ଓଡିଶା

odisha

ରାଜଧାନୀର ଅର୍ଥନୀତିକୁ ଦୁର୍ବଳ କରୁଛନ୍ତି ସାଇବର ଠକ, ବର୍ଷକରେ ଠକିଲେ ୭ କୋଟି

By

Published : Dec 19, 2021, 1:03 PM IST

Updated : Dec 19, 2021, 4:58 PM IST

ରାଜ୍ୟରେ ସକ୍ରିୟ ସାଇବର ଠକ (Cyber Crime in Odisha)। ଠକିବା ପାଇଁ ଆପଣାଉଛନ୍ତି ନୂଆ ନୂଆ ତରିକା ଓ ଭିନ୍ନ ଭିନ୍ନ ଚାଲ । ଚଳିତ ବର୍ଷ ରାଜଧାନୀରେ 6 କୋଟି 79 ଲକ୍ଷ 85 ହଜାର 344 ଟଙ୍କା ଲୁଟ ହୋଇଥିବା ଭୁବନେଶ୍ବର ସାଇବର ହେଲ୍ପ ଡେସ୍କର ବାର୍ଷିକ ରିପୋର୍ଟରେ ପ୍ରକାଶ ପାଇଛି । ଅଧିକ ପଢନ୍ତୁ

Cyber Crime:  ରାଜଧାନୀର ଅର୍ଥନୀତିକୁ ଦୁର୍ବଳ କରୁଛନ୍ତି ସାଇବର ଠକ, ବର୍ଷକରେ ଠକିଲେ ୭କୋଟି
Cyber Crime: ରାଜଧାନୀର ଅର୍ଥନୀତିକୁ ଦୁର୍ବଳ କରୁଛନ୍ତି ସାଇବର ଠକ, ବର୍ଷକରେ ଠକିଲେ ୭କୋଟି

ଭୁବନେଶ୍ବର:ରାଜ୍ୟରେ ସକ୍ରିୟ ସାଇବର ଠକ (Cyber Crime in Odisha)। ଠକିବା ପାଇଁ ଆପଣାଉଛନ୍ତି ନୂଆ ନୂଆ ତରିକା ଓ ଭିନ୍ନ ଭିନ୍ନ ଚାଲ । ଟଙ୍କା ଠକିବାକୁ ସାଇବର ଠକ ବିଛାଉଛନ୍ତି ମାୟାଜାଲ । ବିଶେଷ କରି କରି ସାଇବରଙ୍କ ଟର୍ଗେଟରେ ସ୍ମାର୍ଟସିଟି । ଚଳିତ ବର୍ଷ ସାଇବର ଜାଲରେ ଅଧିକ ଫସିଛନ୍ତି ଭୁବନେଶ୍ବରବାସୀ । କେତେବେଳେ UPI, ତ ପୁଣି କେତେ ବେଳେ ଫୋନ୍ କଲ । ସାଧାରଣ ଜନତା ଠାରୁ ଆରମ୍ଭ କରି ବଡବଡିଆ ସାଇବର ପଞ୍ଝାରେ ପଡି ଲକ୍ଷଲକ୍ଷ ଟଙ୍କା ହରାଇ ଅଣନିଶ୍ବାସୀ ହୋଇପଡିଲେଣୀ । ଭୁବନେଶ୍ବର ସାଇବର ହେଲ୍ପ ଡେସ୍କ(Cyber Help Desk )ର ବାର୍ଷିକ ରିପୋର୍ଟ (Cyber Crime Annual Report) ଏହିପରି କିଛି ତଥ୍ୟ ପ୍ରକାଶ କରିଛି । ଯେଉଁଥିରେ କି ରାଜ୍ୟ ରାଜଧାନୀରେ ସବୁଠାରୁ ଅଧିକ ସାଇବର ଲୁଟ ହୋଇଥିବା ତଥ୍ୟ ସାମ୍ନାକୁ ଆସିଛି । ଫଳରେ ଦୁର୍ବଳ ହେଉଛି ସହରିଆଙ୍କ ଆର୍ଥିକ ସ୍ଥିତି ।

