ଓଡିଶା

odisha

ETV Bharat / city

ଡିଏଲ ପାଇଁ ସଭିଏଁ ବ୍ଯସ୍ତ, ଛୁଟିଦିନରେ ଆରଟିଓରେ ଭିଡ - new Motor Vehicles Act

ନୂଆ ଟ୍ରାଫିକ ନିୟମ କଡାକଡି ଲାଗୁ ହେବା ପରେ ଡିଏଲ ପାଇଁ ରାଜଧାନୀର ଆରଟିଓ ଅଫିସରେ ଏବେ ଛୁଟିଦିନରେ ବି ଲୋକଙ୍କ ଭିଡ । ଭିଡକୁ ଦୃଷ୍ଟିରେ ରଖି ରାଜଧାନୀର ଚାରୋଟି ସ୍ଥାନରେ ଆରଟିଓ ପାଇଁ ଅସ୍ଥାୟୀ କେନ୍ଦ୍ର ଖୋଲାଯିବାକୁ କରାଯାଇଛି ବ୍ୟବସ୍ଥା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Sep 16, 2019, 2:19 AM IST

ଭୁବନେଶ୍ବର: ନୂଆ ଟ୍ରାଫିକ ନିୟମକୁ ନେଇ ଏବେ ଲୋକଙ୍କ ମୁଣ୍ଡରେ ଚଡକ । ଡକ୍ୟୁମେଣ୍ଟ ପାଇଁ ବ୍ଯସ୍ତ ଏବେ ସବୁ ଗାଡି ଚାଳକ । ଏହାର ପ୍ରମାଣ ଦେଉଛି ଆରଟିଓ ଅଫିସ । ଡିଏଲ ହେଉ କି ଗାଡି ରେଜିଷ୍ଟ୍ରେସନ ରି-ନ୍ଯୁ, ଆରଟିଓ ଅଫିସରେ ଛୁଟିଦିନରେ ବି ଖଚାଖଚ ଭିଡ ଦେଖିବାକୁ ମିଳୁଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଛୁଟିଦିନ ପଡିଥିବାରୁ ଲୋକେ ଅଫିସ ଟେନସନରୁ ବାହାରି ଗାଡିର ଜରୁରୀ କାଗଜପତ୍ର ବାହାର କରିବାକୁ ଧାଇଁ ଆସିଛନ୍ତି ଆରଟିଓ ଅଫିସକୁ । ତେବେ ଭିଡକୁ ଦୃଷ୍ଟିରେ ରଖି ରାଜଧାନୀର ଚାରୋଟି ସ୍ଥାନରେ ଆରଟିଓ ପାଇଁ ଅସ୍ଥାୟୀ କେନ୍ଦ୍ର ଖୋଲାଯିବାକୁ ବ୍ୟବସ୍ଥା କରାଯାଇଛି । ଏଥିପାଇଁ ଜାଗା ଚିହ୍ନଟ ମଧ୍ୟ ସରିଛି ।

ସହିଦ ନଗର କର୍ପୋରେସନ କାର୍ଯାଳୟ ସହ ବିଏମସି ଅଫିସ ଓ ସୌଭାଗ୍ଯନଗର ସହ ପଟିଆ ପୁରୁଣା କର୍ପୋରେସନ ଅଫିସରେ ରେଜିଷ୍ଟ୍ରେସନ ବା ଡିଏଲ ଆବେଦନ ପାଇଁ ଆରଟିଓ ଅଧିକାରୀ ଜାଗା ଚିହ୍ନଟ କରିଛନ୍ତି । ଖୁବଶିଘ୍ର ଏଠାରେ ଅସ୍ଥାୟୀ କେନ୍ଦ୍ର ଖୋଲାଯିବ । ଫଳରେ ଲୋକେ ଏଠାରେ ନିଜ ନିଜର ଡିଏଲ ଓ ରେଜିଷ୍ଟ୍ରେସନ ସମ୍ପର୍କିତ ସମସ୍ଯାର ସମାଧାନ କରିପାରିବେ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details