ଭୁବନେଶ୍ବର: କମିଶନରେଟ ପୋଲିସ ହାତରେ ସାଇବର ଠକ । ଇ-କମର୍ସ ସଂସ୍ଥାଠୁ ଠକିଥିଲା ସାଢେ ୫ଲକ୍ଷ । ଅନଲାଇନ ଡେଲିଭରି ନାଁରେ ଠକୁଥିଲା ଲକ୍ଷ ଲକ୍ଷ । ଏମିତି ଠକକୁ ଗିରଫ କରିଛି ନୟାପଲ୍ଲୀ ଥାନା ପୋଲିସ । ନା ରୂପକ ଶତପଥୀ ଘର କେନ୍ଦୁଝର ।
ଇ-କମର୍ସ ସଂସ୍ଥାର ଏକ ଲୋକାଲ ଫ୍ରାଞ୍ଚାଇଜରେ ଥିଲା ସୁପରଭାଇଜର । ଯାହାର କାମ ଥିଲା ଅନଲାଇନ ସାମଗ୍ରୀକୁ ଗୋଦାମରୁ ଆସୁଥିବା ଅର୍ଡରକୁ ରିସିଭ କରି ଗ୍ରାହକ ପାଖରେ ପହଞ୍ଚାଇବା । ହେଲେ ଚାଲାକ ଠକ ଜଣଙ୍କ ଗୋଡାଉନରୁ ଆସୁଥିବା ଅର୍ଡରକୁ ରିସଭ କରି ନରିସିଭ କରୁଥିବାର ନାଟକ କରୁଥିଲା । ଅର୍ଥାତ ଜିନିଷକୁ ସେହି ଗ୍ରାହକକୁ ଡେଲିଭରି କରି ତା'ଠାରୁ ଟଙ୍କା ନେଇ ନିଜ ପାଖରେ ରଖୁଥିଲା । ଆଉ ଇ-କମର୍ସ ସଂସ୍ଥାକୁ ଜଣାଉଥିଲା ଲକଡାଉନ ଯୋଗୁଁ ଅର୍ଡ଼ର ସେମାନଙ୍କ ପାଖକୁ ଆସିନାହିଁ । ଫଳରେ ଗୋଟିଏ ପରେ ଗୋଟିଏ ଅର୍ଡ଼ର ଜୁନରୁ ଅଗଷ୍ଟ ମାସରେ ସାଢେ ୪ ଲକ୍ଷର ଗାଏବ ହେବା ନେଇ କମ୍ପାନୀ କର୍ତ୍ତୃପକ୍ଷର ସନ୍ଦେହ ହୋଇଥିଲା । ଏନେଇ ନୟାପଲ୍ଲୀ ଥାନାରେ ସ୍ଥାନୀୟ ନୟାପଲ୍ଲୀ ରେଣ୍ଟାଲ କଲୋନୀରେ ଥିବା ଫ୍ରାଞ୍ଚାଇଜର ଶ୍ରେଷ୍ଠମ ସଂସ୍ଥା ଅଭିଯୋଗ ପରେ ତଦନ୍ତରୁ ସମ୍ପୃକ୍ତ ଠକର ସୁରାକ ଲାଗିଥିଲା ।