ଓଡିଶା

odisha

ରାଜଧାନୀରେ ଚିନ୍ତାଜନକ ସାଇବର କ୍ରାଇମ, ସ୍ଥିତି ପରଖିଲେ ପୋଲିସ କମିଶନର

By

Published : Feb 9, 2021, 5:04 PM IST

ଡିସିପି କାର୍ଯ୍ୟାଳୟରେ ଥିବା ସାଇବର ହେଲପ ଡେସ୍କର ସ୍ଥିତି ପରଖିଛନ୍ତି ପୋଲିସ କମିଶନର । ସାଇବର କ୍ରାଇମ ନେଇ ଆସୁଥିବା କଲ ଓ ସାଇବର କ୍ରାଇମର ଟେକନିକ ନେଇ ଆଲୋଚନା କରିଛନ୍ତି ପୋଲିସ କମିଶନର।

ସାଇବର ହେଲପ ଡେସ୍କର ସ୍ଥିତି ପରିଖିଲେ କମିଶନର
ସାଇବର ହେଲପ ଡେସ୍କର ସ୍ଥିତି ପରିଖିଲେ କମିଶନର

ଭୁବନେଶ୍ବର: ରାଜ୍ୟରେ ଏବେ ସାଇବର ଅପରାଧ ବୃଦ୍ଧି ପାଉଥିବାବେଳେ ଏହାକୁ ରୋକିବାକୁ ଭୁବନେଶ୍ବରରେ ସ୍ଥାପିତ ହୋଇଛି ହେଲପ ଡେକ୍ସ । ତେବେ ସାଇବର କ୍ରାଇମର ସ୍ଥିତି ଦିନକୁ ଦିନ ଚିନ୍ତାଜନକ ହେଉଥିବାରୁ ଆଜି(ମଙ୍ଗଳବାର)ଏହାର ସ୍ଥିତି ପରଖିଛନ୍ତି ପୋଲିସ କମିଶନର ସୁଧାଶୁଂ ଷଡଙ୍ଗୀ ।

ସାଇବର ହେଲପ ଡେସ୍କର ସ୍ଥିତି ପରିଖିଲେ କମିଶନର

ସାଇବର କ୍ରାଇମରେ ଭୁବନେଶ୍ବରରୁ ୫୨ଲକ୍ଷ ଟଙ୍କାର ଠକେଇ ହୋଇଛି । ଡିସିପି କାର୍ଯ୍ୟାଳୟରେ ଥିବା ସାଇବର ହେଲପ ଡେସ୍କର ସ୍ଥିତି ପରଖିଛନ୍ତି ପୋଲିସ କମିଶନର । ସାଇବର କ୍ରାଇମ ନେଇ ଆସୁଥିବା କଲ ଓ ସାଇବର କ୍ରାଇମର ଟେକନିକ ନେଇ ଆଲୋଚନା କରିଛନ୍ତି ପୋଲିସ କମିଶନର।

ଏହି ଅବସରରେ ଗଣମାଧ୍ୟମକୁ ପୋଲିସ କମିଶନର କହିଛନ୍ତି ଯେ, ସାଇବର କ୍ରାଇମର ନେଇ ଭୁବନେଶ୍ବର ହେଲପ ଡେସ୍କକୁ ୧୨୦୭ଟି ଫୋନକଲ ଓଡ଼ିଶାର ବିଭିନ୍ନ ସ୍ଥାନରୁ ଆସିଛି। ତେବେ ୧କୋଟି ୪୦ହଜାର ୯୦୦ଟଙ୍କା ଠକେଇ ହୋଇଛି। ହେଲେ କେବଳ ୩୬୮ଟି ଫୋନକଲ ଭୁବନେଶ୍ବରରୁ ଆସିଛି, ଯାହାକି ୫୨ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଠକେଇ ହୋଇଛି ।

ଯେଉଁଥିରୁ ୨୮୯ଟି ୟୁପିଆଇ ଜନିତ ଠକେଇରେ ୪୬ଟି କାର୍ଡ଼ ସଂକ୍ରାନ୍ତୀୟ ଠକେଇ ହୋଇଛି। ତେବେ ୟୁପିଆଇ ଠକେଇ ଚିନ୍ତାଜନକ ହୋଇଥିବାବେଳେ ଏହାକୁ ରୋକିବା ନେଇ କେନ୍ଦ୍ର ସରକାର ସଂସ୍ଥା ସହ ଆଲୋଚନା ଚାଲିଛି। ତେବେ ଅନଲାଇନ ଠକଙ୍କ ଠାରୁ ୭ଲକ୍ଷ ୧୯ ହଜାର ଠକେଇ ଟଙ୍କା ଫେରିପାଇବାରେ ପୋଲିସ ସଫଳ ହୋଇଛି। ତେବେ ଭୁବନେଶ୍ବରରେ ଖୋଲିଥିବା ହେଲପ ଡେସ୍କ କେବଳ ଭୁବନେଶ୍ବରବାସୀଙ୍କ ପାଇଁ ହୋଇଥିବାବେଳେ ୨୦୨୧ ସୁଦ୍ଧା ସାଇବର ଥାନା ପାଇଁ ପ୍ରସ୍ତାବ ଦିଆଯାଇଛି ବୋଲି କମିଶନର ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details