନ୍ତି ଠକାମିର ଚାଲ,କମିଶନରେଟ ପୋଲିସ କହିଲା ୧୩ ଉପାୟ

ସେହିପରି ଅନଲାଇନ ଡାଟା ଏଣ୍ଟ୍ରି ନା ରେ ପ୍ରଥମେ ଏଗ୍ରିମେଣ୍ଟ କରି ପିଲାଙ୍କ ସହ ଅନଲାଇନରେ ଫେକ ଏଗ୍ରିମେଣ୍ଟ ପରେ ଆଶାଠୁ ଅଧିକ କାମ ଦେଇ ଶେଷରେ ଅନଲାଇରେ ହାରାସ କରୁଛନ୍ତି । ଏହା ପରେ ଏଗ୍ରିମେଣ୍ଟ ନାରେ ଲିଗାଲ ନୋଟିସର ଭୟ ଦେଖାଇ ମନଇଛା ଟଙ୍କା ଠକେଇ ବା ଆଦାୟ କରୁଛନ୍ତି। ସେହିପରି ଟାଓ୍ବାର ଇନଷ୍ଟଲେସନ ନାରେ ଡିପୋଜିଟ ବାହାନାରେ ଠକେଇ ସହ,ଜିଓ ଓ ବିଏସଏନଏଲ ଭଳି ଟେଲିକମ କମ୍ପାନିର ସିମକାର୍ଡ କନେକ୍ସନର କେୱାସି ଭରିବା ଆଳରେ ଠକୁଛନ୍ତି । ସେହିପରି କେବିସିରେ ଲଟେରି ଜିତିଛନ୍ତି କ୍ଲେମ କରିଵା ପାଇ ଆଡଭାନସ ସହ ଫୋନ ପେ ଓ ଜି ପେରେ କ୍ୟାସବ୍ୟାକ ଅଫର ନାରେ ଅନଲାଇନରେ ସାଧାରଣ ଲୋକଙ୍କୁ ଇମୋସନାଲି ଠକେଇର ଶିକାର କରୁଛନ୍ତି ।

ସେହିପରି କ୍ରେଡିଟ କାର୍ଡ ଓ ଡେବିଟ କାର୍ଡ ଭାଲିଡିଟି ଭେରିଫିକେସନ ସହ ଓଏଲ ଏକ୍ସରେ ଦାମୀ ଗାଡିର କମ ଟଙ୍କାରେ ବିକ୍ରି ,ବା କିଛି ମହଙ୍ଗା ଜିନିଷ ବିକ୍ରିର ଆଳ ଦେଖାଇ ଠକେଇ କରୁଛନ୍ତି। ସେହିପରି ସେକ୍ସୋର୍ଟେସନ ବା ସୁନ୍ଦର ଯୁବତି ସୋସିଆଲ ମିଡିଆରେ ଫ୍ରେଣ୍ଡ ହେବା ସହ ପରେ ନ୍ୟୁଡ ଚାଟ କରିବା ବାହାନାରେ ଆପଣଙ୍କର ନଗ୍ନ ଫଟୋକୁ ନେଇ ସୋସିଆଲ ମିଡିଆରେ ସେୟାର କରିଦେବାର ଧମକ ଦେଇ ଏହିପରି ଢଙ୍ଗରେ ଠକେଇର ଶିକାର କରୁଛନ୍ତି।

ସାଇବର ଠକ ବଦଳାଉଛନ୍ତି ଠକାମିର ଚାଲ,କମିଶନରେଟ ପୋଲିସ କହିଲା ୧୩ ଉପାୟ

ଜୁଲାଇ ମାସରେ ଭୁବନେଶ୍ୱର ସାଇବର ହେଲପ ଡେସ୍କକୁ ଆସିଛି ୩୭୦ଟି ଠକେଇର କଲ । ଯେଉଁମାନେ ଅଭିଯୋଗ କରିଛନ୍ତି ୧ କୋଟି ୧୦ଲକ୍ଷ ୮୫ହଜାର ଟଙ୍କା ଠକେଇ ହୋଇଥିବା ଜଣାଇଛନ୍ତି । ସେମାନଙ୍କ ମଧ୍ୟରେ କେବଳ ଭୁବନେଶ୍ଵରରୁ ଆସିଛି ୨୩୦ଟି କଲ ଯେଉଁ ମାନଙ୍କର ଯାଇଛି ୫୫ଲକ୍ଷ ୫୮ହଜାର ଟଙ୍କା ଠକେଇ ହୋଇଛନ୍ତି। ଯେଉମାନଙ୍କ ମଧ୍ୟରୁ ୧୧୦ଜଣଙ୍କ କଲ ୟୁପିଆଇ ଜରିଆରେ ଠକେଇ କରି ଥିବା ଅଭିଯୋଗ ଅରିଛନ୍ତି ଲ।ସେହିପରି ୭୬ଜଣ କ୍ରେଡିଟ ଓ ଡେବିଟ କାର୍ଡ ଜରିଆରେ ଓଠ ୪୪ଟି କଲ ଅନ୍ୟାନ୍ୟ ଉପାୟରେ ଠକେଇ କରିଥିଵା ଅଭିଯୋଗ ସାଇବର ହେଲପ ଡେସ୍କରେ ପହଚିଛି।ତେବେ ମୋଟ ୧୫ଟି କେସ ହୋଇଥିବା ଵେଳେ ୬୦ଟି ଟିକେଟ ଆଇଡି ଜେନେରେଟ କରାଯାଇ ୮ଲକ୍ଷ ୫୫ହଜାର ଟଙ୍କା ଫେରେଇପାରିବାରେ ସହାୟକ ହୋଇଛି ସାଇବର ହେଲପ ଡେସ୍କ ଭୁବନେଶ୍ଵର।

ସେପଟେ ୧୩ ପ୍ରକାରର ଠକେଇ ସମ୍ପର୍କରେ ଅବଗତ କରାଇ ସଚେତନ ହେବାକୁ ପରାମର୍ଶ କରିଛି କମିସନରେଟ ପୋଲିସ।ଏନେଇ ପୋଲିସ କମିଶନର କହିଛନ୍ତି ପ୍ରତ୍ୟେକ କଲ ଆସୁଥିବା ଏହିପରି କଲକୁ ଦୁଇଥର ଚେକ କରନ୍ତୁ କୋଣସି ପ୍ରକାରର ଟଙ୍କା ଟ୍ରାନଜାକ୍ସନ କରୁଥିଲେ।କାରଣ ଅଦୃଶ୍ୟ ଠକ କେଉଁଠି ଥାଇ ଵି ଠକେଇ କରୁଥିବ। ସେ ଆମେରିକାରେ ଥାଇ ନିମାପଡ଼ାରୁ ଠକେଇ କରୁଛନ୍ତି । ଯାହାକୁ ଠାଵ କରିଵା ମୁସ୍କିଲ ଏଥିପାଇ ଆମକୁ ଧ୍ୟାନ ଦେଵାକୁ ହେଵ।

ଭୁବନେଶ୍ବରରୁ ତାପସ ପରିଡା,ଇଟିଭି ଭାରତ

ABOUT THE AUTHOR

...view details