ଭୁବନେଶ୍ବର: ହୁସିଆର, ମାତିଛନ୍ତି ସାଇବର ଠକ । ଇଏମଆଇ, ଲୋନ ଘୁଞ୍ଚାଇବାକୁ ମାଗୁଛନ୍ତି ତଥ୍ୟ । ଆଉ ତଥ୍ୟ ଦେଲେ ବ୍ୟାଙ୍କ ଆକାଉଣ୍ଟରୁ ଲୁଟୁଛନ୍ତି ଟଙ୍କା ।
ଇଏମଆଇ ଦେବାର ଅଛି କି ? ଲୋନର ମାସିକିଆ ପୈଠ କରିବାର ଅଛି କି ? ଏହି ସମୟରେ ଆପଣଙ୍କୁ ଏସବୁ ପୈଠ ଘୁଞ୍ଚାଇବାକୁ କଲ ଆସୁଛି କି ? ବଦଳରେ ଆପଣଙ୍କଠୁ ଓଟିପି ବା ପିନ ନମ୍ବର ମାଗୁଛନ୍ତି କି ? ହୁସିଆର କୋରୋନା ପ୍ରଭାବରେ ଲକଡାଉନ ସମୟରେ ଏମିତି ଭାବରେ ସକ୍ରିୟ ହୋଇଛନ୍ତି ସାଇବର ଠକ । ଆପଣଙ୍କ ଉପରେ ନଜର ରଖିଛନ୍ତି ଓ ଆପଣଙ୍କଠାରୁ ଟଙ୍କା ନେବାକୁ ଉଦ୍ୟମ କରୁଛନ୍ତି ।
ମାତିଛନ୍ତି ସାଇବର ଠକ, ତଥ୍ୟ ମାଗି ଆକାଉଣ୍ଟରୁ ଲୁଟୁଛନ୍ତି ଟଙ୍କା ଏସବୁ ଓଟିପି ଓ ପିନ ମାଧ୍ୟମରେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଖାଲି କରିବାକୁ ପ୍ରୟାସ କରୁଛନ୍ତି ଠକ । ଏଭଳି ଠକଙ୍କଠାରୁ ଦୂରରେ ରହିବାକୁ ଓଡିଶା ପୋଲିସ ଜାରି କରିଛି ଗାଇଡଲାଇନ । ଏହାସହ ବିଭିନ୍ନ ବ୍ୟାଙ୍କିକ ସେବା ପକ୍ଷରୁ ମଧ୍ୟ ଗ୍ରାହକଙ୍କ ସଚେତନ ପାଇଁ ଜାରି କରାଯାଇଛି ଗାଇଡଲାଇନ । ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଜାରି ହୋଇଥିବା ଗାଇଡଲାଇନରେ ଏହା କୁହାଯାଇଛି ।
- ଆପଣଙ୍କ ଇଏମଆଇ ଘୁଞ୍ଚାଇବାକୁ ମୋରାଟୋରିୟମ ବ୍ୟବସ୍ଥା ପାଇଁ ବ୍ୟାଙ୍କ ପକ୍ଷରୁ କୌଣସି କଲ ବା ଇମେଲ ଜରିଆରେ ଆପଣଙ୍କୁ ଓଟିପି ମଗାଯାଏ ନାହିଁ ।
- ଏଥିପାଇଁ ବ୍ୟାଙ୍କ ପକ୍ଷରୁ କୌଣସି କଲ ଯୋଗେ ଇଏମଆଇ ଘୁଞ୍ଚାଇବାକୁ କଲ କରଯାଏ ନାହିଁ । ଯଦି ସେପରି କଲ ଆସେ ତେବେ ତୁରନ୍ତ ଆପଣ ବ୍ୟାଙ୍କ ସହ ଯୋଗାଯୋଗ କରନ୍ତୁ ।
- ଓଟିପି, ପିନ ବା ବ୍ୟାଙ୍କର ତଥ୍ୟ କେହି ମାଗିଲେ ଦିଅନ୍ତୁ ନାହିଁ ।
- ଅନଲାଇନରେ ଇଣ୍ଟରନେଟ ବ୍ୟାଙ୍କିଙ୍ଗ ବା ମୋବାଇଲ ବ୍ୟାଙ୍କିଙ୍ଗ ଆପ ବ୍ୟବହାରବେଳେ ଅଟୋ ସେଭିଂ ବା ଅଟୋ କମ୍ପ୍ଲିଟ ଅପସନ ଚୟନ କରନ୍ତୁ ନାହିଁ ।
- ଫିସିଙ୍କ ଟେକ୍ସର ଉତ୍ତର ଦିଅନ୍ତୁ ନାହିଁ କି ଅଜଣା ଲିଙ୍କ ବା ୟୁଆରଏଲକୁ କ୍ଲିକ କରନ୍ତୁ ନାହିଁ ।
- ସର୍ବଦା ବିଶ୍ବାସନୀୟ ମୋବାଇଲ ଆପ ୟୁପିଆଇ ପେମେଣ୍ଟ ପାଇଁ ବ୍ୟବହାର କରନ୍ତୁ ।
- ନିୟମିତ ବ୍ୟବଧାନ ମଧ୍ୟରେ ଖାତାର ଜମା ରାଶି ସମ୍ପର୍କରେ ଯାଞ୍ଚ କରନ୍ତୁ । ଅଜଣା କଲ ବା କୌଣସି ତଥ୍ୟ ସମ୍ବନ୍ଧୀୟ ଯାଞ୍ଚବେଳେ ଏଥିପ୍ରତି ନଜର ଦିଅନ୍ତୁ ।
- ସ୍କ୍ରିନ ସେୟାର ଭଳି ଆପ ଇନଷ୍ଟଲ ପାଇଁ ନିର୍ଦ୍ଦେଶ ଦେଉଥିଲେ ସେପରି କରନ୍ତୁ ନାହିଁ । କାରଣ ଆପଣଙ୍କ ସ୍କ୍ରିନରେ କଣ କରୁଛନ୍ତି କଣ ନ କରୁଛନ୍ତି ତାହା ସେମାନେ ଜାଣିପାରିବେ ।
ମାତିଛନ୍ତି ସାଇବର ଠକ, ତଥ୍ୟ ମାଗି ଆକାଉଣ୍ଟରୁ ଲୁଟୁଛନ୍ତି ଟଙ୍କା
ତେବେ ଦେଶର ଏଭଳି ଲକଡାଉନ ସମୟରେ ନିଜେ ସତର୍କ ରୁହନ୍ତୁ । ସୁରକ୍ଷିତ ଓ ଭରସାଯୋଗ୍ୟ ବାଙ୍କିଙ୍ଗ ସେବା ପ୍ରତି ଧ୍ୟାନ ଦିଅନ୍ତୁ । ନଚେତ ଟିକେ ଅସାବଧାନତା ଆପଣଙ୍କୁ ଠକାମିରେ ପକାଇପାରେ । ବଡ ଆର୍ଥିକ କ୍ଷତି ସହିପାରନ୍ତି । ନଚେତ ଅଯଥାରେ ଏପରି ସମୟରେ ପୋଲିସ ଉପରେ ଆପଣ ବୋଝ ହୋଇପାରନ୍ତି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