ଓଡିଶା

odisha

ETV Bharat / city

ପାର୍ବଣର ଲୋକଙ୍କ ଭିଡ଼ ନିଶ୍ଚିତ ପକାଇବ ପ୍ରଭାବ: ସ୍ବାସ୍ଥ୍ୟ ନିର୍ଦ୍ଦେଶକ - ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ପାର୍ବଣରେ ଯେଉଁଭଳି ଭାବରେ ଲୋକମାନେ ଭିଡ଼ ଜମାଇଥିଲେ, ଏହାର ପ୍ରଭାବ ନିଶ୍ଚିନ୍ତ ଭାବରେ ପକାଇବ । ଏନେଇ ସରକାର ପ୍ରସ୍ତୁତ ଅଛନ୍ତି । ଯଦି ସେଭଳି କିଛି ସଂକ୍ରମଣ ବଢିବାର ଆଶଙ୍କା ବଢେ, ତେବେ ସର୍ଭେଲାନ୍ସକୁ ଜୋରଦାର କରାଯିବ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । ଅଧିକ ପଢନ୍ତୁ...

ପାର୍ବଣର ଲୋକଙ୍କ ଭିଡ଼ ନିଶ୍ଚିତ ପ୍ରଭାବ ପକାଇବ: ସ୍ବାସ୍ଥ୍ୟ ନିର୍ଦ୍ଦେଶକ
ପାର୍ବଣର ଲୋକଙ୍କ ଭିଡ଼ ନିଶ୍ଚିତ ପ୍ରଭାବ ପକାଇବ: ସ୍ବାସ୍ଥ୍ୟ ନିର୍ଦ୍ଦେଶକ

By

Published : Oct 16, 2021, 11:33 AM IST

Updated : Oct 16, 2021, 11:51 AM IST

ଭୁବନେଶ୍ବର: କୋରୋନାର ଦୁଇଟି ଲହରରେ ବହୁ ଲୋକ ପ୍ରଭାବିତ ହୋଇଛନ୍ତି । ଏପରି କି ଅନେକ ଜୀବନ ମଧ୍ୟ ଗଲାଣି । ଏଭଳି ସ୍ଥିତିରେ ତୃତୀୟ ଲହରକୁ ଏଡ଼ାଇ ଦିଆଯାଇ ନ ପାରେ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି । ସାମାଜିକ ଦୂରତା, ଠିକ ଭାବେ ମାସ୍କ ପରିଧାନ ହିଁ କୋରୋନା ପ୍ରଭାବରୁ ଦୂରେଇ ରଖିବାରେ ସହାୟକ ହେବ। କିନ୍ତୁ ଏହି ପାର୍ବଣରେ ଲୋକଙ୍କ ଭିଡ଼ ନିଶ୍ଚିତ ଭାବରେ 7 ରୁ 10 ଦିନ ମଧ୍ୟରେ ଏହାର ପ୍ରଭାବ ଦେଖାଇବ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ।

ପାର୍ବଣର ଲୋକଙ୍କ ଭିଡ଼ ନିଶ୍ଚିତ ପ୍ରଭାବ ପକାଇବ: ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ତାଙ୍କ ମତରେ, ପାର୍ବଣରେ ଯେଉଁଭଳି ଭାବରେ ଲୋକମାନେ ଭିଡ଼ ଜମାଇଥିଲେ, ଏହାର ପ୍ରଭାବ ନିଶ୍ଚିନ୍ତ ଭାବରେ ପକାଇବ। ଏନେଇ ସରକାର ପ୍ରସ୍ତୁତ ଅଛନ୍ତି। ଯଦି ସେଭଳି କିଛି ସଂକ୍ରମଣ ବଢିବାର ଆଶଙ୍କା ବଢେ, ତେବେ ସର୍ଭେଲାନ୍ସକୁ ଜୋରଦାର କରାଯିବ। ଗ୍ରାମାଞ୍ଚଳରେ ଆଶା ଓ ସହରାଞ୍ଚଳରେ ମୁନିସିପାଲିଟି କର୍ତ୍ତୃପକ୍ଷ କଡା ନଜର ରଖିଛନ୍ତି । ସେଭଳି କିଛି ସଂକ୍ରମଣର ଆଭାସ ଆସିଲେ ସର୍ଭେଲାନ୍ସ କରାଯିବ। ଯେଉଁମାନେ ବାହାରୁ ଆସୁଛନ୍ତି ସେମାନଙ୍କୁ ମଧ୍ୟ ଜିଲ୍ଲା ସ୍ତରରେ ଟ୍ରାକିଂ କରାଯାଉଛି।

ତେବେ କେଉଁଠି ସର୍ଭେଲାନ୍ସ ବଢ଼ାଯିବ ଏବଂ କଣ୍ଟେନମେଣ୍ଟ କରାଯିବ, ତାହା କଲେକ୍ଟରମାନେ ନିଷ୍ପତ୍ତି ନେବେ । ଅନ୍ୟପଟେ ଦେଖିବାକୁ ଗଲେ ଛୋଟ ଶିଶୁଙ୍କର ଗୁରୁତର ସଂଖ୍ୟା କମ ରହୁଛି। ଭେଣ୍ଟିଲେଟରରେ କୌଣସି ଶିଶୁ ନାହାନ୍ତି ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Oct 16, 2021, 11:51 AM IST

ABOUT THE AUTHOR

...view details