ଓଡିଶା

odisha

ETV Bharat / city

କମିସନରେଟ ପୋଲିସର ବେପରୁଆ ତଦନ୍ତ, ଶିଶୁ ସୁରକ୍ଷା ଆୟୋଗରେ ପହଞ୍ଚିଲା ଅଭିଯୋଗ - negligence of commissionerate police

କମିସନରେଟର ବେପରୁଆ ଅଫିସରଙ୍କ ବିରୋଧରେ କାର୍ଯାନୁଷ୍ଠାନ ନେବାକୁ ଶିଶୁ ସୁରକ୍ଷା ଆୟୋଗରେ ପହଞ୍ଚିଲା ଚାଇଲ୍ଡ ଲାଇନ । ଜଣେ 8 ବର୍ଷର ନାବାଳିକାକୁ ସାବାଳିକା ଦର୍ଶାଇଥିବା ଭଳି ଅଭିଯୋଗ ଆସିଛି କମିସନରେଟ ପୋଲିସ ନାଁରେ ।

କମିସନରେଟ ପୋଲିସ ବିରୋଧରେ ଚାଇଲ୍ଡ ଲାଇନର ଅଭିୟୋଗ
କମିସନରେଟ ପୋଲିସ ବିରୋଧରେ ଚାଇଲ୍ଡ ଲାଇନର ଅଭିୟୋଗ

By

Published : Jan 20, 2021, 10:40 PM IST

ଭୁବନେଶ୍ବର: ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗରେ ଚାଇଲ୍ଡ ଲାଇନର ଅଭିଯୋଗ । କମିସନରେଟର ବେପରୁଆ ଅଫିସରଙ୍କ ବିରୋଧରେ କାର୍ଯାନୁଷ୍ଠାନ ନେବାକୁ ଶିଶୁ ସୁରକ୍ଷା ଆୟୋଗରେ ପହଞ୍ଚିଲା ଅଭିଯୋଗ । ଜଣେ 8 ବର୍ଷର ନାବାଳିକାକୁ ସାବାଳିକା ଦର୍ଶାଇଥିବା ଭଳି ଅଭିଯୋଗ ଆସିଛି କମିସନରେଟ ପୋଲିସ ନାଁରେ । କିଭଳି ଏକ ୮ ବର୍ଷର ନାବାଳିକାକୁ ଅଭିଯୁକ୍ତ ସଜାଇ କୋର୍ଟ ଡକାଇଥିଲେ । ଯାହାକୁ ଦେଖି ଡିସିପି କୋର୍ଟ କର୍ତ୍ତୃପକ୍ଷ ତାଜୁବ ହୋଇଛନ୍ତି। ଜଣେ ନାବାଳିକକୁ କିପରି ବିନା ତଦନ୍ତରେ କେସରେ ସାବାଳିକା ଅଭିଯୁକ୍ତ ଦର୍ଶାଇ ପାରିଲେ ସେନେଇ ଉଠିଛି ପ୍ରଶ୍ନ ।

କମିସନରେଟ ପୋଲିସ ବିରୋଧରେ ଚାଇଲ୍ଡ ଲାଇନର ଅଭିୟୋଗ

ତେଣୁ କାର୍ଯ୍ୟରେ ଏପରି ଅବହେଳା ନେଇ ତୁରନ୍ତ ଅଫିସରଙ୍କ ବିରୋଧରେ କାର୍ଯାନୁଷ୍ଠାନ ପାଇଁ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗକୁ ପିଟିସନ ଜରିଆରେ ଜଣାଇଛନ୍ତି ଚାଇଲ୍ଡ ଲାଇନ ସଦସ୍ୟ ବେଣୁଧର ସେନାପତି।

ସୂଚନା ମୁତାବକ, ବାଲିପାଟଣା ଥାନାର ଏକ ଜମିବାଡି କେସରେ ଦୁଇ ପରିବାରର ଗଣ୍ଡଗୋଳକୁ ନେଇ ଗତ ଡିସେମ୍ବରର ୧୫ରେ ହୋଇଥିବା କେସରେ ନାବାଳିକାକୁ ସାବାଳିକା ଅଭିଯୁକ୍ତ ଦର୍ଶାଇ ଡିସିପି କୋର୍ଟରେ ହାଜର ପାଇଁ କହିଥିଲେ ତଦନ୍ତକାରୀ ଅଧିକାରୀ ।

ଯାହାଫଳରେ ନାବାଳିକା ଜଣକ କୋର୍ଟରେ ହାଜର ହୋଇଥିଲେ । ଏହି ଖବର ଚାଇଲ୍ଡ ଲାଇନ ନଜରକୁ ଆସିବା ପରେ ତୁରନ୍ତ ତଦନ୍ତ କରି କାର୍ଯାନୁଷ୍ଠାନ ନେବାକୁ ପିଟିସନରେ ଉଲ୍ଲେଖ ପରେ ଏବେ ବରିଷ୍ଠ ଅଧିକାରୀ ଏ ଦିଗରେ କ'ଣ ପଦକ୍ଷେପ ନେବେ ତାକୁ ନେଇ ଉଠିଛି ପ୍ରଶ୍ନ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details