ଚଳିତ ଫେବୃଆରୀ ଡିସେମ୍ବର ୧୫ଯାଏଁ ରାଜ୍ୟରେ ୩୩୭୮ଟି ଠକେଇ କଲ ସାରା ଓଡିଶାକୁ ଆସିଥିବା ବେଳେ ୫୦କୋଟି ଠକେଇ ହୋଇଛି । ସେଥି ମଧ୍ୟରୁ କେବଳ ଭୁବନେଶ୍ବରରୁ ୨ ହଜାର ୮୭୨ଟି କଲ ଆସିଛି ଓ 6 କୋଟି 79 ଲକ୍ଷ 85 ହଜାର 344 ଟଙ୍କା ଲୁଟ ହୋଇଛି । ଠକେଇର ୧ଘଣ୍ଟା ଭିତରେ ଅଭିଯୋଗ ପରେ ଫେରି ପାଇଛନ୍ତି 1 କୋଟି 48ଲକ୍ଷ 11 ହଜାର 870 ଟଙ୍କା । ଯାହାକୁ ନେଇ ଭୁବନେଶ୍ୱର ସାଇବର ସେଲରେ ମୋଟ 67ଟି କେସ ହୋଇଥିବା ବେଳେ ଗିରଫ ହୋଇଛନ୍ତି ମାତ୍ର ୧୩ଜଣ । ତେବେ ଗୋଲଡେନ ପିରିୟଡରେ ଆସିଥିବା କଲକୁ ତଦନ୍ତ କରି ଠକଙ୍କ ଆକାଉଣ୍ଟରୁ ୯୧ ଲକ୍ଷ ୪୦ ହଜାର ଟଙ୍କା ଫେରାଇବା ଆଣିଥିବା ବେଳେ ୫୬ ଲକ୍ଷ ୭୧ ହଜାର ଟଙ୍କା ବ୍ଳକ କରିଛି ହେଲ୍ପ ଡେସ୍କ ।

ରାଜଧାନୀର ଅର୍ଥନୀତିକୁ ଦୁର୍ବଳ କରୁଛନ୍ତି ସାଇବର ଠକ, ବର୍ଷକରେ ଠକିଲେ ୭ କୋଟି

ସେପଟେ ଠକେଇ କଲର ଲୋକେସନ ଟ୍ରାପରୁ ଗୁଗୁଲ ମ୍ୟାପିଂ କରିଛି କମିଶନରେଟ ପୋଲିସ । ପଞ୍ଜାବ , ରାଜସ୍ଥାନ, ଗୁରୁଗ୍ରାମ, ଝାଡଖଣ୍ଡ ଓ ବେଙ୍ଗଲୁରୁରୁ ଆସୁଛି ଏକାଧିକ ଫ୍ରଡ କଲ । ଏନି ଡେସ୍କ ,ଟିମ ଭିୟୁର,କୁଇକ ଲଚର ଭଳି ଏକାଧିକ ଆପ୍ଲିକେସନ ଡାଉନଲୋଡ଼ କରିବା ଆଳରେ ତଥ୍ୟ ଚୋରି କରି ସାଇବର ଠକାମି କରୁ ଛନ୍ତି ଠକ । ରାଜ୍ୟକୁ ଆସୁଥିବା ୬୦ ପ୍ରତିଶତ କଲ ଦିଲ୍ଲୀ, ଝାଡଖଣ୍ଡ ଏବଂ କଲିକତା ରାଜ୍ୟରୁ ଆସୁଛି ।

ଯେଉଁଥିରେ ସବୁଠୁ ଅଧିକ କଲ ଦିଲ୍ଲୀ, ପଞ୍ଜାବ ବର୍ଡର, ଝାଡଖଣ୍ଡର ଜାମତାରା, ଧାନବାଦ ଓ ପଶ୍ଚିମବଙ୍ଗର କିଛି ନିର୍ଦ୍ଦିଷ୍ଟ ଅଞ୍ଚଳରୁ ଆସୁଛି । ଏସବୁ ଅଞ୍ଚଳକୁ ଛାଡିଦେଲେ ବାକି ଠକେଇର କଲ ଯାହା କମ ମାତ୍ରାରେ ୟୁପି, ବିହାର, ମହାରାଷ୍ଟ୍ର, ରାଜସ୍ଥାନ ଭଳି ବିଭିନ୍ନ ଅଞ୍ଚଳରୁ ଆସୁଛି । ଏଥିପାଇଁ କିଛି ସାଇବର ଠକ କଲ ସେଣ୍ଟର‌ କରି ବିଭିନ୍ନ ବ୍ୟାଙ୍କ ଓ ଫାଇନାନ୍ସ କମ୍ପାନିର ଡାଟା ଆଧାରରେ କଲ କରୁଛନ୍ତି । କଲସେଣ୍ଟର ଭିନ୍ନ ଭିନ୍ନ ଉପାୟରେ ଠକାମିର କଲ କରି ଲୋକଙ୍କୁ ଟାର୍ଗେଟ କରୁଛନ୍ତି । ଯାହାର ଲୋଭର ବଶବର୍ତ୍ତୀ ହୋଇ ଠକାମିରେ ପଡୁଛନ୍ତି ଲୋକେ ।

