ଓଡିଶା

odisha

ETV Bharat / city

ଏସକର୍ଟ ସର୍ଭିସ ନାଁରେ ଚାଲୁଛି ସାଇବର ଠକାମି, ଖୁଲାସା କଲା ଠକର ପତ୍ନୀ - Cyber fraud in bhubaneswar

ରାଜଧାନୀରେ ଅପରେଟ ହେଉଛି ସାଇବର ଠକେଇ । ଭୁବନେଶ୍ଵରରେ ଠକ ଅପରେଟ କରୁଛି ଲୁଟପାଟର ସିକ୍ରେଟ ଡିଲ୍ । ମୋହରା ବନୁଛନ୍ତି ଦେହଲାଳସା ଥିବା ଗ୍ରାହକ । ଲୋକଲଜ୍ଜାରେ ସାମ୍ନାକୁ ଆସୁନି ଠକେଇ ଅଭିଯୋଗ । ଅଧିକ ପଢନ୍ତୁ...

ଏସକର୍ଟ ସର୍ଭିସ ନାଁରେ ଚାଲୁଛି ସାଇବର ଠକାମୀ, ମହିଳାଙ୍କ ଖୁଲାସା
ଏସକର୍ଟ ସର୍ଭିସ ନାଁରେ ଚାଲୁଛି ସାଇବର ଠକାମୀ, ମହିଳାଙ୍କ ଖୁଲାସା

By

Published : May 24, 2021, 10:40 PM IST

ଭୁବନେଶ୍ବର: ରାଜଧାନୀରେ ଅପରେଟ ହେଉଛି ସାଇବର ଠକେଇ । ଭୁବନେଶ୍ଵରରେ ଠକ ଅପରେଟ କରୁଛି ଲୁଟପାଟର ସିକ୍ରେଟ ଡିଲ୍ । ମୋହରା ବନୁଛନ୍ତି ଦେହଲାଳସା ଥିବା ଗ୍ରାହକ । ଲୋକ ଲଜ୍ଜାରେ ସାମ୍ନାକୁ ଆସୁନି ଠକେଇ ଅଭିଯୋଗ । ଯାହାର ଗୁମର ଖୋଲିଛନ୍ତି ଜଣେ ସାଇବର ଠକର ପତ୍ନୀ, ଯିଏକି ନିଜ ପତି ଠାରୁ ଧୋକା ଖାଇବା ପରେ ପୋଲିସକୁ ଜଣାଇଥିଲେ । ହେଲେ ପୋଲିସ ସବୁ ଜାଣିଶୁଣି ରହିଥିଲା ଚୁପ । ଆଉ ଶେଷରେ ସ୍ବାମୀ କଳାକାରନାମାର ଟିକନିକ ଷ୍ଟିଙ୍ଗ କରି ମିଡ଼ିଆ ସାମ୍ନାରେ ଖୁଲାସା କରିଛନ୍ତି ସାଇବର ଠକର ପତ୍ନି ଲୋପାମୁଦ୍ରା ପାତ୍ର ।

ଏସକର୍ଟ ସର୍ଭିସ ନାଁରେ ଚାଲୁଛି ସାଇବର ଠକାମୀ, ମହିଳାଙ୍କ ଖୁଲାସା

ତାଙ୍କ କହିବାନୁସାରେ ଅନଲାଇନର ଏସକର୍ଟ ସର୍ଭିସ ନାଁରେ ଆଡ଼ ଦିଅନ୍ତି ତାଙ୍କ ସ୍ବାମୀ ।ଏଥିପାଇଁ କିଛି ସୁନ୍ଦର ତରୁଣୀଙ୍କ ଫଟୋକୁ ଅନଲାଇରେ ଅପଲୋଡ କରନ୍ତି, ଯାହାକୁ ଦେଖି ଦେହ ଲାଳସା ପ୍ରତି ଆଗ୍ରହ ପ୍ରକାଶ କରନ୍ତି ଗ୍ରାହକ । ଅନଲାଇନରେ ଦିଆଯାଇଥିବା ନମ୍ବରରେ ଯୋଗାଯୋଗ କରନ୍ତି । ଏପରିକି ଯୁବତିଙ୍କ ଭିନ୍ନ ଫଟୋ ଦେଇ ହ୍ବାଟ୍ସଆପ ମେସେଜ ଜରିଆରେ ଡିଲ କରନ୍ତି, ଯାହାର ନାମ ଅନୁସାରେ ଗ୍ରାହକ ସିଲେକ୍ଟ କରେ ଯୁବତି । ଏଥିପାଇଁ ଅନଲାଇନରେ ଫିକ୍ସ ହୁଏ ରେଟ ସିଲେକ୍ଟ ହୁଏ ଯୁବତିଙ୍କ ସହ ସମୟ କାଟିବାର ସ୍ଥାନ ।

