ଭୁବନେଶ୍ବର: କୋରୋନାରେ ଆଖି ବୁଜିଲେ ସିଆରପିଏଫ ଡିଆଇଜି ସୁନୀଲ ପାର୍ଥ । କିଛି ଦିନ ତଳେ କୋରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଆଜି (ଗୁରୁବାର) ତାଙ୍କର ମୃତ୍ୟୁ ହୋଇଛି ।
ଏପ୍ରିଲ 26 ତାରିଖରୁ କୋରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ବରର ଆଦିତ୍ୟ କେୟାର ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ଡିଆଇଜି ସୁନୀଲ ପାର୍ଥ । ସୁନୀଲ ପାର୍ଥ ଜଣେ ଦକ୍ଷ ପୋଲିସ ଅଧିକାରୀ ଭାବେ ତାଙ୍କର କାର୍ଯ୍ୟ ସୂଚାରୁ ରୂପେ ତୁଲାଇଛନ୍ତି ।