ଓଡିଶା

odisha

By

Published : Oct 17, 2022, 9:59 PM IST

ETV Bharat / city

ରାଜ୍ୟରେ 8 ବର୍ଷରେ 41ଟି ଥାନାରେ ହାଜତ ମୃତ୍ୟୁ

2015 ରୁ 2022 ଜୁଲାଇ ଶେଷ ସୁଦ୍ଧା ରାଜ୍ୟରେ 41ଟି ଥାନାରେ ହାଜତ ମୃତ୍ୟ ହୋଇଛି । ଏନେଇ ମାନବିକ ଅଧିକାର ସେଲ ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ

ରାଜ୍ୟରେ 8 ବର୍ଷରେ 41ଟି ଥାନାରେ ହାଜତ ମୃତ୍ୟୁ
ରାଜ୍ୟରେ 8 ବର୍ଷରେ 41ଟି ଥାନାରେ ହାଜତ ମୃତ୍ୟୁ

ଭୁବନେଶ୍ବର:ରାଜ୍ୟରେହାଜତ ମୃତ୍ୟୁକୁ ନେଇ ତଥ୍ୟ ପ୍ରକାଶିତ ହୋଇଛି (Custodial Death in Odisha) । 2015 ରୁ 2022 ଜୁଲାଇ ଶେଷ ସୁଦ୍ଧା ରାଜ୍ୟରେ 41ଟି ଥାନାରେ ହାଜତ ମୃତ୍ୟ ଘଟଣା ଘଟିଛି ବୋଲି ଜଣାପଡିଛି। ଏନେଇ ମାନବିକ ଅଧିକାର ସେଲ ପକ୍ଷରୁ ସୂଚନା ଦିଆଯାଇଛି । ଅର୍ଥାତ 8 ବର୍ଷ ଭିତରେ ଏହି ହାଜତ ମୃତ୍ୟ ଘଟଣା ଘଟିଛି।

ରାଜ୍ୟରେ 8 ବର୍ଷରେ 41ଟି ଥାନାରେ ହାଜତ ମୃତ୍ୟୁ

2015ରେ ସର୍ବାଧିକ ଆଠଟି ହାଜତ ମୃତ୍ୟ ଘଟଣା ଘଟିଥିଲା ବୋଲି ପୋଲିସ ପ୍ରଶାସନର ମାନବିକ ଅଧିକାର ସେଲ ପକ୍ଷରୁ ମାନବିକ ଅଧିକାର କର୍ମୀ ବିଶ୍ଵପ୍ରୀୟ କାନୁନଗୋଙ୍କୁ ତଥ୍ୟ ପ୍ରଦାନ କରାଯାଇଛି। 2019 ଓ 2020ରେ ସାତଟି ହାଜତ ମୃତ୍ୟ ଘଟିଥିବା ବେଳେ 2021ରେ ପାଞ୍ଚଟି ଓ 2017, 2018 ତିନୋଟି ଲେଖାଏଁ ହାଜତ ମୃତ୍ୟ ଘଟିଥିଲା। 2016 ଓ 2022 ଜୁଲାଇ ଶେଷ ସୁଦ୍ଧା ଚାରିଟି ଲେଖାଏଁ ହାଜତ ମୃତୁ ଘଟିଥିବା ଜଣାପଡିଛି।

ଏହା ମଧ୍ୟ ପଢନ୍ତୁ: ବିବାଦରେ ଅବଦୁଲ୍ଲାଙ୍କ ବୟାନ: ଯେ ପର୍ଯ୍ୟନ୍ତ ନ୍ୟାୟ ନମିଳିଛି ଘାଟିରେ ବନ୍ଦ ହେବନି ହତ୍ୟାକାଣ୍ଡ