ଏପରିକି ଅନେକ ଭିଆଇପି ଭିଭିଆପିଙ୍କ ଡିମାଣ୍ଡ ଦେଖି ସିକ୍ୟୁରିଟି ଦୃଷ୍ଟିରୁ ଚୟନ କରାଯାଏ ଭଲ ଭଲ ହୋଟେଲ ଓ ଓୟୋ ଗେଷ୍ଟହାଉସ । ଫୋନରେ କନଫେରନସ କରାଇ ଯୁବତିଙ୍କ ସହ କଥା କରାଇ ଆଡ଼ଭାନସ୍ ମଗାନ୍ତି ଏହି ସାଇବର ଠକ ସ୍ବାମୀ ।ଏପରିକି ସିକୁରିଟି ଓ ଏସି ରୁମ ହୋମ ସର୍ଭିସ ପାଇଁ ଆଡଭାନସ ପେମେଣ୍ଟ ନାଁରେ ବୋକା ବନାଇ କରନ୍ତି ଅନଲାଇନ ଟ୍ରାଞ୍ଜାକ୍ସନ । ଆଉ ଓଟିପି ପାଇଲା ପରେ ଖାଲି କରିଦିଅନ୍ତି ଆକାଉଣ୍ଟ । ଯାହାର ସମସ୍ତ ତଥ୍ୟ ପ୍ରମାଣ ସହ ମିଡିଆ ସାମ୍ନାରେ ସତ ଓଗାଳିଛନ୍ତି ସାଇବର ଠକ ସୁଶାନ୍ତ ପାତ୍ର ଓରଫ ବାବୁ ପାତ୍ର ।

ତେବେ ସେହି ବ୍ୟକ୍ତି ଜଣକ ପୋଷ୍ଟାଲ ବିଭାଗରେ କାମ କରୁଥିବାରୁ ଅଫିସକୁ ଆସୁଥିବା ଡ଼କୁମେଣ୍ଟ ବା ଆଧାରକାର୍ଡ ଜରିଆରେ ବାହାରେ ଖୋଲନ୍ତି ଫେକ ବ୍ୟାଙ୍କ ଆକାଉଣ୍ଟ । ଯାହାକୁ ସହଯୋଗ କରନ୍ତି ତମାଣ୍ଡୋ ଅଞ୍ଚଳର ଜଣେ ଦଲାଲ ବା ବ୍ୟାଙ୍କ କର୍ମଚାରୀ । ସେହି ଫର୍ଜି ଆକାଉଣ୍ଟ ଜରିଆରେ ଠକେଇ ଟଙ୍କାକୁ ଉଇଡ଼୍ର କରି ମାଲମାଲ ହୁଅନ୍ତି ଓଡିଶାର ଏହି ସାଇବର ଠକ ସ୍ବାମୀ । ଯାହାର ଟିକନିକ ପ୍ରମାଣ ସହ ରାଜଧାନିରେ ଅପରେଟ ହେଉଥିବା ସାଇବର ଠକେଇ ଗ୍ୟାଙ୍ଗର ଖୁଲାସା କରିଛନ୍ତି ଜଣେ ମହିଳା ଏବଂ ଏଥିସହ ସେସବୁର ତଥ୍ୟ ମଧ୍ୟ ଦେଇଛନ୍ତି ।

ହେଲେ ଏସବୁ ଘଟଣା ନିଜ ସ୍ବାମୀଙ୍କ ଅତ୍ୟଚାର ପରେ ଅତିଷ୍ଠ ହୋଇ ତାଙ୍କ ବିରୋଧରେ ଖଣ୍ଡଗିରି ଥାନା ଓ ମହିଳା ଥାନାରେ ଅଭିଯୋଗ କରିଥିଲେ । ହେଲେ ଏତେ ଘଟଣା ସବୁ ଜାଣିଶୁଣି ତଦନ୍ତ କରି ମଧ୍ୟ ଘଟଣାକୁ ଚାପି ଦେଇଛନ୍ତି ଥାନାଧିକାରୀ ଠାରୁ ଆରମ୍ଭ କରି ଉପର ଅଫିସର ପର୍ଯ୍ୟନ୍ତ । ଯାହାକୁ ନେଇ ମହିଳାକୁ ନ୍ୟାୟ ଦେବାରେ ବିଫଳ ବୋଲି ଡିସିପି ଅଫିସରେ ଗର୍ଜନ କରି କହିଛନ୍ତି ମହିଳା ସାମାଜିକ କର୍ମୀ ।

ତେବେ ପ୍ରଶ୍ନ ଉଠୁଛି ଏପରି ଠକେଇ ଗ୍ୟାଙ୍ଗ ବିଷୟରେ ଜାଣି କାହିଁକି ମାମଲା ଚାପିଦେଲା ପୋଲିସ । ଏତେଦିନ ଧରି ସାଇବର ହେଲ୍ପ ଡେସ୍କ ଚାଲୁଥିଲେ ମଧ୍ୟ ଗୋଟିଏ ବି ସାଇବର ଅପରାଧ ଧରାନପଡିବା କ’ଣ ଦର୍ଶାଉଛି । ସାଇବର ଅପରାଧୀଙ୍କୁ ସୁରକ୍ଷା ଦେଉଛି କି ପୋଲିସ ? ଏନେଇ ଡିସିପି ଅଫିସରେ ଦିର୍ଘ ସମୟ ଅପେକ୍ଷା କରିଥିଲେ ବି ମିଡିଆକୁ ଦେଖି କୌଣସି ପ୍ରତିକ୍ରିୟା ନଦେଇ ପଳାଇଥିଲେ ଡିସିପି । ଅର୍ଥାତ ଏହା କେଉଁ ଦିଗକୁ ଇସାରା କରୁଛି, ସବୁ କିଛି ପୋଲିସ ଜାଣତରେ ଚାଲିନି ତ ? ଯାହାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details