ଭୁବନେଶ୍ବର: ରାଜ୍ୟରେ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ଲାଗି ମାଷ୍ଟର ପ୍ଲାନ କରୁଛନ୍ତି ରାଜ୍ୟ ସରକାର । ପର୍ଯ୍ୟଟନ ଶିଳ୍ପକୁ ଅଧିକ ସମୃଦ୍ଧ ଓ କ୍ରିୟାଶୀଳ କରିବା ଲାଗି ପର୍ଯ୍ୟଟନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପର୍ଯ୍ୟଟକଙ୍କୁ ମହାନଦୀରେ ଆଡ଼ଭେଞ୍ଚର ୱାଟର ସ୍ପୋଟର୍ସ (ଦୁଃସାହାସିକ ଜଳକ୍ରୀଡ଼ା) ସହ ମନୋରଞ୍ଜନର ସୁବିଧା ଯୋଗାଇବା ଲାଗି ନିଷ୍ପତ୍ତି ନେଇଛି ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ।
ଖୁବଶୀଘ୍ର ଲୋକାର୍ପଣ ହେବ କଟକ ୱାଟର ସ୍ପୋର୍ଟସ ପାର୍କ ଓଟିଡିସି ଦ୍ୱାରା କଟକର ମାତା ମଠ ଠାରେ ସିଲିଭର ସିଟି ବୋଟିଂ କ୍ଲବ କମ୍ପେ୍ଲକ୍ସରେ ୱାଟର ସ୍ପୋଟର୍ସ ପାର୍କ ସ୍ଥାପନ କରାଯିବାକୁ ନିଷ୍ପତ୍ତି ହୋଇଛି । ନିର୍ମାଣ ସାରି ଏହା ଖୁବଶୀଘ୍ର ପର୍ଯ୍ୟଟକଙ୍କ ନିମନ୍ତେ ଲୋକାର୍ପିତ ହେବ । ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଓ ପର୍ଯ୍ୟଟନ ବିଭାଗର ବରିଷ୍ଠ ପଦାଧିକାରୀ ଓ ଇଞ୍ଜିନିୟର ଏହାର ନିର୍ମାଣ କାର୍ଯ୍ୟ ସମୀକ୍ଷା କରିଛନ୍ତି । କଟକ ଗସ୍ତରେ ଯାଇ ମାତାମଠ ଠାରେ ଥିବା ଏହି ୱାଟର ସ୍ପୋଟର୍ସର ଆବଶ୍ୟକ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କରିଛନ୍ତି ।
ଖୁବଶୀଘ୍ର ଲୋକାର୍ପଣ ହେବ କଟକ ୱାଟର ସ୍ପୋର୍ଟସ ପାର୍କ ଖୁବଶୀଘ୍ର ଲୋକାର୍ପଣ ହେବ କଟକ ୱାଟର ସ୍ପୋର୍ଟସ ପାର୍କ ଓଟିଡିସି ଅଧ୍ୟକ୍ଷା ସମସ୍ତ କାର୍ଯ୍ୟ ବୁଲି ଦେଖିବା ପରେ ତାଙ୍କ ସହ ଯାଇଥିବା ଓଟିଡିସିର ବରିଷ୍ଠ ପଦାଧିକାରୀ ଓ ଇଞ୍ଜିନିୟରମାନଙ୍କୁ ବାକି ଥିବା କାର୍ଯ୍ୟକୁ ତୁରନ୍ତ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପର୍ଯ୍ୟଟକଙ୍କ ନିରାପତ୍ତାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଏ ବାବଦରେ ସମସ୍ତ ଆନୁସଙ୍ଗିକ ସୁବିଧା ଉପଲବ୍ଧ କରାଇବା ନିମନ୍ତେ ଶ୍ରୀମୟୀ ନିର୍ଦ୍ଦେଶ ଦେଇଛନ୍ତି । ଏହି ସ୍ଥାନରେ ବିଭିନ୍ନ ପ୍ରକାରର ୱାଟରସ୍ପୋଟର୍ସ ବ୍ୟତୀତ ପର୍ଯ୍ୟଟକଙ୍କ ସୁବିଧା ପାଇଁ ଓଟିଡିସି ପକ୍ଷରୁ ଏକ ରେଷ୍ଟୁରାଣ୍ଟ ମଧ୍ୟ କାର୍ଯ୍ୟ କରିବ ।
ଖୁବଶୀଘ୍ର ଲୋକାର୍ପଣ ହେବ କଟକ ୱାଟର ସ୍ପୋର୍ଟସ ପାର୍କ ପର୍ଯ୍ୟଟକମାନେ ମହାନଦୀର ମନୋରମ ଦୃଶ୍ୟକୁ ଉପଭୋଗ କରିପାରିବା ନିମନ୍ତେ ଏକ ଭ୍ୟୁ ପଏଣ୍ଟ ଓ ସ୍ମୃତିକୁ ସାଇତି ରଖିବା ନିମନ୍ତେ ଏକ ସେଲଫି ଜୋନ୍ ମଧ୍ୟ ନିର୍ମାଣ କରାଯାଉଛି । କଟକବାସୀ ମଧ୍ୟ ଏଠାରେ ପ୍ରାକୃତିକ ପରିବେଶକୁ ଉପଭୋଗ କରିପାରିବେ । ରାଜ୍ୟ ତଥା ଦେଶବିଦେଶର ପର୍ଯ୍ୟଟକମାନଙ୍କୁ ଏଠାରେ ଅତ୍ୟାଧୁନିକ ୱାଟର ସ୍ପୋଟର୍ସ ଓ ମନୋରଞ୍ଜନର ସୁବିଧା ଯୋଗାଇଦେବା ପାଇଁ ଓଟିଡିସି ଖୁବଶୀଘ୍ର ଅନ୍ୟାନ୍ୟ ଆବଶ୍ୟକ ଭିତ୍ତିଭୂମି ବିକାଶ କାର୍ଯ୍ୟ କରାଇବ ବୋଲି ଶ୍ରୀମୟୀ ସୂଚନା ଦେଇଛନ୍ତି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