ଭୁବନେଶ୍ବର:ନିଷ୍ଠୁରତାର ସୀମା ଟପିଲା ପୋଲିସ । ଖାକିର ଆଢୁଆଳରେ ନେଇଗଲେ ଜୀବନ । ରାତିରେ ମାରି ସକାଳେ ଖବର ଦେଲେ ପତ୍ନୀଙ୍କୁ । ଭୁବନେଶ୍ବର ବଡଗଡ ଥାନା ହାଜତରେ ସ୍ବାମୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ସ୍ତ୍ରୀ । ମୃତକ ହେଉଛନ୍ତି କପିଳପ୍ରସାଦ ଅଞ୍ଚଳର ଦେବେନ୍ଦ୍ର ଚୌଧୁରୀ ।
ସୂଚନା ଅନୁଯାୟୀ ଗତକାଲି ରାତିରେ ଦେବେନ୍ଦ୍ର ରସୁଲଗଡରୁ ଘରକୁ ଫେରୁଥିବା ବେଳେ ପୋଲିସ ତାଙ୍କୁ ଉଠାଇନେଇଥିଲା । ଏହାପରେ ଆଜି ସକାଳୁ ପୋଲିସ ମୃତକଙ୍କ ସ୍ତ୍ରୀଙ୍କୁ ଫାଣ୍ଡିକୁ ଡକାଇବା ପରେ ଦେବେନ୍ଦ୍ରଙ୍କ କ୍ୟାପିଟାଲ ହସ୍ପିଚାଲରେ ମୃତ୍ୟୁ ହୋଇଥିବା କହିଥିଲେ । ତେବେ ମହିଳା ଜଣଙ୍କ ସ୍ବାମୀଙ୍କ ହାତରେ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି । ତେବେ ପୂର୍ବରୁ ତାଙ୍କ ନାଁରେ ଏକାଧିକ ଚୋରି ମାମଲା ରହିଥିଲା । ତେବେ ଗତକାଲି ଚୋରି କରୁଥିବା ବେଳେ ପୋଲିସ ତାଙ୍କୁ ଉଠାଇନେଇଥିଲା ।