ଓଡିଶା

odisha

ରାଜଧାନୀରେ ଆର୍ଥିକ ସ୍ଥିତି ଦୁର୍ବଳରେ ସାଇବର ଠକ, ୭୦ ପ୍ରତିଶତ ଲୋକଙ୍କ ଠୁ ମାସକୁ ଲୁଟିଛନ୍ତି ୭୦ ଲକ୍ଷ

By

Published : Jul 5, 2021, 6:59 PM IST

ରାଜଧାନୀରେ କାୟା ବିସ୍ତାର କରିଛି ସାଇବର ଠକେଇ । ବିଗତ ୬ ମାସରେ ସାଇବର ଠକ ଲୁଟିଲେଣି ୪ କୋଟି ୧୭ ଲକ୍ଷ । ଅର୍ଥାତ ପ୍ରତି ମାସରେ ହାରାହାରି ଲୁଟୁଛନ୍ତି ୭୦ ଲକ୍ଷ । ପ୍ରତିଦିନ ଆସୁଛି ୧୦ ରୁ ୧୫ ଠକାମି ହୋଇଥିବା ଲୋକଙ୍କ ଅଭିଯୋଗ କଲ ।

Cybore crime increase day by day in bhubaneswar
ରାଜଧାନୀରେ ଆର୍ଥିକ ସ୍ଥିତି ଦୁର୍ବଳରେ ସାଇବର ଠ

ଭୁବନେଶ୍ବର:ଟେକନିକ ବଦଳାଉଛନ୍ତି ସାଇବର ଠକ । ନୂଆ ତରିକାରେ ବିଛାଉଛନ୍ତି ଠକାମିର ଜାଲ । ହନ୍ତସନ୍ତ ଠକେଇର ଶିକାର ହେଉଥିବା ଲୋକ । ରୋକ ଲଗାଇବାକୁ ପୋଲିସ ହେଲାଣି ନୟାନ୍ତ । କାରଣ ଭୁବନେଶ୍ବରରେ ବିଗତ ୬ ମାସରେ ସାଇବର ଠକ ଲୁଟିଲେଣି ୪ କୋଟି ୧୭ ଲକ୍ଷ । ଅର୍ଥାତ ପ୍ରତି ମାସରେ ହାରାହାରି ଲୁଟୁଛନ୍ତି ୭୦ ଲକ୍ଷ । ପ୍ରତିଦିନ ଆସୁଛି ୧୦ ରୁ ୧୫ ଠକାମି ହୋଇଥିବା ଲୋକଙ୍କ ଅଭିଯୋଗ କଲ । ସାଇବର ଠକ କରୁଥିବା ଠକାମି କଲରେ ୭୦ ପ୍ରତିଶତ ଲୋକ ହେଉଛନ୍ତି ଠକାମିର ଶିକାର । ଲୋକ ଯେତିକି ଚତୁର ହେଉଛନ୍ତି ତାଠୁ ଆଉ ପାଦେ ଅଧିକ ଚାଲାକ ହେଉଛନ୍ତି ସାଇବର ଠକ।

ରାଜଧାନୀରେ କାୟା ବିସ୍ତାର କରିଛି ସାଇବର ଠକେଇ

କେତେବେଳେ ଏସଏମଏସ ପଠାଇ କେଓ୍ବାଇସି ଭେରିଫିକେସନ ନାଁ ରେ ଠକେଇ ତ କେତେବେଳେ ୟୁପିଆଇ ଓ କ୍ୟୁଆର କୋର୍ଡ ପଠାଇ ଠକେଇ। କ୍ରେଡିଟ କାର୍ଡ଼ ଠୁ ଆରମ୍ଭ କରି ଡେବିଟ କାର୍ଡ । ଫୋନ ପେ ଠୁ ଆରମ୍ଭ କରି ପେଟିଏମ ଯାହା ପାରୁଛନ୍ତି ଅଜଣା ନମ୍ବରରୁ କଲ କରି ବିଶ୍ବାସର ଭରସା ଦେଇ ଲୁଟର ଶିକାର କରୁଛନ୍ତି ସାଇବର ଠକ । ଆଉ ଏବେ ସରକାରୀ ସ୍କିମର ସୁବିଧା ଅର୍ଥାତ ଉଜ୍ବଳା ସ୍କିମ ଭଳି କିଶାନ ଯୋଜନା ଦେବା ବାହାନା । ସହରରେ ଆର୍ମି ଅଫିସର ଘରଭଡା ଦେବା ବାହାନାରେ ଠକେଇର ଜାଲ ବିଛାଉଛନ୍ତି। ପ୍ରତି ମୁହୁର୍ତରେ ଆପଣଙ୍କର ଆବଶ୍ୟକତାର ଯୋଗାଇଦେବା ଆଳରେ କେହି ଅନଲାଇନରେ ହେଉ ବା ଫୋନ ଲାଇନରେ ଠକେଇର ଜାଲ ବିଛାଉଛନ୍ତି ସାଇବର ଠକ । କେବଳ ଭୁବନେଶ୍ବରରେ ସାଇବର ଠକାମି ବ୍ୟକ୍ତିଙ୍କ ଅଭିଯୋଗ ଶୁଣିବା ପାଇଁ ଡିସିପି ଅଫିସରେ ଖୋଲାଯାଇଛି ସାଇବର ହେଲପ ଡେସ୍କ ।

