ଭୁବନେଶ୍ବର:ଆସୁଛି କି ସୁନ୍ଦର ତରୁଣୀର ଫ୍ରେଣ୍ଡ ରିକ୍ବେଷ୍ଟ । ଆଉ ଫଟୋ ଦେଖି ଗ୍ରହଣ କରୁଛନ୍ତି କି ବନ୍ଧୁତା । ଭିଡିଓ ଚାଟ ପାଇ ବାଧ୍ୟ କରୁଛନ୍ତି ସୁନ୍ଦରୀ ତରୁଣୀ ବେଶରେ ହୋଇପାରେ ସାଇବର ଠକାମୀ । ଭିଡିଓ ଚାଟ ପାଇଁ ଉସୁକାଇ ଆପଣଙ୍କର ନେଇପାରେ ସ୍କ୍ରିନସଟ । ପରବର୍ତ୍ତୀ ମୁହୁର୍ତରେ ଆପଣଙ୍କ ସହ ଭିଡିଓ ଚାଟକୁ ନେଇ ଟଙ୍କା ମାଗୁଛି କି । ଏଥିପାଇଁ ହୋଇଯାଆନ୍ତୁ ହୁସିଆର । ଏଭଳି କଲ ଆସୁଥିଲେ ବା ଧମକପୂର୍ଣ୍ଣ ମେସେଜ ଦେଉଥିଲେ ସମ୍ପୂର୍ଣ୍ଣ ଭାବେ ମନାକରନ୍ତୁ ଠକକୁ, ନଚେତ ଏଭଳି କଲ୍ ତଥା କଥା ଉପରେ ଗୁରୁତ୍ବ ନଦେଇ ଏହାକୁ ଏଡାଇ ଦିଅନ୍ତୁ ।
କାରଣ ଏବେ ଅନେକ ଲୋକ ଏଭଳି ଉପାୟରେ ଠକାମିର ଶିକାର ହେଉଛନ୍ତି । ଫଳରେ ସାଇବର ଠକଙ୍କ ପ୍ରାଦୁର୍ଭାବ ବଢିବା ସହ ଏଭଳି ଲୋକଙ୍କୁ ମୋହରା ବନାଇ ସେର୍କ୍ସୋଟସନ କାରବାର କରୁଛନ୍ତି । ଯାହାକୁ ନେଇ ଲୋକ ଲଜ୍ଜା ଭୟରେ ଅନେକ ଲୋକ ପୋଲିସ ସାମ୍ନାକୁ ଆସିବାକୁ ଲାଜ କରୁଛନ୍ତି । ଅନ୍ୟପଟେ
ସାଇବର ଠକଙ୍କ ଡିମାଣ୍ଡ ଅନୁସାରେ ଟଙ୍କା ଦେଇ ଠକାମିର ଶିକାର ହେଉଛନ୍ତି । ଯାହାକୁ ନେଇ ପୋଲିସ ସାମ୍ନାକୁ ଆସୁଛି ଅଭିଯୋଗ । ଏନେଇ ପୋଲିସ ମଧ୍ୟ ଅତି ବିଶ୍ବସ୍ତ ଭାବେ ଏଭଳି ଘଟଣାର ତଦନ୍ତ ସହ ଏଭଳି ସାଇବର ଠକଙ୍କ ଚାଲ ଜାଣିବାକୁ ପାଇଛି । କମ ବୟସର ପିଲାଠୁ ଆରମ୍ଭ କରି ବୟସ୍କ ଲୋକ ଏହାର ଶିକାର ପାଲଟିଛନ୍ତି । ପାଖାପାଖି ଏଭଳି ଘଟଣାରେ ୩୦୦ ଅଭିଯୋଗ ଆସିଛି ।
ଏନେଇ ସତର୍କ ଜନସାଧାରଣଙ୍କୁ ସର୍ତକ କରାଇଛି କମିସନରେଟ ପୋଲିସ । କେବଳ ଯେ ଏହିସବୁ ତରିକା ନୁହଁ । ଆପଣଙ୍କୁ କଲ କରି ଡେବିଟ କାର୍ଡ ବା ଏଟିଏମର ଭାଲିଡିଟି ସରିଯାଇଛି । ଆଉ ଏହାକୁ ନୂଆ କରି ଇସ୍ୟୁ କରିବା ଆଳରେ ୧୨୦୦ ଶହ ଲୋକଙ୍କୁ ଏପରି କଲ୍ କରି ଠକିଛନ୍ତି । କ୍ରେଡିଟ କାର୍ଡର କ୍ରେଡିଟ ଲିମିଟ ବଢାଇଦେବା ନେଇ ୫୦୦ରୁ ଉର୍ଦ୍ଦ୍ବ କଲ୍ ଆସିଛି । ଟାଓ୍ବାର ଇନଷ୍ଟଲେସନ ପାଇ ମାସକୁ ମିଳିବ ୩୦ ହଜାର । ଏଥିପାଇଁ ଦେବାକୁ ପଡିବ ସିକ୍ୟୁରିଟି ମନି କହି ଆସିଛି ୪୦୦ଟି କେସ ।