ଭୁବନେଶ୍ବର: କୋରୋନା କବଳରେ ବ୍ୟାଙ୍କ କର୍ମଚାରୀ । ଏନେଇ ରାଜ୍ୟ ଅର୍ଥବିଭାଗକୁ ଜଣାଇଛି ଷ୍ଟେଟ ଲେବଲ ବ୍ୟାଙ୍କର୍ସ କମିଟି । ଦିନକୁ ଦିନ କୋରୋନା ଅକ୍ରାନ୍ତଙ୍କ ସଂଖ୍ୟା ବୃ୍ଦ୍ଧିକୁ ନେଇ ଜଣାଇଛି କମିଟି ।
ରାଜ୍ୟରେ ସେପ୍ଟେମ୍ବର ଶେଷ ସୁଦ୍ଧା ରାଜ୍ୟର ୩ ହଜାର ୬୬ ଜଣ ବ୍ୟାଙ୍କ କର୍ମଚାରୀ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏହା ସହ ବିଭିନ୍ନ ବ୍ୟାଙ୍କରେ ୧୪ ଜଣ ବ୍ୟାଙ୍କ କର୍ମଚାରୀଙ୍କ ଜୀବନ ନେଇଛି ମହାମାରୀ କୋରନା । ସର୍ବାଧିକ କୋରୋନା ଆକ୍ରାନ୍ତ ହୋଇଛନ୍ତି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ କର୍ମଚାରୀ । ଏହି ତାଲିକା ଅନୁସାରେ ଏସବିଆଇର ସର୍ବାଧିକ ୯୬୮ ଆକ୍ରାନ୍ତ ଥିବାବେଳେ , ଆକ୍ସିସ ବ୍ୟାଙ୍କର ୩୯୦, ଏଚଡିଏଫସିର ୩୨୦ ଆକ୍ରାନ୍ତ ରହିଛନ୍ତି ।