ଭୁବନେଶ୍ବର: ସାମ୍ଭାବ୍ୟ ୩ୟ ଲହରରେ ଶିଶୁଙ୍କ ପ୍ରତି ସଂକ୍ରମଣ ଆଶଙ୍କା ଅଧିକ ରହିଥିବାବେଳେ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଏହି କ୍ରମରେ କଟକ ଶିଶୁଭବନକୁ Center of Excellence ଘୋଷଣା କରାଯାଇଛି। ଏଥିରେ ଜରୁରୀକାଳୀନ ସ୍ଥିତି ମୁକାବିଲା ପାଇଁ ଆବଶ୍ୟକୀୟ ଭିତ୍ତିଭୂମିର ବିକାଶ ଉପରେ ଗୁରୁତ୍ବ ଦିଆଯିବ ।
ଶିଶୁ ଭବନରେ ୪୦ଟି ସାଧାରଣ ବେଡ୍ ଓ ୧୦ଟି ICU ରହିବ । ପ୍ରତି ବେଡକୁ ଅକ୍ସିଜେନ୍ ଗ୍ୟାସ ପାଇପଲାଇନ ବ୍ୟବସ୍ଥା କରାଯିବ ବୋଲି ଘୋଷଣା କରାଯାଇଛି । ସେହିପରି ଶିଶୁଭବନ ପ୍ରଥମ ଫ୍ଲୋରରେ ବେଡ ବ୍ୟବସ୍ଥା କରାଯିବ। କୋରୋନାର ସମ୍ଭାବ୍ୟ ତୃତୀୟ ଲହରକୁ ନଜରରେ ରଖି ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ସ୍ବାସ୍ଥ୍ୟ ବିଭାଗ ACSଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଛି।