ଓଡିଶା

odisha

By

Published : May 5, 2022, 5:33 PM IST

ETV Bharat / city

କଳା ଓ କଳାକାରଙ୍କ ଉନ୍ନତି ପାଇଁ CTMS ଆପ୍ଲିକେସନ ଉନ୍ମୋଚିତ

ପ୍ରତିଟି କଳାକାରଙ୍କୁ ସମାନ ସୁଯୋଗ ଓ ମଞ୍ଚ ଦେବା ଲକ୍ଷ୍ୟରେ ଉନ୍ମୋଚନ ହେଲା ଆପ୍ଲିକେସନ CTMS ବା Cultural Management Transparent System । ଆଶଙ୍କା ପ୍ରକାଶ କଲେ କଳାକାର । ଅଧିକ ପଢନ୍ତୁ

ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ
ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ

ଭୁବନେଶ୍ବର: ପ୍ରତିଟି କଳାକାରଙ୍କୁ ସମାନ ସୁଯୋଗ ଓ ମଞ୍ଚ ଦେବା ଲକ୍ଷ୍ୟରେ ଉନ୍ମୋଚନ ହେଲା ଆପ୍ଲିକେସନ CTMS ବା Cultural Management Transparent System । ଏଥିରେ ଗୋଟିଏ କ୍ଲିକରେ ପାଇପାରିବେ ରାଜ୍ୟର ସାସ୍କୃତିକ ଦଳ ବା କଳା ତଥ୍ୟ । ରାଜ୍ୟରେ ଥିବା ଲୁକ୍କାୟିତ କଳା ଓ ପ୍ରତିଭାର ପୁନଃ ଉଦ୍ଧାର ଓ ସୂଚନା ପାଇଁ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଶୁଭାରମ୍ଭ ହୋଇଛି ସାଂସ୍କୃତିକ ଦଳର ଡିଜିଟାଲ ପରିଚାଳନା ବ୍ୟବସ୍ଥା ।

ସଂସ୍କୃତି ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଏହି ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି । ଏହାକୁ ନେଇ ରାଜ୍ୟରେ ଥିବା ସାଂସ୍କୃତିକ ଦଳ ବା ଗ୍ରୁପଗୁଡିକର ପଞ୍ଜିକରଣ ମାନୁଆଲରୁ ଡିଜିଟାଲ ହେବ । ଏହି ଆପ୍ଲିକେସନ୍ ମାଧ୍ୟମରେ ଦଳଗୁଡିକ ତାଙ୍କର ନାମ ପଞ୍ଜିକରଣ କରିବେ । ପଞ୍ଜିକରଣ ପାଇଁ www.ctms.ollc.In website ଉପଲବ୍ଧ ହୋଇଛି ।


ଏହାକୁ ନେଇ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରେ ଥିବା କଳା, ସଂସ୍କୃତି ଓ ପ୍ରତିଭା ସମ୍ବଦ୍ଧୀୟ ତଥ୍ୟ ସିଧାସଳଖ ଲୋକେ ଜାଣିବାକୁ ପାଇପାରିବେ । ଏହି ଠାରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଦଳ ଚୟନ କରିପାରିବେ । ଅନ୍ୟପଟେ କଳାକାରମାନେ କିନ୍ତୁ ଏନେଇ ଉଦବେଗ ପ୍ରକାଶ କରିଛନ୍ତି । ଜଣେ କଳାକାର କହିଛନ୍ତି ଯେ, 'ବ୍ୟବସ୍ଥା ହେଲା ସତ, କିନ୍ତୁ ଏହା ଆଗକୁ ଯାଇ କର୍ଯ୍ୟକାରୀ ହେଲେ ହିଁ କଳା ଏବଂ କଳାକାରର ସୁବିଧା ହୋଇପାରିବ । ନହେଲେ ପୁଣି ଥରେ କାହାକୁ ଅଧିକ ତ ଆଉ କାହାକୁ ନମିଳିବା ଭଳି ଅନେକ କଳାକାର ବା ସଂସ୍କୃତି ଦଳ ନିଜ ପରିଚୟରୁ ପଛରେ ରହିଯିବେ ।'

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

...view details