ଓଡିଶା

odisha

ETV Bharat / city

ରାଜ୍ୟରେ ମାତିଛନ୍ତି ସାଇବର ଠକ, ଏପର୍ଯ୍ୟନ୍ତ ହେଲାଣି 62 ଲକ୍ଷ ଟଙ୍କା ଠକେଇ - ସାଇବର ଠକ ତଥ୍ୟ

ପଶ୍ଚିମବଙ୍ଗରୁ ୧୫ କୋଟି ଟଙ୍କାର ଠକେଇ କରିଛନ୍ତି ସାଇବର ଠକ। ସେହିଭଳି ଓଡ଼ିଶାରେ 62 ଲକ୍ଷ ୭୭ ହଜାର ୮୨୮ ଟଙ୍କା ଠକିଲେଣି ସାଇବର ଠକ। ଏହାକୁ ନେଇ ସତର୍କ କରାଇଛନ୍ତି ଭୁବନେଶ୍ବର ଡିସିପି। ଅଧିକ ପଢ଼ନ୍ତୁ...

cyber crime is increasing in odisha till now 62 lakh rupees fraud by cyber criminal
ରାଜ୍ୟରେ ମାତିଛନ୍ତି ସାଇବର ଠକ, ଏପର୍ଯ୍ୟନ୍ତ ହେଲାଣି 62 ଲକ୍ଷ ଟଙ୍କା ଠକେଇ

By

Published : Jan 6, 2021, 10:23 PM IST

Updated : Jan 7, 2021, 10:12 AM IST

ଭୁବନେଶ୍ବର: ଓଡ଼ିଶାରୁ 62 ଲକ୍ଷ ୭୭ ହଜାର ୮୨୮ ଟଙ୍କା ଠକିଲେଣି ସାଇବର ଠକ। ପଶ୍ଚିମବଙ୍ଗରେ ସର୍ବାଧିକ ୧୫ କୋଟି ଟଙ୍କାର ଠକେଇ କରିଛନ୍ତି ସାଇବର ଠକ। ଏହି ତାଲିକାର ଦ୍ବିତୀୟ ସ୍ଥାନରେ ରହିଛି ତେଲେଙ୍ଗାନା ଯେଉଁଠି 14 କୋଟି ଟଙ୍କାର ଠକେଇ ହୋଇଛି। ସାଇବର ଠକାମୀକୁ ନେଇ ବିଭିନ୍ନ ରାଜ୍ୟ ପକ୍ଷରୁ ଆଜି(ବୁଧବାର) କେନ୍ଦ୍ର ଗୃହମନ୍ତ୍ରାଳୟ ନିକଟରେ ତଥ୍ୟ ଦାଖଲ କରାଯାଇଥିଲା। ଏହାକୁ ନେଇ ଓଡ଼ିଶା ପକ୍ଷରୁ ତଥ୍ୟ ଦାଖଲ କରାଯାଇଛି।

ରାଜ୍ୟରେ ମାତିଛନ୍ତି ସାଇବର ଠକ, ଏପର୍ଯ୍ୟନ୍ତ ହେଲାଣି 62 ଲକ୍ଷ ଟଙ୍କା ଠକେଇ

ସାଇବର ଠକେଇକୁ ନେଇ କେନ୍ଦ୍ରୀୟ ସ୍ତରରେ ଏକ ବୈଠକ ହୋଇଥିଲା। ଏହି ବୈଠକରେ ବିଭିନ୍ନ ରାଜ୍ୟରେ ହେଉଥିବା ସାଇବର ଠକେଇ ମାମଲାକୁ ନେଇ ତଥ୍ୟ ଦାଖଲ ହୋଇଥିଲା। ଏହାସହ ବୈଠକରେ ଲୋକଙ୍କୁ ସଚେତନ କରିବାକୁ ପରାମର୍ଶ ଦିଆଯାଇଛି ।

ସାଇବର ଠକାମୀରୁ କିଭଳି ବର୍ତ୍ତିହେବ ସେନେଇ ଆଜି(ବୁଧବାର) ପରାମର୍ଶ ଦେଇଛନ୍ତି ଭୁବନେଶ୍ବର ଡିସିପି। ବିଶେଷ କରି କୌଣସି ଅଜଣା ଫୋନ କଲରେ ଆପଣଙ୍କ ଆକାଉଣ୍ଟ ସମ୍ପର୍କିତ ତଥ୍ୟ ଦିଅନ୍ତୁ ନାହିଁ। ଏହାସହ ମୋବାଇଲ କିମ୍ବା କମ୍ପ୍ୟୁଟରରେ ଆସୁଥିବା ଅଜଣା ଲିଙ୍କ୍‌ ଉପରେ କ୍ଲିକ କରନ୍ତୁ ନାହିଁ କି ଅଜଣା ମେଲର ଜବାବ ଦିଅନ୍ତୁ ନାହିଁ।

ବିଭିନ୍ନ ୱେବସାଇଟରେ ପାର୍ସଲ ଡେଲିଭରୀ ବା ଆର୍ମି ପାର୍ସଲ ଡେଲିଭେରୀ ପ୍ରଲୋଭନ ଦେଖାଇ ପାରନ୍ତି ସାଇବର ଠକ। ଏଭଳି ପ୍ରଲୋଭନରେ ଫସି କୌଣସି ଟଙ୍କା ଟ୍ରାନ୍ସଫର କରନ୍ତୁ ନାହିଁ। ଏଟିଏମ କାର୍ଡର ଭାଲିଡିଟି ବା କେୱାଇସି ଫର୍ମ ଭରିବା ବାହାନାରେ କୌଣସି ତଥ୍ୟ ଦିଅନ୍ତୁ ନାହିଁ ବୋଲି କହିଛନ୍ତି ଭୁବନେଶ୍ବର ଡିସିପି।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

Last Updated : Jan 7, 2021, 10:12 AM IST

ABOUT THE AUTHOR

...view details