ତେବେ ବିଗତ ୬ ମାସର ରିପୋର୍ଟ ଅନୁସାରେ ସାଇବର ହେଲପ ଡେସ୍କକୁ ଜାନୁଆରୀ ମାସରେ ଆସିଛି ୩୬୮ ଅଭିଯୋଗକାରିଙ୍କ କଲ, ୧୯ଟି କେସ ହୋଇଛି,ଲୁଟିଛନ୍ତି ୫୨୧୬୪୮୩ ଟଙ୍କା । ଫେବୃଆରୀରେ ୩୨୨ଟି କଲ,୧୩ଟି କେସ,୫୧୩୯୯୮୯ଟଙ୍କା । ମାର୍ଚ୍ଚ ମାସରେ ୩୧୦ଟି କଲ,୧୬ଟି କେସ,୮୪୭୮୩୯୪ଟଙ୍କା । ଏପ୍ରିଲ ମାସରେ ୨୨୦କଲ,୧୧ଟି କେସ,୭୪୦୫୧୧୪ଟଙ୍କା । ମେ ମାସରେ ୨୫୬କଲ,୧୭ଟି କେସ,୭୦୭୮୭୧୪ଟଙ୍କା ।ଜୁନ ମାସରେ ୨୨୯ଟି କଲ,୧୪ଟି କେସ,୮୩୦୮୬୬୨ଟଙ୍କା ଅର୍ଥାତ ମୋଟ ଅଧା ବର୍ଷରେ ୪କୋଟି ୧୬ଲକ୍ଷ ୨୭ହଜାର ୩୫୪ଟଙ୍କା ଠକିନେଇଥିବା ଅଭିଯୋଗ ପରେ।ମାତ୍ର ୪୯ଲକ୍ଷ ୬ହଜାର ୪୫୧ଟଙ୍କା ଠାବ କରି ଫ୍ରିଜ ବା ଫେରି ପାଇବାରେ ସକ୍ଷମ ହୋଇଛି। ହେଲେ ଏଯାଏ ନା ଗୋଟିଏ ବି ଠକ ଗିରଫ ହୋଇଛନ୍ତି ନା ଠକଙ୍କୁ ଟ୍ରାକ କରିବାରେ ସକ୍ଷମ ହୋଇନି ପୋଲିସ। କାରଣ ଠକଙ୍କ ଟେକନିକ ଟ୍ରାକ କରିବା କମିସନରେଟ ପୋଲିସକୁ କାଠିକରପାଠ ହେଉଛି।

ଗତ 6 ମାସରେ ୪ କୋଟି ୧୬ ଲକ୍ଷ ୨୭ ହଜାର ୩୫୪ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ମାତ୍ର ୪୯ ଲକ୍ଷ ୬ ହଜାର ୪୫୧ଟଙ୍କା ଠାବ କରି ଫ୍ରିଜ ବା ଫେରି ପାଇବାରେ ସକ୍ଷମ ହୋଇଛି ପୋଲିସ । ହେଲେ ଏଯାଏ ନା ଗୋଟିଏ ବି ଠକ ଗିରଫ ହୋଇଛନ୍ତି ନା ଠକଙ୍କୁ ଟ୍ରାକ କରିବାରେ ସକ୍ଷମ ହୋଇଛି ପୋଲିସ । କାରଣ ଠକଙ୍କ ଟେକନିକ ଟ୍ରାକ କରିବା କମିସନରେଟ ପୋଲିସକୁ କାଠିକର ପାଠ ହେଉଛି । କେବଳ କିଛି ପ୍ରିଆକ୍ଟିଭେଟ ସିମ ରାକେଟକୁ ଠାବ କରି ୭ ଜଣଙ୍କୁ ଗିରଫ କରଛି ପୋଲିସ । ହେଲେ ସେମାନଙ୍କ ସାଇବର ଠକେଇ ଲିଙ୍କ ପାଉନଥିବା ବେଳେ ସାଇବର ଠକଙ୍କୁ ଏମାନେ ସିମ ଯୋଗାଉଥିବା ପୋଲିସ ସନ୍ଦେହ କରୁଛି।

ଭୁବନେଶ୍ବରରୁ ତାପସ ପରିଡାଙ୍କ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details