ସାଇବର ଠକଙ୍କ ଟାର୍ଗେଟରେ ହାଇପ୍ରୋଫାଇଲ

ଭୁବନେଶ୍ୱର ଓକାକ ସିଇଓ ମନୋଜ ପଟ୍ଟନାୟକଙ୍କ ହ୍ବାଟ୍ସଆପ ହ୍ୟାକ କରି ସାଇବର ଠକ ଠକିନେଇଥିଲେ ଠକିନେଇଥିଲେ ୭ଲକ୍ଷ ଟଙ୍କା ସେହିପରି ଜୁନ ୧୦ରେ କେନ୍ଦ୍ରାପଡାର ବିଶ୍ବରଂଜନ ବିଶ୍ବାଳ ଷ୍ଟକ ଇନଭେଷ୍ଟ ନାରେ ୪ଲକ୍ଷ ୩୦ ହଜାର ଠକିଥିଲେ ଏବଂ ମେ ୨୧ରେ ଚନ୍ଦ୍ରଶେଖରପୁରର ରବିନାରାୟଣ ମିଶ୍ର KYC ଭେରିଫିକେସନ ନାରେ ୫ଲକ୍ଷ ଠକିନେଇଥିଲେ ଏବଂ ଫେବୃଆରି ୨୩ରେ ଅନୁଗୋଳର ବସନ୍ତ ଚାତରଙ୍କୁ BSNL ଟାଓ୍ବାର‌ ବସାଇବା ଆଳରେ ୩ଲକ୍ଷ ୧୭ ହଜାର ଠକିଥିଲେ ଠକ ।

ବିଶେଷଜ୍ଞଙ୍କ ମତ

ବେକାର ଆଇଟି ଇଞ୍ଜିନିୟରମାନଙ୍କୁ ଫସାଇବାକୁ ଚାଲିଛି ବଡ଼ ଧରଣର ଡିଲ୍‌ । ବିପୁଳ ଅର୍ଥ ରୋଜଗାରର ପ୍ରଲୋଭନ ଦେଖାଇ ସେମାନଙ୍କୁ ଗ୍ୟାଙ୍ଗ୍‌ରେ ନିଯୁକ୍ତି ଦେବାକୁ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡିଛି । ଓଡ଼ିଶା ସମେତ ୫ଟି ରାଜ୍ୟକୁ ଟାର୍ଗେଟ୍‌ କରିଛନ୍ତି । ଓଡ଼ିଶାର ଭୁବନେଶ୍ବର, ପଶ୍ଚିମବଙ୍ଗର କୋଲକାତା ଓ ଆସାନସୋଲ, ରାଜସ୍ଥାନର ଅଲୱର ଓ ଭରତପୁର, ହରିୟାଣା, ଗୁରୁଗ୍ରାମ ଏବଂ ଉତ୍ତରପ୍ରଦେଶର ମଥୁରା, ବାରଣାସୀ ଓ ଜଲାଲପୁର ଏହି ଗ୍ୟାଙ୍ଗ୍‌ର ଟାର୍ଗେଟ୍‌ରେ ରହିଛି । ଏହି ସବୁ ସହରରେ ବେକାରଙ୍କୁ ଏଥିରେ ନିଯୁକ୍ତ କରାଯାଉଥିବା ବିଶେଷଜ୍ଞ କହିଛନ୍ତି।



ପୂର୍ବ ବର୍ଷର ରେକର୍ଡ

୨୦୧୬ରେ ୩୧୭ଟି କେସ ହୋଇଥିବା ବେଳେ ୯୯ ଜଣ ଗିରଫ ହୋଇଥିଲେ । ସେହିପରି ୨୦୧୭ରେ ୮୨୪ କେସରେ ୧୯୩ଜଣ ପୁରୁଷ ୨ଜଣ ମହିଳା, ୨୦୧୮ରେ ୮୭୬କେସରେ ୨୮ଜଣ ପୁରୁଷ ୮ଟି ମହିଳା, ୨୦୧୯ରେ ୮୭୧କେସରେ ୪୫ଜଣ ପୁରୁଷ ଓ ଜଣେ ମହିଳା ,୨୦୨୦ରେ ୧୯୮୧ଟି କେସ ରୁଜୁ ହୋଇଥିଲା । ବିଗତ ଦୁଇ ବର୍ଷରେ ରାଜ୍ୟରୁ ୫୦କୋଟିରୁ ଊର୍ଦ୍ଧ୍ବ ଟଙ୍କା ଠକେଇ ହୋଇଥିବା ବେଳେ କେବଳ ଚଳିତ ବର୍ଷ ରାଜ୍ୟରେ ୫୦କୋଟି ଠକେଇ ହୋଇଥିବା ଜଣାପଡିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Dec 19, 2021, 4:58 PM IST

ABOUT THE AUTHOR

...view details