ଓଡିଶା

odisha

ETV Bharat / city

ସାଇବର ଅପରାଧ ବୃଦ୍ଧିକୁ ରୋକିବା ପାଇଁ ସଚେତନତା କାର୍ଯ୍ୟକ୍ରମ - cyber crime awareness

ସାଇବର ଅପରାଧକୁ ରୋକିବା ନେଇ ଭୁବନେଶ୍ବରର ଜୟଦେବ ଭବନ ଠାରେ ଆରମ୍ଭ ହୋଇଛି ସଚେତନତା କାର୍ଯ୍ୟକ୍ରମ । ଅଧିକ ପଢନ୍ତୁ...

cyber crime awareness
ବଢୁଛି ସାଇବର ଅପରାଧ

By

Published : Jan 6, 2020, 4:29 PM IST

ଭୁବନେଶ୍ବର: ସୁରକ୍ଷିତ ନାହିଁ ସରକାରୀ ୱେବସାଇଟ । ଫାଇଦା ନେଉଛନ୍ତି ସାଇବର ଠକ । ଧରାପଡୁନାହାଁନ୍ତି ସାଇବର ଠକ । କେତେବେଳେ ସରକାରୀ କଲେଜ ତ ଆଉ କେତେବେଳେ ରାଜସ୍ବ ବିଭାଗର ୱେବସାଇଟ ହେଉଛି ହ୍ୟାକ । ସରକାରୀ କଳରେ ଥିବା ଗଳା ବାଟରେ ଫାଇଦା ଉଠାଉଛନ୍ତି ଅପରାଧୀ । ୱେବ ୱେବସାଇଟରେ ଥିବା ତଥ୍ୟକୁ ହ୍ୟାକ କରି କରୁଛନ୍ତି ବ୍ଲାକମେଲ । ଚୋର ଚୋରି କରି ଗଲା ପରେ ଏବେ ଚିନ୍ତା ପଶିଛି ସରକାରଙ୍କର ।

ଏଥିପାଇଁ ରାଜଧାନୀ ସ୍ଥିତ ଜୟଦେବ ଭବନ ଠାରେ ଆରମ୍ଭ ହୋଇଛି ସଚେତନତା କାର୍ଯ୍ୟକ୍ରମ । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବଙ୍କ ସମେତ ଆଇଟି ସଚିବ ମନୋଜ ମିଶ୍ର, ଗୃହ ସଚିବ ସଞ୍ଜୀବ ଚୋପ୍ରା ଓ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ସରକାରୀ ୱେବସାଇଟ ସହଯୋଗରେ ଅଡିଟ କରି ବୈଷୟିକ ଜ୍ଞାନକୌଶଳ ବିଭାଗ ସବୁ ୱେବସାଇଟକୁ ଆରମ୍ଭ କରାଯିବ ବୋଲି ମୁଖ୍ୟ ଶାସନସଚିବ ଅସିତ ତ୍ରିପାଠୀ ସୂଚନା ଦେଇଛନ୍ତି ।

ସାଇବର ଅପରାଧକୁ ରୋକିବା ନେଇ ସଚେତନତା କାର୍ଯ୍ୟକ୍ରମ

ତେବେ ଏକ ସପ୍ତାହ ଧରି ସେମିନାର କରାଯିବ, ଏହା ସହ ବିଭିନ୍ନ ସ୍କୁଲରେ ମଧ୍ୟ ସାଇବର ସିକ୍ୟୁରିଟି ଉପରେ ଆଲୋଚନା କରାଯିବା ସହ ଲିଫଲେଟ ମାଧ୍ୟମରେ ସଚେତନତା କରାଯିବ । କ୍ରାଇମବ୍ରାଞ୍ଚ ଆଇଜି ଅମିତିନ୍ଦ୍ରନାଥ ସିହ୍ନା କହିଛନ୍ତିଯେ, ନୂତନ ଡିଜିପିଙ୍କ ପ୍ରାଥମିକତା ରହିଛି । ଏବେ ନୂଆ ଟାଇପର କ୍ରାଇମ, ଏଥିପାଇଁ ଆମକୁ କ୍ୟାପାସିଟି ବୃଦ୍ଧି କରିବା ସହ ପୋଲିସ ମାନଙ୍କୁ ମଧ୍ୟ ଟ୍ରେନିଂ ଦିଆଯାଉଛି । ଆଗାମୀ ଦିନରେ ସମସ୍ତ ରାଜ୍ୟରେ ଏଭଳି କାର୍ଯ୍ୟକ୍ରମ କରାଯିବ ବୋଲି ସେ କହିଛନ୍ତି ।

ସୂଚନାଅନୁସାରେ 2019ରେ କେବଳ 60ଟି ୱେବସାଇଟ ହ୍ୟାକ ହୋଇଥିଲା । ଇଏତ ଗଲା ସରକାରୀ ୱେବସାଇଟର କଥା । ତେବେ ସାଇବର ରେକର୍ଡ ଦେଖିଲେ ଓଡିଶାରେ ସାଇବର ଅପରାଧ 150 ପ୍ରତିଶତ ବୃଦ୍ଧି ପାଇଛି । 2016ରେ ଓଡ଼ିଶାରେ 317ଟି ମାମଲା ରୁଜୁ ହୋଇଥିବା ବେଳେ 2018ରେ ଏହି ସଂଖ୍ୟା ବୃଦ୍ଧି ପାଇ 700କୁ ପହଞ୍ଚିଥିଲା ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details