ଓଡିଶା

odisha

ETV Bharat / city

ବଢିଚାଲିଛି ସାଇବର କ୍ରାଇମ୍‌, ଇଣ୍ଟରନେଟ ବ୍ୟବହାର ବେଳେ ରୁହନ୍ତୁ ସତର୍କ - cyber crime increase in odisha

ସାବଧାନ! ମାତିଛନ୍ତି ସାଇବର ଠକ । ଆଖି ପିଛୁଳାକେ ଆପଣ ହେବେ ଶିକାର । ରୁହନ୍ତୁ ସତର୍କ, ଦିଅନ୍ତୁ ଇଣ୍ଟରନେଟ ପ୍ରତି ଧ୍ୟାନ। ଅଧିକ ପଢନ୍ତୁ...

cyber crime in odisha
ବଢିଚାଲିଛି ସାଇବର କ୍ରାଇମ୍‌, ଇଣ୍ଟରନେଟ ବ୍ୟବହାରବେଳେ ରୁହନ୍ତୁ ସତର୍କ

By

Published : Jan 16, 2020, 2:49 PM IST

ଭୁବନେଶ୍ବର: ସାବଧାନ! ମାତିଛନ୍ତି ସାଇବର ଠକ । ଆଖି ପିଛୁଳାକେ ଆପଣ ହେବେ ଶିକାର । ରୁହନ୍ତୁ ସତର୍କ, ଦିଅନ୍ତୁ ଇଣ୍ଟରନେଟ ପ୍ରତି ଧ୍ୟାନ। ସ୍ମାର୍ଟଫୋନ ହେଉ କିମ୍ବା କମ୍ପ୍ୟୁଟର, ସବୁଠି ରହିଛି ଠକଙ୍କ ନଜର। ଟିକିଏ ଅସାବଧାନତା, ଦେଇପାରେ ବଡଧରଣର ଲସ।

ବଢିଚାଲିଛି ସାଇବର କ୍ରାଇମ୍‌, ଇଣ୍ଟରନେଟ ବ୍ୟବହାରବେଳେ ରୁହନ୍ତୁ ସତର୍କ

କାରଣ ଆପଣଙ୍କ ଅର୍ଥନୈତିକ କାରବାର, ବ୍ୟକ୍ତିଗତ ଇନଫର୍ମେସନ, ସୋସିଆଲ ଇମେଜ ଉପରେ ରହିଛି ସେମାନଙ୍କ ନଜର। ଅଜଣା ନମ୍ବରରୁ ଲିଙ୍କ୍‌ ଓ ଲୋଭନୀୟ ସ୍କିମର ଅଫର ଦେଖାଇ ମୋବାଇଲ ପେମେଣ୍ଟଠୁ ଆକାଉଣ୍ଟ ଇନଫର୍ମେସନ ଜରିଆରେ ଖାଲି କରିପାରନ୍ତି ଆପଣଙ୍କ ଆକାଉଣ୍ଟ। ଅଜଣା ଇମେଲ ଓ ଅଜଣା ଲିଙ୍କ ଉପରେ କ୍ଲିକ କଲେ ଆପଣ ହରାଇପାରନ୍ତି ସବୁକିଛି। ଗାଏବ ହୋଇଯାଇପାରେ ଟଙ୍କା ଓ ଲିକ୍‌ ହୋଇପାରେ ଆପଣଙ୍କ ଇନଫର୍ମେସନ ।

ରାଜ୍ୟ କ୍ରାଇମ ବ୍ୟୁରୋ ରେକର୍ଡ ଅନୁସାରେ, ରାଜ୍ୟରୁ 4 ମାସ ମଧ୍ୟରେ 154 ଜଣ ଲୁଟର ଶିକାର ହେଲେଣି । 1 କୋଟିରୁ ଅଧିକ ଟଙ୍କା ଲୁଟିନେଲେଣି ସାଇବର ଅପରାଧୀ । ଅନ୍ୟପଟେ ଏନେଇ 2019ରେ 843 ଟି ମାମଲା ଦାଖଲ ହୋଇଥିବାବେଳେ 2018ରେ 738ଟି ଓ 2017ରେ 719ଟି ମାମଲା ରୁଜୁ କରିଛି ଓଡିଶା ପୋଲିସ । ଯେଉଁଥିରେ କେବଳ କଟକ ଓ ଭୁବନେଶ୍ବର ଟ୍ବିନସିଟିରେ 4 ବର୍ଷରେ 298ଟି ସାଇବର ଅପରାଧ ମାମଲା ରୁଜୁ ହୋଇଛି ।ହେଲେ ଏଥିରେ ମାତ୍ର 51 ଜଣଙ୍କୁ ଗିରଫ କରାଯାଇଥିବାବେଳେ 247ଟି ମାମଲାର ଟେର ପାଉନି ପୋଲିସ । ତେବେ ଏସବୁର ସମାଧାନ ଲାଗି ବାହାର ରାଜ୍ୟର ପୋଲିସ ଓ ସାଇବର ଏକ୍ସପର୍ଟଙ୍କ ଠାରୁ ବିଭିନ୍ନ ପର୍ଯ୍ୟାୟରେ ପୋଲିସ ତାଲିମ ନେଉଥିବା ଜଣାପଡିଛି ।

ଦେଶକୁ ଡିଜିଟାଲ କରିବାକୁ ସରକାର ଅନେକ ପ୍ରୟାସ କରୁଥିବାବେଳେ ଦିନକୁ ଦିନ ରାଜ୍ୟରେ ବଢୁଛି ସାଇବର କ୍ରାଇମ । ତେଣୁ ଏବେ ଇଣ୍ଟରନେଟ ବ୍ୟବହାର ନକରି ବଞ୍ଚିପାରୁନଥିବା ମଣିଷ ସମାଜ ଇଣ୍ଟରନେଟ ବ୍ୟବହାର ସମୟରେ ସତର୍କତା ଅବଲମ୍ବନ କରିବା ଆବଶ୍ୟକ ହୋଇପଡିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details