ଓଡିଶା

odisha

By

Published : Dec 17, 2021, 12:28 PM IST

Updated : Dec 17, 2021, 12:34 PM IST

ETV Bharat / city

ଗଙ୍ଗା ଜଳ କିଣୁ କିଣୁ ନେଇଗଲେ ୧୦ ଲକ୍ଷ, ଠକେଇର ଶିକାର‌ ହେଲେ IPSଙ୍କ ପତ୍ନୀ

ଅନଲାଇନରେ ୨ ହଜାର ଟଙ୍କା ଦେଇ କିଣିଥିଲେ ଗଙ୍ଗାଜଳ । ସାଇବର ଠକ ନେଇଗଲେ ୧୦ ଲକ୍ଷ ଟଙ୍କା । ଅଧିକ ପଢନ୍ତୁ

ଗଙ୍ଗା ଜଳ କିଣୁ କିଣୁ ନେଇଗଲେ ୧୦ ଲକ୍ଷ, ଠକେଇର ଶିକାର‌ ହେଲେ IPSଙ୍କ ପତ୍ନୀ
ଗଙ୍ଗା ଜଳ କିଣୁ କିଣୁ ନେଇଗଲେ ୧୦ ଲକ୍ଷ, ଠକେଇର ଶିକାର‌ ହେଲେ IPSଙ୍କ ପତ୍ନୀ

ଭୁବନେଶ୍ବର: ରାଜଧାନୀରେ ସାମନାକୁ ଆସିଛି ଏକ ନୂଆ ଧରଣର ସାଇବର ଠକେଇ । ଯାହାର ଶିକାର ହୋଇଛନ୍ତି ଖୋଦ IPSଙ୍କ ପତ୍ନୀ । ୨୦୧୯ରେ ସେ ଅନଲାଇନରେ ୨ ହଜାର ଟଙ୍କା ଦେଇ ଗଙ୍ଗା ଜଳ କିଣିଥିଲେ । କିନ୍ତୁ ୨୦୨୧ରେ ତାଙ୍କ ଆକାଉଣ୍ଟରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟାୟକ୍ରମେ କଟି ଯାଇଥିବା ଜାଣିବାକୁ ପାଇବା ପରେ ସେ କରିଛନ୍ତି ଅଭିଯୋଗ । ସାଇବର ଠକଙ୍କ ଏହି ଅଭିନବ ଉପାୟର ଠକେଇର ଏବେ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ ।

IPS ସୁଶାନ୍ତ ନାଥଙ୍କ ପତ୍ନୀଙ୍କ ଆକାଉଣ୍ଟରୁ ଏପରି ହୋଇଛି ୧୦ ଲକ୍ଷ ଟଙ୍କା ଗାଏବ । ସାଇବର ଠକ ଠକି ନେଇଥିବା ସନ୍ଦେହ କରିଛନ୍ତି ସେ । ତାଙ୍କ ଆକାଉଣ୍ଟ ଥିବା SBI ଟ୍ରେଜରି‌ ବ୍ରାଞ୍ଚରୁ ପର୍ଯ୍ୟାୟ କ୍ରମେ ଟଙ୍କା କଟି ଚାଲିଛି । ଗତ ୨ ବର୍ଷ ହେବ ଏଭଳି ଟଙ୍କା ଠକେଇ ହେଉଥିବା ସେ ଅଭିଯୋଗ କରିଛନ୍ତି ।

ଏନେଇ କ୍ରାଇମବ୍ରାଞ୍ଚରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ । ତେବେ କିପରି ଏହି ଟଙ୍କା କଟିଛି ତାହା ସ୍ପଷ୍ଟ ହୋଇନାହିଁ । ସେପଟେ IPSଙ୍କ ପତ୍ନୀ ଅନୁଜା ତ୍ରିପାଠୀଙ୍କ ସନ୍ଦେହ କରିଛନ୍ତି ଯେ ସେ ଦୁଇବର୍ଷ ତଳେ ଅନଲାଇନରେ ଗଙ୍ଗାଜଳ କିଣିବା ପାଇଁ ୨ହଜାର ଟଙ୍କା ଦେଇଥିଲେ । ତେବେ ଏଠାରୁ ସାଇବର ଠକମାନେ ଅର୍ଥ ଠକେଇ କରିଥିବା ସେ ସନ୍ଦେହ କରିଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

Last Updated : Dec 17, 2021, 12:34 PM IST

ABOUT THE AUTHOR

...view details