2015-2022 ଭିତରେ ରାଜ୍ୟରେ କେତେ ହାଜତ ମୃତ୍ୟ ଘଟଣା ଘଟିଥିଲା, ସେଥିରୁ କେତୋଟି ଜାତୀୟ ମାନବିକ ଅଧିକାର କମିଶନ ଓ ରାଜ୍ୟ କମିଶନରେ ଅଭିଯୋଗ ହୋଇଥିଲା, କେଉଁ ଘଟଣାରେ କେତେ କ୍ଷତିପୂରଣ ପ୍ରଦାନ କରାଯାଇଛି, କେଉଁ ସବୁ ଘଟଣାରେ କେଉଁ ମାନଙ୍କ ବିରୁଧରେ ଶୃଙ୍ଖଳାଗତ ଓ ଫୌଜଦାରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଓ ପ୍ରତି ହାଜତ ମୃତ୍ୟ ଘଟାନର ସଂକ୍ଷିପ୍ତ ବିବରଣୀ ପ୍ରଦାନ ପାଇଁ ଯଦିଓ ତଥ୍ୟ ମଗାଯାଇଥିଲା ସମ୍ପୂର୍ଣ ତଥ୍ୟ ପ୍ରଦାନ କରାଯାଇନାହିଁ। ପ୍ରକୃତ ତଥ୍ୟ ସର୍ବସାଧାରଣରେ ପ୍ରଘଟ ନହେଉ ସେହି ଉଦ୍ଦେଶ୍ୟରେ ତଥ୍ୟ ଲୁଚା ଯାଉଛି ବୋଲି ବିଶ୍ଵପ୍ରିୟ କାନୁନଗୋ ଅଭିଯୋଗ କରିବା ସହ ଏହା ବିରୁଧରେ ସେ ସୂଚନା କମିଶନ ଓ ଉପଯୁକ୍ତ ସ୍ତର ରେ ପ୍ରଥମ ଅପିଲ କରିବେ ବୋଲି କହିଛନ୍ତି।


ମାନବାଧିକାର କର୍ମୀ ବିଶ୍ଵପ୍ରିୟ କାନୁନଗୋ କହିଛନ୍ତି, "ଏହା ଏକ ସଙ୍କେତ ଦେଉଛି ଯେ ପୋଲିସ ହାଜତ ମୃତ୍ୟୁ ଘଟଣାରେ ରାଜ୍ୟରେ ଆଇନର ଶାସନ ବିପନ୍ନ ଅଛି। ପୋଲିସ ଦାୟିତ୍ଵ ପ୍ରତ୍ୟକ ଲୋକଙ୍କୁ ସୁରକ୍ଷା ଦେବ । କିନ୍ତୁ ପୋଲିସ ହାଜତରେ ଯଦି ପ୍ରତି ବର୍ଷ ମୃତ୍ୟୁ ଘଟୁଥିବ ଏହାକୁ ରୋକିବାକୁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷପ ନେଉଛନ୍ତି। ଅନେକ ସମୟରେ ଅଭିଯୋଗ ହୁଏ ହାଜତରେ ହିଂସା କରାଯାଉଛି ନିର୍ଯ୍ୟାତନା ଦିଆଯାଉଛି ତେଣୁ ଅଧିକ ହାଜତ ମୃତ୍ୟୁ ଘଟୁଛି । ମୋଟାମୋଟି ଭାବରେ ଦେଖିଲେ ହାଜତ ମୃତ୍ୟୁକୁ ଦେଖିବା ତେବେ ଆଇନର ଶାସନ ବିପନ୍ନ ରହିଛି। ଯଦି ରାଜ୍ୟ ସରକାରଙ୍କର ଆଇନର ଶାସନରେ ମାନ୍ୟତା ରହିଛି ତେବେ ସୁପ୍ରିମକୋର୍ଟ ଗାଇଡ ଲାଇନ ଅନୁସାରେ ହାଜତରେ ସିସିଟିଭ ଲଗାଇବା ପାଇଁ ପ୍ରାଧାନ୍ୟ ରହିଛି । ଏହା ସହ ରାଜ୍ୟ ସରକାର ଏକ ନିୟମ କରନ୍ତୁ ଯେ ଯଦି କୌଣସି ଥାନାରେ ଏଭଳି ଘଟଣା ଘଟେ ତେବେ ସେହି ଜିଲ୍ଲାର ଏସପି ଉତ୍ତରଦାୟୀ ରହିବେ ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details