ଭୁବନେଶ୍ବର: ସିଭି ରମଣ ଗ୍ଲୋବାଲ ବିଶ୍ୱବିଦ୍ୟାଳୟର ହେବ ଉନ୍ନତିକରଣ । ସି.ଭି. ରମଣ ଗ୍ଲୋବାଲ ବିଶ୍ବବିଦ୍ୟାଳୟ, ଓଡିଶା ଆଇନ ଧାରା-୬, ୮, ୯, ୨୩, ୨୮, ୩୧, ୩୪ ଓ ୩୫ ର ସଂଶୋଧନ ନିମନ୍ତେ କ୍ୟାବିନେଟରେ ପ୍ରସ୍ତାବ । ଗୁଣାତ୍ମକ ବୈଷୟିକ ଶିକ୍ଷା ପାଇଁ ହେବ କାର୍ଯ୍ୟକ୍ରମ ।
ଓଡିଶାର ଉକ୍ତ ବିଶ୍ବବିଦ୍ୟାଳୟକୁ ଉନ୍ନତ ବୈଷୟିକ ଶିକ୍ଷା ନିମନ୍ତେ ଅଧିକ ଉନ୍ମୁକ୍ତ, ସ୍ବାଧୀନ ଏବଂ ପ୍ରଗତିଶୀଳ ହେବା ସହ ରାଜ୍ୟର ଅନ୍ୟ ଘରୋଇ ବିଶ୍ବବିଦ୍ୟାଳୟର ଦୁରନିରନ୍ତର ଶିକ୍ଷା (Distance Education), ଦେୟ ଢାଞ୍ଚା (Fee Structure) ଏବଂ ଶିକ୍ଷାନୁଷ୍ଠାନକୁ ପ୍ରବେଶ ନିୟମ(Admission Procedure) ସମ୍ବନ୍ଧୀୟ ଅନ୍ୟ ବିଷୟବସ୍ତୁମାନ ସହ ସମତୁଲ କରିବା ନିମନ୍ତେ, ଉପରୋକ୍ତ ଆଇନର ସୁସଙ୍ଗତ କାର୍ଯ୍ୟକାରିତା ନିମନ୍ତେ ଓ ସର୍ବୋପରି ଛାତ୍ରଛାତ୍ରୀ ଅନୁଷ୍ଠାନ ଓ ରାଜ୍ୟର ସ୍ବାର୍ଥକୁ ବିଚାରକୁ ନେଇ ଉକ୍ତ ଆସନର ଧାରା- ୬, ୮, ୯, ୨୮, ୩୧, ୩୪ ଓ ୩୫ ସଂଶୋଧନ ସହ ଧାରା-୨୩ ରେ ଅଧିକ ଅଧିକାରୀ ଯୋଡିବା ପାଇଁ ମନ୍ତ୍ରୀମଣ୍ଡଳଙ୍କ ଅନୁମୋଦନ ପାଇଁ ପ୍ରସ୍ତାବିତ କରାଯାଇଛି ।
ସିଭି ରମଣ ଗ୍ଲୋବାଲ ବିଶ୍ୱବିଦ୍ୟାଳୟର ହେବ ଉନ୍ନତିକରଣ - ସିଭି ରମଣ ନ୍ୟୁଜ
ସିଭି ରମଣ ଗ୍ଲୋବାଲ ବିଶ୍ୱବିଦ୍ୟାଳୟର ହେବ ଉନ୍ନତିକରଣ । ରାଜ୍ୟ କ୍ୟାବିନେଟରେ ଆଲୋଚନା । ଅଧିକ ପଢନ୍ତୁ
ସିଭି ରମଣ ଗ୍ଲୋବାଲ ବିଶ୍ୱବିଦ୍ୟାଳୟର ହେବ ଉନ୍ନତିକରଣ
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