ଭୁବନେଶ୍ବର:ସାଇବର ଠକ ଜାଲରେ OCAC ମୁଖ୍ୟ । ଓଡିଶା କମ୍ପୁଟର ଆପ୍ଲିକେସନ ସେଣ୍ଟର (ଓକାକ) ମୁଖ୍ୟଙ୍କ ହ୍ବାର୍ଟ୍ସଆପ ନମ୍ବର ହ୍ୟାକ୍ କରି ଲକ୍ଷାଧିକ ଟଙ୍କାର ଠକେଇ ହୋଇଥିବା ଅଭିଯୋଗ । ସାଇବର ଠକଙ୍କ ଶିକାର ହୋଇଥିବା ଓକାକ ମୁଖ୍ୟ ହେଉଛନ୍ତି ମନୋଜ କୁମାର ପଟ୍ଟନାୟକ । ସେ E&IT ବିଭାଗର ଅତିରିକ୍ତ ସଚିବ ମଧ୍ୟ ଅଟନ୍ତି ।
କେହି ତାଙ୍କ ହ୍ବାର୍ଟ୍ସଆପ ହ୍ୟାକ୍ କରିବା ପରେ ତାଙ୍କ ସମ୍ପର୍କୀୟଙ୍କୁ ଜରୁରୀ ଅଛି କହି ୭ ଲକ୍ଷ ଟଙ୍କା ଠକି ନେଇଥିବା ସହୀଦ ନଗର ଥାନାରେ ଅଭିଯୋଗ ହୋଇଛି । ସଚିବଙ୍କ ସମ୍ପର୍କୀୟ ଠକେଇର ଶିକାର ହୋଇଥିବା ଅଭିଯୋଗ କରିବା ପରେ ସଚିବ ପୋଲିସକୁ ଏ ସମ୍ପର୍କରେ ଜଣାଇଛନ୍ତି ।