ଭୁବନେଶ୍ବର:କୁଆଁ କୁଆଁ ଡାକ ଶୁଣିବା ବଦଳରେ କୁନି ପିଲାକୁ ବିକିଦେଲା ବାପା । ନିଶା ପାଇଁ ସବୁ ସୀମା ଟପି ଅନ୍ୟ ହାତକୁ ଟେକିଦେଲା ଜନ୍ମକଲା ଛୁଆ । ଦାରିଦ୍ର୍ୟତା ନୁହେଁ ବରଂ ନିଶା ପାଇଁ ଶୈତାନ ପାଲଟିଗଲା ନିଷ୍ଠୁର ବାପା। ଆଉ ଶେଷରେ ନିଶା ପାଇଁ ରାଜଧାନୀରେ କିଭଳି ପିଲା ବିକ୍ରି ହେଉଥିଲା ତାହାର ପର୍ଦ୍ଦାଫାସ ହେଲା ।
ଏନେଇ କିଣା ବିକାର ଖବର ମିଡ଼ଆରେ ବାଜିଲା । ଉଦ୍ଧାର ହେଲା 10 ହଜାର ଟଙ୍କାରେ ବିକ୍ରି ଛୁଆ। 10 ଦିନର ନୁହେଁ ବରଂ ଛୁଆଟି ଥିଲା 6 ଦିନର। ଖାରବେଳ ନଗର ପୋଲିସ ସହାୟତାରେ ଉଦ୍ଧାର କରିଛି ଚାଇଲଡ଼ଲାଇନ ଓ ସିଡବ୍ଲୁସି। ଶିଶୁ ଟିକୁ ଖାରବେଳ ନଗର ଥାନା ଅଞ୍ଚଳର ମାଳିସାହିର ଜଣେ ମହିଳା ସାମେଦୁନ ବିବି କିଣିଥିବା ଜଣାପଡ଼ିଛି । ଯିଏକି ତାଙ୍କ ସ୍ବାମୀ ଶେଖ୍ ସିଲଟୁ ଜରିଆରେ ପିଲାର ବାପା ସହ ଯୋଗାଯୋଗ କରିଥିଲେ ।