ଓଡିଶା

odisha

ETV Bharat / city

ତୁ କାନ୍ଦେନାରେ ଚଷା ଭାଇ ! - ଅଦିନିଆ ବର୍ଷା ନେଇ ଯୁବଶିଳ୍ପୀଙ୍କ ଚିତ୍ର

ତୁ କାନ୍ଦେନାରେ ଚଷା ଭାଇ ! ବର୍ଷା ପାଣିରେ ଭାସୁଥିବା ଧାନବିଲରେ ଚାଷୀ ଆଉ ଜଗା ! ସୁନାର ଫସଲ ହରାଇ ସର୍ବସ୍ବାନ୍ତ ହେବା ପରେ ଚଷା ଭାଇ ମୁଣ୍ଡରେ ହାତ ଦେଇଥିବା ବେଳେ ଜଗା ଆଖିଲେ ଲୁହ । ଅଧିକ ପଢ଼ନ୍ତୁ

ଓଦା ବିଲରେ ଧାନକେଣ୍ଡା ଧରି କାନ୍ଦୁଛି ଚାଷୀ
ଓଦା ବିଲରେ ଧାନକେଣ୍ଡା ଧରି କାନ୍ଦୁଛି ଚାଷୀ

By

Published : Dec 6, 2021, 9:25 PM IST

ଭୁବନେଶ୍ବର:ମାତ୍ର ଦିନକର ତଳର କଥା । ସାମୁଦ୍ରିକ ବାତ୍ୟା ଜୱାଦକୁ ନେଇ ଚିନ୍ତାରେ ପଡ଼ିଯାଇଥିଲେ ରାଜ୍ୟବାସୀ ଓ ଚାଷୀ । ବାତ୍ୟା ଆସିଲେ ଜମିରେ ଅମଳ ହେବାକୁ ଠିଆ ହୋଇଥିବା ପାଚିଲା ଧାନ ବିଷୟରେ ଭାବି ଭାବି ଚାଷୀର ନିଦ ହଜି ଯାଇଥିଲା । ହେଲେ ସେହି ଭଗବାନ ସାହା ହେଲେ ବୋଧେ ବାତ୍ୟା ଦୁର୍ବଳ ହୋଇ ଫେରିଗଲା ହେଲେ ଚାଷୀ ଆଖିରେ ଦେଇଗଲା ଅସରାଏ ଲୁହ । ଉଜାଡିଦେଲା ବର୍ଷକର ଦାନାପାଣି । ବୁଡେଇଦେଲା ସୁନାର ଫସଲ । ଆଉ ଏହାକୁ ନିଜ ରଙ୍ଗ ତୁଳୀରେ ବଖାଣିଛନ୍ତି ଯୁବଚିତ୍ରଶିଳ୍ପୀ ସୂର୍ଯ୍ୟକାନ୍ତ ।

ଫୋଟ ସୌଜନ୍ୟ: ସୂର୍ଯ୍ୟ ଆର୍ଟିଷ୍ଟ ଟ୍ବିଟର

ଏହା ବି ପଢ଼ନ୍ତୁCyclone Jawad: ବର୍ଷା ପରେ ବଢିଲା ଚାଷୀଙ୍କ ଦୁର୍ଦ୍ଦଶା

ବାତ୍ୟା ସିନା ହେଲାନି ହେଲେ ଏହାର ପ୍ରଭାବରେ କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇଥିଲା । ଫଳରେ ଅମଳ ହେବାକୁ ଧାନ ଜମିରେ ଅଣ୍ଟାଏ ଲେଖାଏଁ ପାଣି ଭର୍ତ୍ତି ହୋଇଛି । ଓଦା ବିଲରେ ଶୋଇଥିବା ସେହି ଧାନ କେଣ୍ଡାକୁ ଦେଖି ଚାଷୀକୁ କାହୁଁ ଆଉ ନିଦ ଆସିବ । ବର୍ଷକର ପରିଶ୍ରମ, ଖରା, ବର୍ଷା, ଶୀତ, କାକରକୁ ଏକ କରିଥିବା ଚାଷୀର କଷ୍ଟକୁ ଦୁଇଗୁଣ କରିଦେଲା ଜୱାଦ ।

ଏହା ବି ପଢ଼ନ୍ତୁCrop Assistance: ଖୁବଶୀଘ୍ର ଚାଷୀଙ୍କୁ ମିଳିବ କ୍ଷତିପୂରଣ

ଏବେ ସେହି ଓଦା ଜମିରେ ଧାନ କେଣ୍ଡାକୁ ଧରି ଆଖିରୁ ଲୁହ ଝରାଉଛି ଚାଷୀ । ଏହାକୁ ନିଜ ରଙ୍ଗତୂଳୀରେ ଦର୍ଶାଇଛନ୍ତି ଯୁବଚିତ୍ରଶିଳ୍ପୀ । ବାତ୍ୟା ଆଗମନ ସମ୍ଭ୍ରାନ୍ତ ଶ୍ରେଣୀୟଙ୍କ ପାଇଁ ମଜା ହୋଇଥିବା ବେଳେ ଚାଷୀ ପାଇଁ ସବୁବେଳେ ସଜା ପାଲଟି ଯାଏ । କିଏ ବା ତା କଥା ଆଉ ବୁଝିବ । କେତେ ଋଣ କେତେ କରଜ କରି ଧାନ ବିଲରେ ଖଟୁଥିବା ଚାଷୀ କଥା ସଭିଏଁ ଭୁଲି ଯାଆନ୍ତି । ଶେଷରେ ସେ ମଧ୍ୟ ସେହି ଜଗତର ନାଥ ଜଗନ୍ନାଥ ସାହା ଆଶାରେ ପୁଣି ଚାଲି ଆସେ ବିଲ ବୁଲିବାକୁ । ଜୱାଦ ଦେଇଯାଇଥିବା ଦୁଃଖ କଥା ଏବେ ସେହି ଜଗନ୍ନାଥ ହିଁ ବୁଝିବେ ବୋଲି ଗୁମୁରି କାନ୍ଦୁଛି ଚଷା ଭାଇ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details