ଓଡିଶା

odisha

ETV Bharat / city

ଆର୍ଟ କଲେଜ ବିବାଦ, ମନ୍ତ୍ରୀ କହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

ବାଲେଶ୍ବର ଆର୍ଟ କଲେଜରେ ଅଧ୍ୟକ୍ଷଙ୍କୁ ନେଇ ଉପୁଜିଥିବା ବିବାଦରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ପ୍ରତିକ୍ରିୟା ରଖିଛନ୍ତି। ଅଧିକ ପଢନ୍ତୁ...

baleswar art and crafts colleage conflict
ଆର୍ଟ କଲେଜ ଅଧ୍ୟକ୍ଷଙ୍କୁ ନେଇ ବିବାଦରେ ମନ୍ତ୍ରୀଙ୍କ ପ୍ରତିକ୍ରିୟା

By

Published : Jul 5, 2021, 7:54 PM IST

ବାଲେଶ୍ଵର:ଆର୍ଟ କଲେଜରେ ଅଧ୍ୟକ୍ଷଙ୍କୁ ନେଇ ଉପୁଜିଥିବା ବିବାଦରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ପ୍ରତିକ୍ରିୟା ରଖିଛନ୍ତି। ଗତ କିଛିଦିନ ଧରି ଆର୍ଟ କଲେଜ ଅଧ୍ୟକ୍ଷଙ୍କ ନାମରେ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ବିଭିନ୍ନ ଅଭିଯୋଗ ଉଠାଇଥିଲେ। ଅଭିଯୋଗ ଆଧାରରେ ଉପଯୁକ୍ତ ତଦନ୍ତ କରାଯାଇ ତା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ ପାଣିଗ୍ରାହୀ ପ୍ରକାଶ କରିଛନ୍ତି।

ଆର୍ଟ କଲେଜ ଅଧ୍ୟକ୍ଷଙ୍କୁ ନେଇ ବିବାଦରେ ମନ୍ତ୍ରୀଙ୍କ ପ୍ରତିକ୍ରିୟା

ସୂଚନାଥାଉକି ବାଲେଶ୍ବର ଚାରୁ ଓ କାରୁକଳା କଲେଜର ଖତିୟାନକୁ ନେଇ ଦେଖାଦେଇଛି ବିବାଦ । ଅଭିଯୋଗ କରିଥିବା ବ୍ୟକ୍ତିଙ୍କ ଅନୁଯାୟୀ ପୂର୍ବରୁ ଗୋଟିଏ ଖତିୟାନ ରହିଥିବାବେଳେ ବର୍ତ୍ତମାନ ଆଉ ଗୋଟିଏ ଖତିୟାନ ରହିଛି । ବର୍ତ୍ତମାନ କଲେଜର ଅଧ୍ୟକ୍ଷ ନିଜ ନାଁରେ କଲେଜର ଖତିୟାନ କରିଥିବା ନେଇ ଅଭିଯୋଗ ହୋଇଛି । ଯାହାକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ,ଇଟିଭି ଭାରତ

ABOUT THE AUTHOR

...view details