ଓଡିଶା

odisha

ETV Bharat / city

୫ ଲକ୍ଷ ଠକି ନେଇଥିଲା ସାଇବର ଠକ, 5 ଦିନରେ ଫେରିଲା ୪ ଲକ୍ଷ ୯୨ ହଜାର - ଭୁବନେଶ୍ବର ସାଇବର ଠକ

ଦିନକୁ ଦିନ ସାଇବର ଠକେଇ ବୃଦ୍ଧି ପାଇବାରେ ଲାଗିଛି । ବିଏସଏନଏଲ ସିମ KYC ନାଁରେ ବୃଦ୍ଧଙ୍କ ଠାରୁ ଠକିନେଇଥିଲେ 5 ଲକ୍ଷ ଟଙ୍କା । ସାଇବର ହେଲ୍ପ ଡେସ୍କ ସହାୟତାର ନିଜ ପଇସା ଫେରିପାଇଛନ୍ତି ଅଭିଯୋଗକାରୀ । ଅଧିକ ପଢନ୍ତୁ...

୫ ଲକ୍ଷ ଠକି ନେଇଥିଲା ସାଇବର ଠକ, ଫେରିଆସିଲା ୪ ଲକ୍ଷ ୯୨ ହଜାର
୫ ଲକ୍ଷ ଠକି ନେଇଥିଲା ସାଇବର ଠକ, ଫେରିଆସିଲା ୪ ଲକ୍ଷ ୯୨ ହଜାର

By

Published : May 21, 2021, 7:44 PM IST

ଭୁବନେଶ୍ବର: ବିଏସଏନଲ ସିମର KYC ଭରିବା ନାଁରେ ସାଇବର ଠକ ଲୁଟିଥିଲେ ୫ଲକ୍ଷ ଟଙ୍କା। ଆଉ ଠକେଇ ଟଙ୍କାକୁ ସେଭିଂ କରି ସାଇବର ଠକ ଖର୍ଚ କରିଥିଲା ୮ ହଜାର। ଏ ଭଳି ଏକ ଘଟଣା ସାମନାକୁ ଆସିଛି ଭୁବନେଶ୍ବର ସାଇବର ହେଲ୍ପପଡେସ୍କରୁ । ସାଇବର ଠକଙ୍କୁ ନିକଟରୁ ୫ ଦିନରେ ଜମତାରା ସାଇବର ଠକ ଠୁ ଫେରାଇ ଆଣିଲେ ୪ ଲକ୍ଷ ୯୨ ହଜାର।

୫ ଲକ୍ଷ ଠକି ନେଇଥିଲା ସାଇବର ଠକ, ଫେରିଆସିଲା ୪ ଲକ୍ଷ ୯୨ ହଜାର

ସୂଚନାଅନୁଯାୟୀ ରାଜଧାନୀର ଚନ୍ଦ୍ରଶେଖରପୁର ଅଞ୍ଚଳର ରବିନାରାୟଣ ମିଶ୍ରଙ୍କ ଠୁ ସିମ କାର୍ଡ ଡିଆକ୍ଟିଭେସନ ହୋଇଯିବ କହି KYC ଭରିବା ବାହାନାରେ ଓଟିପି ପଠାଇ ଠକି ନେଇଥିଲେ ୫ଲକ୍ଷ। ହେଲେ ରବିନାରାୟଣ ତୁରନ୍ତ ଏନେଇ ଭୁବନେଶ୍ବର ଡିସିପିଙ୍କ ସାଇବର ହେଲ୍ପ ଡେସ୍କରେ ଅଭିଯୋଗ କରିଥିଲେ । ତୁରନ୍ତ ଜଣାଇଥିବାରୁ ନମ୍ବରକୁ ଟ୍ରାକ କରିବାରେ ସଫଳ ହୋଇଥିଲେ ହେଲପ ଡେସ୍କ ଅଫିସର। ଏହା ପରେ ଜମତାରା ଗ୍ୟାଙ୍ଗ ଜଣାପଡିବା ପରେ ତୁରନ୍ତ ବ୍ୟାଙ୍କକୁ ଜଣାଇ ଆକାଉଣ୍ଟକୁ ଫ୍ରିଜ କରିଥିଲେ। ଏହା ପରେ ଠକେଇ ହୋଇଥିବା ଟଙ୍କାକୁ ଫେରାଇ ଆଣିଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି। ମୋଟ 5 ଲକ୍ଷରୁ ୪ ଲକ୍ଷ ୯୨ ହଜାର ସାଇବର ଠକ ନିକଟକୁ ଫେରଇ ଆଣିଥିବା ପୋଲିସ ସୂଚନା ଦେଇଛି। 8 ହଡାର ଟଙ୍କା ସାଇବର ଠକ ରିଚାର୍ଜ କରି ଖର୍ଚ୍ଚ କରିଥିବା ଜଣାପଡିଛି । ଏନେଇ ଠକେଇ ହୋଇଥିବା ଲୋକ ହେଲପ ଡେସ୍କ ଅଫିସରଙ୍କୁ ସାଧୁବାଦ ଦେଇଛନ୍ତି।

ତେବେ ଦିନକୁ ଦିନ ସାଇବର କ୍ରାଇମ ବୃଦ୍ଧି ପାଉଥିବା ବେଳେ ଖାସକରି କୋରୋନା ମହାମାରୀ ସମୟରେ ଏ ଭଳି ସାଇବର ଠକେଇ ବୃଦ୍ଧି ପାଇବାରେ ଲାଗିଛି । ଲୋକଙ୍କୁ ବିଭିନ୍ନ ମେସେଜା ବାହାନାରେ ବିଭିନ୍ନ ଲିଙ୍କ ପଠାଇ ଓଟିପି ହ୍ୟାକ କରି ଲୋକଙ୍କ ଠାରୁ ଠକେଇ କରୁଥିବା ଭିନ୍ନ ଭିନ୍ନ ମାମଲା ସାମନାକୁ ଆସୁଛି । ଏ ଭଳି ସମୟରେ ଲୋକଙ୍କୁ ସଚେତନ ହେବା ସହ ସାଇବର ଠକଙ୍କ ପ୍ରତି ସାବଧାନ ରହିବାର ଆବଶ୍ୟକତା ରହିଛି ।

ଭୁବନେଶ୍ବରରୁ ତାପସ ପରିଡା,ଇଟିଭି ଭାରତ

ABOUT THE AUTHOR

...view details